ଚନ୍ଦ୍ରଗ୍ରହଣ ଉପଲକ୍ଷେ ଶ୍ରୀମନ୍ଦିରର ନୀତିକାନ୍ତି ନେଇ ନୀତି ନିର୍ଘଣ୍ଟ: ଦେବନୀତି ଓ ଡଙ୍ଗା ଭସାଣ ଭୋର ୫ଟା ୫୪ ମନିଟ୍ ପୂର୍ବରୁ କରିବାକୁ ପରାମର୍ଶ

ପୁରୀ: ଚନ୍ଦ୍ରଗ୍ରହଣ ଓ ପଞ୍ଚୁକ ନୀତିକୁ ନେଇ ବୈଠକ ଶେଷ ହୋଇଛି।  ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନୀତି ନିର୍ଦ୍ଧାରଣ କରାଯାଇଛି।  ୮ ତାରିଖ  ( ମଙ୍ଗଳବାର ) ରହୁଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ । ଭୋର ୫ଟା ୪୫ ମିନିଟ ୫୩ ସେକେଣ୍ଡରେ ପାକତ୍ୟାଗ ନିଷ୍ପତ୍ତି । ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ହେବ। ଦେବନୀତି ଓ ଡଙ୍ଗା ଭସାଣ ଭୋର ୫ଟା ୫୪ ପୂର୍ବରୁ କରିବାକୁ ପରାମାର୍ଶ ଦିଆଯାଇଛି। ଚନ୍ଦ୍ରଗ୍ରହଣ ପାଇଁ […]

ପୁରୀ: ଚନ୍ଦ୍ରଗ୍ରହଣ ଓ ପଞ୍ଚୁକ ନୀତିକୁ ନେଇ ବୈଠକ ଶେଷ ହୋଇଛି।  ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନୀତି ନିର୍ଦ୍ଧାରଣ କରାଯାଇଛି।  ୮ ତାରିଖ  ( ମଙ୍ଗଳବାର ) ରହୁଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ । ଭୋର ୫ଟା ୪୫ ମିନିଟ ୫୩ ସେକେଣ୍ଡରେ ପାକତ୍ୟାଗ ନିଷ୍ପତ୍ତି । ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ହେବ। ଦେବନୀତି ଓ ଡଙ୍ଗା ଭସାଣ ଭୋର ୫ଟା ୫୪ ପୂର୍ବରୁ କରିବାକୁ ପରାମାର୍ଶ ଦିଆଯାଇଛି। ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିର ହେବ ସ୍ବତନ୍ତ୍ର ରୀତିନୀତି ଅନୁଷ୍ଠିତ ହେବ। ୭ ତାରିଖ ରାତି ୧୨ଟା ୧୦ରୁ ଦ୍ବାରଫିଟା ହେବ।  ପରେ ମଙ୍ଗଳ ଆଳତି, ମଇଲମ, ଅବକାଶ ପୂଜା ଅନୁଷ୍ଠିତ ହେବ। ଅବକାଶ ପୂଜା ପରେ ଶ୍ରୀଜିଉଙ୍କ ସୁନାବେଶ ହେବା ନେଇ ନିଷ୍ପତ୍ତି ହୋଇଛି। ସୁନାବେଶ ପରେ ଗୋପାଳବଲ୍ଲଭ ଭୋଗମଣ୍ଡପ ନୀତି ଅନୁଷ୍ଠିତ ହେବ।

ସେହିପରି ଆସନ୍ତା ୪ରୁ ପଞ୍ଚୁକ ଆରମ୍ଭ ହେଉଥିବାରୁ ଶ୍ରୀମନ୍ଦିର ନୀତି କାନ୍ତି କିପରି ଶୃଙ୍ଖଳିତ ଭାବେ ହୋଇପାରିବ ସେନେଇ ସମସ୍ତ ନିଯୋଗକୁ ଅନୁରୋଧ କରାଯାଇଛି। ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ଯାଳୟରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

About The Author: The Sakala