୫ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ଗାଡ଼ି ଛାଡ଼ି ମାଫିଆ ଚମ୍ପଟ

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପକ୍ଷରୁ ଏକ ପିକ୍ଅପ ଗାଡ଼ି ସହ ବ୍ୟାପକ ଗଞ୍ଜେଇ ଜବତ କରାଯାଇଛି। ସୂଚନା ଅନୁସାରେ, ସାଢିଙ୍ଗିଆ ଅଞ୍ଚଳରେ ଭୁବନେଶ୍ୱର ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା କୌଣସି ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ଫିରିଙ୍ଗିଆର ସମିଳି ସାହି ନିକଟରେ ପହଞ୍ଚିବା ବେଳେ ମାଫିଆ ରାସ୍ତା କଡ଼ରେ ପିକ ଅପ୍ ଡାଲା ଗାଡ଼ି ( ଓଡି୦୫ଏଏକ୍ସ ୦୨୬୩) କୁ ଛାଡ଼ି ଚମ୍ପଟ ମାରିଥିଲା। […]

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପକ୍ଷରୁ ଏକ ପିକ୍ଅପ ଗାଡ଼ି ସହ ବ୍ୟାପକ ଗଞ୍ଜେଇ ଜବତ କରାଯାଇଛି। ସୂଚନା ଅନୁସାରେ, ସାଢିଙ୍ଗିଆ ଅଞ୍ଚଳରେ ଭୁବନେଶ୍ୱର ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା କୌଣସି ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ଫିରିଙ୍ଗିଆର ସମିଳି ସାହି ନିକଟରେ ପହଞ୍ଚିବା ବେଳେ ମାଫିଆ ରାସ୍ତା କଡ଼ରେ ପିକ ଅପ୍ ଡାଲା ଗାଡ଼ି ( ଓଡି୦୫ଏଏକ୍ସ ୦୨୬୩) କୁ ଛାଡ଼ି ଚମ୍ପଟ ମାରିଥିଲା। ଜାଞ୍ଚ ବେଳେ ସେଥିରୁ ୫ କୁଇଣ୍ଟାଲ ୫ କେଜି ଗଞ୍ଜେଇ ପୁଲିସ ଜବତ କରିଛି। ଏନେଇ ଫିରିଙ୍ଗିଆ ଥାନା ରେ ୧୨୯/୨୧ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀ ରାଓ ସୂଚନା ଦେଇଛନ୍ତି ।

About The Author: The Sakala