୫୦କେଜି ଗଞ୍ଜେଇ ଜବତ, ୩ ଗିରଫ

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଥାନା ପୋଲିସ ୫୦ କେଜିର ଗଞ୍ଜେଇ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି। ସୁଚନା ଅନୁସାରେ, ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା କୌଣସି ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ଏକ ସ୍ବତନ୍ତ୍ର ପୋଲିସ ଟିମ୍ ସହାୟତାରେ ବନ୍ଧ ଗଡ଼ ପଞ୍ଚାୟତ ତେଲିମୁଣ୍ଡା ଛକଠାରେ ଏକ କାର (ଓଡି-୦୫ – ୭୦୦୫)କୁ ଚଢ଼ାଉ କରି ସେଥିରେ ୫୦ କେଜି […]

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଥାନା ପୋଲିସ ୫୦ କେଜିର ଗଞ୍ଜେଇ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି।

ସୁଚନା ଅନୁସାରେ, ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା କୌଣସି ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ଏକ ସ୍ବତନ୍ତ୍ର ପୋଲିସ ଟିମ୍ ସହାୟତାରେ ବନ୍ଧ ଗଡ଼ ପଞ୍ଚାୟତ ତେଲିମୁଣ୍ଡା ଛକଠାରେ ଏକ କାର (ଓଡି-୦୫ – ୭୦୦୫)କୁ ଚଢ଼ାଉ କରି ସେଥିରେ ୫୦ କେଜି ୫୦୦ ଗ୍ରାମ ଗଞ୍ଜେଇ ସହ କାରକୁ ଜବତ କରିଛି। ଏଥିରେ ସପ୍ରୃକ୍ତ ଥିବା କଟକ ଜିଲ୍ଲା ବଡମ୍ବା ଗ୍ରାମର ଜଗମୋହନ ତରାସିଆ (୨୫) ଓ ଅନ୍ୟ ଦୁଇ ଜଣ ମାଝି ପଡା ଗ୍ରାମ ର ନିଶ୍ଚଳାନନ୍ଦ ପାତ୍ର (୨୫) ଉତ୍ତମ ପାତ୍ର (୨୦)କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରାଯାଇଛି । ଏ ସଂକ୍ରାନ୍ତରେ ଫିରିଙ୍ଗିଆ ଥାନାରେ ୧୦୮/୨୧ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀ ରାଓ ସୂଚନା ଦେଇଛନ୍ତି।

About The Author: The Sakala