ଫୁଲବାଣୀ: କନ୍ଧମାଳରେ ପୁଣି ଲଜ୍ୟା। ଜଣେ ଆଠ ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ କୋଟଗଡ଼ ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯାଇଛି। ସୂଚନ ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡର କୋଟଗଡ଼ ଥାନା ଅନ୍ତର୍ଗତ ମଦାଙ୍ଗି ଗ୍ରାମରେ ପୁଣି ଏକ ଲଜ୍ଜା ଜନକ ଘଟଣା ଘଟିଥିବା ଜଣାପଡ଼ିଛି। ସେହି ଅଞ୍ଚଳର ସମ୍ପୃକ୍ତ ଯୁବକ ଘରେ ଦୁଇଜଣ ନାବାଳିକା ଟିଭି ଦେଖୁଥିବା ବେଳେ ଜଣେ ନାବାଳିକାକୁ ଘରୁ ତଡ଼ିଦେଇ ଅନ୍ୟ ଜଣେ ଆଠ ବର୍ଷର ନାବାଳିକାକୁ ଯୁବକ ଜଣକ ଦୁଷ୍କର୍ମ କରିଥିବା ଜଣା ପଡିଛି।
ଏନେଇ କୋଟଗଡ଼ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। କୋଟଗଡ଼ ଥାନା ଏକ ପୋକ୍ସୋ ଧାରା ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ୍। ସେପଟେ ଘଟଣା ପରେ ସମ୍ପୃକ୍ତ ଯୁବକ ଫେରାର ହୋଇଯାଇଥିବା ବେଳେ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ତଦନ୍ତକାରୀ ଅଧିକାରୀ ଲଳିତ ମୋହନ ସାଗର ସୂଚନା ଦେଇଛନ୍ତି।