ଭୁବନେଶ୍ବର: ବିଦେଶ ମାଟିରେ ବି ଶୁଭିଲା ‘ଆପଣମାନେ ଖୁସି ତ’ । ଦୁବାଇ ଗସ୍ତରେ ଥିବା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ସନ୍ଧ୍ୟାରେ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ଯମନ୍ତ୍ରୀ ସମସ୍ତଙ୍କୁ ଅଭିବାଦନ ଜଣାଇବା ସହିତ ଆପଣମାନେ ଖୁସି ତ’ ବୋଲି ପଚାରିଥିଲେ। ଥରେ ନୁହେଁ ମୁଖ୍ଯମନ୍ତ୍ରୀ ଦୁଇ ଦୁଇ ଥର ପ୍ରବାସୀ ଓଡ଼ିଆଙ୍କୁ ନିଜ ସ୍ବାଭାବ ସୁଲଭ ଢଙ୍ଗରେ ଏହା ପଚାରିଥିଲେ। ସେଠାରେ ଉପସ୍ଥିତ ପ୍ରବାସୀ ଓଡ଼ିଆମାନେ ମଧ୍ଯ ଏକ ସଙ୍ଗରେ ଆମେ ବହୁତ ଖୁସି ବୋଲି ମୁଖ୍ଯମନ୍ତ୍ରୀଙ୍କୁ ଉତ୍ତର ଦେଇଥିଲେ। ମୁଖ୍ଯମନ୍ତ୍ରୀଙ୍କର ଏହି କଥାରେ ପ୍ରବାସୀ ଓଡ଼ିଆ ବେଶ ଖୁସି ବ୍ଯକ୍ତ କରିଥିଲେ। ମୁଖ୍ଯମନ୍ତ୍ରୀ ମଧ୍ଯ ସ୍ମିତ ହାସ୍ଯଟିଏ ଦେବାକୁ ଭୁଲି ନ ଥିଲେ। ଆଲୋଚନା ପୂର୍ବରୁ ମୁଖ୍ଯମନ୍ତ୍ରୀଙ୍କର ଏହି ପ୍ରସିଦ୍ଧ ବାକ୍ଯଟି ସେଠାକାର ପରିବେଶକୁ ବେଶ ହାଲୁକା କରିଥିଲା।
ବିଦେଶ ମାଟିରେ ବି ଶୁଭିଲା ‘ଆପଣମାନେ ଖୁସି ତ’
ଭୁବନେଶ୍ବର: ବିଦେଶ ମାଟିରେ ବି ଶୁଭିଲା ‘ଆପଣମାନେ ଖୁସି ତ’ । ଦୁବାଇ ଗସ୍ତରେ ଥିବା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ସନ୍ଧ୍ୟାରେ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ଯମନ୍ତ୍ରୀ ସମସ୍ତଙ୍କୁ ଅଭିବାଦନ ଜଣାଇବା ସହିତ ଆପଣମାନେ ଖୁସି ତ’ ବୋଲି ପଚାରିଥିଲେ। ଥରେ ନୁହେଁ ମୁଖ୍ଯମନ୍ତ୍ରୀ ଦୁଇ ଦୁଇ ଥର ପ୍ରବାସୀ ଓଡ଼ିଆଙ୍କୁ ନିଜ ସ୍ବାଭାବ ସୁଲଭ ଢଙ୍ଗରେ ଏହା ପଚାରିଥିଲେ। ସେଠାରେ ଉପସ୍ଥିତ ପ୍ରବାସୀ ଓଡ଼ିଆମାନେ ମଧ୍ଯ ଏକ ସଙ୍ଗରେ […]