ସହରର ଗଳିକନ୍ଦିରେ ଜୁଆ ଆଡ୍ଡା: ୧୦ ଦିନରେ ଶତାଧିକ ଜୁଆଡ଼ି ଗିରଫ

ବ୍ରହ୍ମପୁର: ଦଶହରା ଭଳି କୁମାରପୂର୍ଣ୍ଣମୀ ମଧ୍ୟ ଗଞ୍ଜାମ ଜିଲ୍ଲାରେ ଏକ ବଡ଼ ପର୍ବ। ଏହି ଦିନ ଗଜଲକ୍ଷ୍ମୀ ପୂଜା ହେଉଥିଲେ ମଧ୍ୟ ପ୍ରତ୍ୟେକ ଘରେ ତାସ ଖେଳ ଜମେ। ଲୋକଙ୍କ ଘରକୁ କୁଣିଆ ଆସିଥାନ୍ତି। ତାସ ଖେଳିବା ସହ ଭୋଜିଭାତ କରି ମଜା ନିଅନ୍ତି। ହେଲେ କେତେକ ଜୁଆଡ଼ି କୁମାରପୂର୍ଣ୍ଣମୀକୁ ଢାଲ କରି ଜୁଆ ଆଡ୍ଡା ଚଲାଉଛନ୍ତି। ଗଣେଷ ପୂଜା ଠୁ ଆରମ୍ଭ କରି ଦୀପାବଳି ପର୍ଯ୍ୟନ୍ତ ପ୍ରାୟ ଦେଢ଼ ମାସ ପର୍ଯ୍ୟନ୍ତ ଜୁଆଡ଼ିମାନେ ଜୁଆଆଡ୍ଡା ଚଳାଉଛନ୍ତି। […]

ବ୍ରହ୍ମପୁର: ଦଶହରା ଭଳି କୁମାରପୂର୍ଣ୍ଣମୀ ମଧ୍ୟ ଗଞ୍ଜାମ ଜିଲ୍ଲାରେ ଏକ ବଡ଼ ପର୍ବ। ଏହି ଦିନ ଗଜଲକ୍ଷ୍ମୀ ପୂଜା ହେଉଥିଲେ ମଧ୍ୟ ପ୍ରତ୍ୟେକ ଘରେ ତାସ ଖେଳ ଜମେ। ଲୋକଙ୍କ ଘରକୁ କୁଣିଆ ଆସିଥାନ୍ତି। ତାସ ଖେଳିବା ସହ ଭୋଜିଭାତ କରି ମଜା ନିଅନ୍ତି। ହେଲେ କେତେକ ଜୁଆଡ଼ି କୁମାରପୂର୍ଣ୍ଣମୀକୁ ଢାଲ କରି ଜୁଆ ଆଡ୍ଡା ଚଲାଉଛନ୍ତି। ଗଣେଷ ପୂଜା ଠୁ ଆରମ୍ଭ କରି ଦୀପାବଳି ପର୍ଯ୍ୟନ୍ତ ପ୍ରାୟ ଦେଢ଼ ମାସ ପର୍ଯ୍ୟନ୍ତ ଜୁଆଡ଼ିମାନେ ଜୁଆଆଡ୍ଡା ଚଳାଉଛନ୍ତି।

ଚଳିତ ବର୍ଷ ମଧ୍ୟ ବ୍ରହ୍ମପୁର ପୁଲିସ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୁଲିସ ଗତ୧୦ଦିନ ମଧ୍ୟରେ ଶହେରୁ ଊର୍ଦ୍ଧ୍ବ ଜୁଆଡ଼ିଙ୍କୁ ଗିରଫ କରିଥିବା ବେଳେ ୧୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ କରିଛନ୍ତି। ଜୁଆଡିମାନେ ଗିରଫର ଗୋଟିଏ ଦିନ ପରେ ଥାନାରୁ ହିଁ ଜାମିନ ପାଇ ଫେରି ପୁଣି ଜୁଆ ଖେଳୁଛନ୍ତି। ପୁଲିସ ବିଭିନ୍ନ ଜୁଆଆଡ୍ଡାରେ ଚଢ଼ଉ ଜାରି ରଖିଛି। ପୁଲିସ ଯେତେ ଜଗି ରହିଲେ ମଧ୍ୟ ଜୁଆଡ଼ିମାନେ ଲୁକ୍କାୟିତ ଭାବେ ସେମାନଙ୍କ ଖେଳ ଜାରି ରଖିଥାନ୍ତି। ଶନିବାର ସଦରଥାନା ପୁଲିସ ନିମଖଣ୍ଡି ନିକଟସ୍ଥ ବରିଗାଁ ଅଞ୍ଚଳର ଏକ ସ୍ଥାନରେ ଚଢ଼ଉ କରି ୬ଜଣ ଜୁଆଡିଙ୍କୁ ଗିରଫ କରିଥିବା ବେଳେ ପୂର୍ବରୁ ଗୋଳନ୍ଥରା ଥାନା, ବୈଦ୍ୟନାଥପୁର ଥାନା ପକ୍ଷରୁ ଚଢ଼ଉ କରାଯାଇ ଅନେକଙ୍କୁ ଗିରଫ କରାଯାଇଛି। ପୁଲିସ ଗତକିଛି ଦିନ ମଧ୍ୟରେ ଶତାଧିକ ଜୁଆଡ଼ିଙ୍କୁ ଗିରଫ କରିଥିଲେ ମଧ୍ୟ ଜୁଆ ଆଡ୍ଡା ଚଲାଉଥିବା ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇନାହିଁ। ଦଶହରା ଏବଂ କୁମାରପୂର୍ଣ୍ଣମୀ ନୁହେଁ ସହରର କେତେକ ସ୍ଥାନରେ ବର୍ଷ ତମାମ୍‍ ଏହି ଜୁଆ ଖେଳ ଜାରି ରହୁଛି। ଏହାକୁ ସହରର କେତେକ ଅପରାଧୀ ନିଜ ଅକ୍ତିଆରରେ ରଖି ବେଶ୍‍ ଟଙ୍କା ଉପାର୍ଜନ କରୁଥିବା ଶୁଣିବାକୁ ମିଳୁଛି।

About The Author: The Sakala