ଚିକିଟି ବିଷାକ୍ତ ମଦମୃତ୍ୟୁ ଘଟଣା: ଆଖି ବୁଜିଲେ ଆଉ ଜଣେ ଅସୁସ୍ଥ, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ଚିକିଟି: ଗଞ୍ଜାମ ଜିଲା ଚିକିଟି ବିଷାକ୍ତ ମଦ ମୃତ୍ୟୁ ମାମଲାରେ ରବିବାର ମଧ୍ୟାହ୍ନରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ କରବାଲୁଆ ଗ୍ରାମର ବାୟା ସେଠୀ। ସେ ଦୀର୍ଘ ଦିନ ଧରି ବ୍ରହ୍ମପୁର ସ୍ଥିତ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ପୂର୍ବରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଗତ ୩୧ ତାରିଖରେ ଲକ୍ଷ୍ମଣ ବେହେରା ନାମକ ଅନ୍ୟ ଜଣେ […]

ଚିକିଟି: ଗଞ୍ଜାମ ଜିଲା ଚିକିଟି ବିଷାକ୍ତ ମଦ ମୃତ୍ୟୁ ମାମଲାରେ ରବିବାର ମଧ୍ୟାହ୍ନରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ କରବାଲୁଆ ଗ୍ରାମର ବାୟା ସେଠୀ। ସେ ଦୀର୍ଘ ଦିନ ଧରି ବ୍ରହ୍ମପୁର ସ୍ଥିତ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ପୂର୍ବରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଗତ ୩୧ ତାରିଖରେ ଲକ୍ଷ୍ମଣ ବେହେରା ନାମକ ଅନ୍ୟ ଜଣେ ଅସୁସ୍ଥ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ସେ ଏମକେସିଜି ମେଡିକାଲ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ବର୍ତ୍ତମାନ ସୁଦ୍ଧା ଆହୁରି ୩ ଜଣ ଅସୁସ୍ଥ ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି।

ସୂଚନାଯୋଗ୍ୟ, ଚିକିଟି ଅଞ୍ଚଳରେ ବିଷାକ୍ତ ମଦ ମୃତ୍ୟୁକୁ ନେଇ ରାଜନୀତି ମଧ୍ୟ ଜୋର୍‌ ଧରିଛି। ସ୍ଥାନୀୟ ବିଜେଡି ଓ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଚିକିଟି ବ୍ଲକ ଅନ୍ତର୍ଗତ ମାଉଁଦପୂର ଗ୍ରାମରେ ଅଗଷ୍ଟ ୧୯ରେ ବିଷାକ୍ତ ମଦ ପିଇ ୨୩ଜଣ ଲୋକ ଗୁରୁତର ହୋଇପଡିଥିଲେ। ଉକ୍ତ ଘଟଣାରେ ଆଜି ସୁଦ୍ଧା କେ. ନୂଆଗାଁ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୬ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

About The Author: The Sakala