ଟଙ୍କା ରୋଜଗାର ପରେ ବୃଦ୍ଧ ଓଟକୁ ଜଙ୍ଗଲରେ ଛାଡି ଦେଲା ମାଲିକ, ଖାଇବାକୁ ନ ପାଇ ଓଟର ମୃତ୍ଯୁ

ଖଲ୍ଲିକୋଟ: ଜଣେ ଓଟ ମାଲିକ ନିଜ ଓଟକୁ ବ୍ୟବହାର କରି ଟଙ୍କା ରୋଜଗାର କରିବା ପରେ ବୃଦ୍ଧ ହେବାରୁ ୩ ଦିନ ପୂର୍ବେ ଜଙ୍ଗଲରେ ଛାଡ଼ି ଦେଇଥିଲା। ଶେଷରେ ଓଟଟି ଖାଇବାକୁ ନ ପାଇ ଆଜି ମୃତ୍ୟୁବରଣ କରିଛି। ଏଭଳି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ମାନାପଲ୍ଲୀ ନିକଟସ୍ଥ ଛାଞ୍ଚୁଣିଆ ଜଙ୍ଗଲ ରାସ୍ତାରେ। ୩ଦିନ ହେଲା ଏହି ଓଟଟି ସୁମଣ୍ଡଳ-ଭେଜିପୁଟ ମୁଖ୍ୟ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି […]

ଖଲ୍ଲିକୋଟ: ଜଣେ ଓଟ ମାଲିକ ନିଜ ଓଟକୁ ବ୍ୟବହାର କରି ଟଙ୍କା ରୋଜଗାର କରିବା ପରେ ବୃଦ୍ଧ ହେବାରୁ ୩ ଦିନ ପୂର୍ବେ ଜଙ୍ଗଲରେ ଛାଡ଼ି ଦେଇଥିଲା। ଶେଷରେ ଓଟଟି ଖାଇବାକୁ ନ ପାଇ ଆଜି ମୃତ୍ୟୁବରଣ କରିଛି। ଏଭଳି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ମାନାପଲ୍ଲୀ ନିକଟସ୍ଥ ଛାଞ୍ଚୁଣିଆ ଜଙ୍ଗଲ ରାସ୍ତାରେ। ୩ଦିନ ହେଲା ଏହି ଓଟଟି ସୁମଣ୍ଡଳ-ଭେଜିପୁଟ ମୁଖ୍ୟ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ଓଟକୁ ନେଇ ତା’ ମାଲିକ ଖଲ୍ଲିକୋଟ ଅଞ୍ଚଳର ବିଭିନ୍ନ ସ୍ଥାନରେ ବୁଲି ଅର୍ଥ ଉପାର୍ଜନ କରୁଥିଲା। କିନ୍ତୁ ଓଟଟି ବୃଦ୍ଧ ହୋଇଯିବାରୁ ରୋଗିଣା ହୋଇ ପଡ଼ିଥିଲା। ଯାହା ଫଳରେ ମାଲିକ ତାକୁ ଆଣି ଜଙ୍ଗଲରେ ଛାଡି ଦେଇ ପଳେଇଯାଇଥିଲା। ସେବେ ଠାରୁ ଓଟଟି ଖାଇବାକୁ ନପାଇ ଘୁରି ବୁଲୁଥିଲା। ଆଜି ସକାଳେ କିଛି ଉତ୍ସାହୀ ଯୁବକ ଶଙ୍କର ପରିଡ଼ା, ବାଦଲ ସାହୁ, ଗୋଲକ ଜେନା, ବାପି ପାତ୍ର, ପୁନିଆ ସ୍ୱାଇଁ ଓଟକୁ ଧାନ, ଗହମ, ବାଇଗଣ, କଟିକି ପୋଟଳ ଖାଇବାକୁ ଦେଇଥିଲେ। ଆଜି ଅପରାହ୍ନରେ ବୃଦ୍ଧ ଓଟଟି ମୃତ୍ୟୁବରଣ କରିଥିଲା। ସେପଟେ ଏହି ଦୃଶ୍ୟ ପଶୁପ୍ରେମିଙ୍କ ମନରେ ଶକ୍ତ ଆଘାତ ଦେଇଥିବାରୁ ଓଟ ମାଲିକଙ୍କ ବିରୁଦ୍ଧରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସାଧାରଣରେ ଦାବି ହେଉଛି। ରାସ୍ତାକଡ଼ରେ ଓଟର ମୃତଦେହ ପଡ଼ିଥିବା ବେଳେ ଜଙ୍ଗଲ ବିଭାଗର କୌଣସି କର୍ମଚାରୀ ସେଠାରେ ପହଞ୍ଚି ନ ଥିବା ସୂଚନା ମିଳିଛି।

About The Author: The Sakala