ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟ ଉପରେ ବର୍ତ୍ତମାନ ଏକ ନିମ୍ନ ଚାପରେଖାର ପ୍ରଭାବ ରହୁଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି। ମୁଖ୍ୟତଃ ଅପରାହ୍ଣରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଥିବା ବେଳେ ଅନେକ ସ୍ଥାନରେ ଦିନବେଳା ପୂର୍ବଭଳି ତାପମାତ୍ରା ୩୭-୩୮ଡିଗ୍ରୀ ମଧ୍ୟରେ ରହୁଛି। ଆଗାମୀ ୪-୫ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ। ତେବେ ୧୯ ତାରିଖ ବେଳକୁ କାଳବୈଶାଖୀର ପ୍ରଭାବ ଅଧିକ ରହିବା ନେଇ ଆକଳନ […]

ଭୁବନେଶ୍ୱର: ରାଜ୍ୟ ଉପରେ ବର୍ତ୍ତମାନ ଏକ ନିମ୍ନ ଚାପରେଖାର ପ୍ରଭାବ ରହୁଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି। ମୁଖ୍ୟତଃ ଅପରାହ୍ଣରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଥିବା ବେଳେ ଅନେକ ସ୍ଥାନରେ ଦିନବେଳା ପୂର୍ବଭଳି ତାପମାତ୍ରା ୩୭-୩୮ଡିଗ୍ରୀ ମଧ୍ୟରେ ରହୁଛି। ଆଗାମୀ ୪-୫ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ।

ତେବେ ୧୯ ତାରିଖ ବେଳକୁ କାଳବୈଶାଖୀର ପ୍ରଭାବ ଅଧିକ ରହିବା ନେଇ ଆକଳନ କରାଯାଇଛି। ୧୯ ବେଳକୁ ନିମ୍ନଚାପ ରେଖା ସହ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବ। ଏହାସହ ବାୟୁମଣ୍ଡଳରେ ବାୟୁଚଳାଚଳରେ ପ୍ରଭାବ ପଡ଼ିବ। ଏଭଳି ତିନି ପ୍ରକାର ପାଣିପାଗ ନିୟାମକ ଯୋଗୁଁ ରାଜ୍ୟରେ ବଜୁଳି ଘଡ଼ଘଡ଼ି ସହିତ ବର୍ଷା ଓ ସ୍ଥାନେସ୍ଥାନେ ୪୦-୫୦ କିମି ପର୍ଯ୍ୟନ୍ତ ପବନ ବହିବାର ଆଶଙ୍କା ରହିଛି।

ଅନ୍ୟପଟେ, ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଆଶଙ୍କା ରହିଥିବା ବେଳେ ଦିନବେଳା ପୂର୍ବଭଳି ଖରାର ପ୍ରକୋପ ଜାରି ରହିବ। ମାତ୍ର ଆସନ୍ତା ୩ଦିନ ପରେ ରାଜ୍ୟରେ କାଳବୈଶାଖୀର ପ୍ରକୋପ ଅଧିକ ରହିବାକୁ ଥିବାରୁ ଏହାପରେ ୩-୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ୩ ଦିନ ଯାଏଁ ଦିନର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାକୁ ନଥିବା ବେଳେ ଉପକୂଳ ଓଡ଼ିଶାରେ ୩୪ରୁ ୩୬ ଡିଗ୍ରୀ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୩୭ ରୁ ୩୯ଡିଗ୍ରୀ ମଧ୍ୟରେ ତାପମାତ୍ରା ରହିବାର ସମ୍ଭାବନା ରହିଛି।

ଅନ୍ୟପଟେ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି। ଏହାକୁ ଆଧାର କରି ଏସ୍‌‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ୟେଲୋ ଆଲର୍ଟ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନେ ସବୁପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତ ରଖିବା ସହ ବିଜୁଳି ଘଡ଼ଘଡ଼ିରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଶନିବାର ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନୟାଗଡ଼଼, କଟକ ଓ ଯାଜପୁର ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଶୁକ୍ରବାର ୩୯.୫ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲିଟିଥିବା ବେଳେ ମୋଟ୍‌‌ ୧୨ ଟି ସହରରେ ତାପମାତ୍ରା ୩୭ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ କରାଯାଇଛି।

About The Author: The Sakala