ଫେରିଲେ ସାରଥି : ପ୍ରବଚନ ପାଇଁ ମାନ୍ୟବରଙ୍କୁ ଅନୁମତି ଦେଲେ ହାଇକୋର୍ଟ

The Sakala Picture
Published On

ଭୁବନେଶ୍ୱର : ପୁଣିଥରେ ଶୁଭିବ ସାରଥିଙ୍କ ମାନ୍ୟବର ମାନ୍ୟବର ଉକ୍ତି। ବହୁ ଚର୍ଚ୍ଚିତ ବାବା ସାରଥି ଏଣିକି ଦେଇପାରିବେ ପ୍ରବଚନ। ଆଉ ସାରଥିଙ୍କୁ ଏହି ଖୁସି ଖବର ଦେଇଛନ୍ତି ହାଇକୋର୍ଟ। ହାଇକୋର୍ଟ ସାରଥିଙ୍କୁ ପ୍ରବଚନ ଦେବାକୁ ଅନୁମତି ଦେଇଛନ୍ତି । ତେବେ ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସେ ପ୍ରବଚନ ଦେଇପାରିବେ । ଏହାଛଡ଼ା ପ୍ରବଚନ ବେଳେ କୋଭିଡ କଟକଣାକୁ ମାନିବାକୁ ହାଇକୋର୍ଟ ନିର୍ଦ୍ଧେଶ ଦେଇଛନ୍ତି । ପ୍ରବଚନ ଦେବା ଉପରେ ସାରଥିଙ୍କ ଉପରେ କଟକଣା ଲଗାଯାଇଥିବାବେଳେ ଏନେଇ […]

ଭୁବନେଶ୍ୱର : ପୁଣିଥରେ ଶୁଭିବ ସାରଥିଙ୍କ ମାନ୍ୟବର ମାନ୍ୟବର ଉକ୍ତି। ବହୁ ଚର୍ଚ୍ଚିତ ବାବା ସାରଥି ଏଣିକି ଦେଇପାରିବେ ପ୍ରବଚନ। ଆଉ ସାରଥିଙ୍କୁ ଏହି ଖୁସି ଖବର ଦେଇଛନ୍ତି ହାଇକୋର୍ଟ।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

ହାଇକୋର୍ଟ ସାରଥିଙ୍କୁ ପ୍ରବଚନ ଦେବାକୁ ଅନୁମତି ଦେଇଛନ୍ତି । ତେବେ ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସେ ପ୍ରବଚନ ଦେଇପାରିବେ । ଏହାଛଡ଼ା ପ୍ରବଚନ ବେଳେ କୋଭିଡ କଟକଣାକୁ ମାନିବାକୁ ହାଇକୋର୍ଟ ନିର୍ଦ୍ଧେଶ ଦେଇଛନ୍ତି । ପ୍ରବଚନ ଦେବା ଉପରେ ସାରଥିଙ୍କ ଉପରେ କଟକଣା ଲଗାଯାଇଥିବାବେଳେ ଏନେଇ ସେ ଅନୁମତି ପାଇଁ ହାଇକୋର୍ଟରେ ଅପିଲ କରିଥିଲେ ।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ପ୍ରକାଶ ଯେ, । ବିବାଦୀୟ ଧର୍ମଗୁରୁ ସାରଥୀ ବାବାଙ୍କୁ ହାଇକୋର୍ଟ ୨୦୧୭ ଅଗଷ୍ଟ ୪ ତାରିଖ ଦିନ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ତାଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦାୟର ହୋଇଥିବା ମୂଳ ମାମଲାରେ ଏହି ଜାମିନ ପ୍ରଦାନ କରାଯାଇଥିଲା । ହାଇକୋର୍ଟ ବିଚାରପତି ଜଷ୍ଟିସ ସିଆର ଦାସ ସାରଥୀଙ୍କୁ ଏହି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ଏଥିରେ କୋର୍ଟ ନିଷ୍ପତ୍ତି ଦେଇଥିଲେ ଯେ, ଜାମିନ ପାଇବା ପରେ ସାରଥୀ ବାରମୂଳ ଆଶ୍ରମ ଯାଇପାରିବେ ନାହିଁ । ଜାମିନ ପାଇବା ପରେ ସେ କୌଣସି ଶୋଭାଯାତ୍ରା କରିବେ ନାହିଁ ଏବଂ ଜାମିନ ପାଇବା ପରେ ସେ ଯେଉଁଠି ରହିବେ ସେ ସମ୍ପର୍କରେ ତଦନ୍ତକାରୀ ଅଧିକାରୀଙ୍କୁ ଅବଗତ କରିବା ସହ ତାଙ୍କୁ ତଦନ୍ତରେ ସହଯୋଗ କରିବେ ବୋଲି କୋର୍ଟ ନିର୍ଦ୍ଧେଶ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର