ରାଜଧାନୀରୁ ସେକ୍ସ ରାକେଟ୍‌ ଠାବ: ଆୟୁର୍ବେଦ ଚିକିତ୍ସା ନାମରେ ଚାଲିଥିଲା ସେକ୍ସ ରାକେଟ୍‌

Madhusudan Das Picture
Published On

ଭୁବନେଶ୍ୱର: ରାଜଧାନୀରେ ପୂର୍ବରୁ ସେକ୍ସ ରାକେଟ୍‌ ଲୁଚାଛପାରେ ଚାଲୁଥିଲା। ଏବେ କିନ୍ତୁ ଛକ ଛକ ଆଉ ଗଳିକନ୍ଦିରେ ଦେହ ଦଲାଲମାନେ ସକ୍ରୀୟ। ସେକ୍ସ ରାକେଟ୍‌ ଚଳାଇବା ତରିକାରେ କେବଳ ସାମାନ୍ୟତମ ପରିବର୍ତ୍ତନ ହୋଇଛି। ସପିଂ ମଲ୍‌, ବ୍ୟସ୍ତବହୁଳ ଅଞ୍ଚଳ, ମାର୍କେଟ୍‌ କମ୍ପେ୍ଲକ୍ସ ଅଞ୍ଚଳରେ ବଡ଼ ବଡ଼ ହଲ୍‌ ଭଡାରେ ନିଆଯାଉଛି। ଏହି ହଲ୍‌ରେ ଖୁଲମ୍‌ ଖୁଲା ସେକ୍ସ ରାକେଟ୍‌ ଚାଲିଛି। ଏଠାରେ ସେକ୍ସ ରାକେଟ୍‌ ସମ୍ପର୍କୀତ ସମସ୍ତ ଅନୈତିକ କାର୍ଯ୍ୟ ହେଉଛି କିନ୍ତୁ ପୋଷ୍ଟରରେ କେବଳ ଯୋଡିଦିଆଯାଉଛି ଭାରତର ପୁରାତନ ଚିକିତ୍ସା ଶାସ୍ତ୍ର ‘ଆୟୁରର୍ବେଦିକ’ର ନାମଟିକୁ। ଆୟୁର୍ବେଦିକ୍‌ ମସାଜ୍‌ ସେଣ୍ଟର, ଆୟୁର୍ବେଦିକ୍‌ ଟ୍ରିଟ୍‌ମେଣ୍ଟ ସେଣ୍ଟର, ଆୟୁର୍ବେଦିକ୍‌ ମସାଜ ପାର୍ଲର ପ୍ରଭୃତି ନାମରେ ସେକ୍ସ ରାକେଟ୍‌ ଅପରେଟ୍‌ କରୁଛି। ସାମ୍ନାରେ ଯୋଗ, ଜଡିବୁଟି, ଆୟୁର୍ବେଦର ଚିତ୍ର ଦୋକାନ ଭିତରେ ଅଲଗା କାରବାର। ଏଭଳି ବହୁ ଆୟୁରର୍ବେଦିକ ସେଣ୍ଟର ଏବେ ରାଜଧାନୀର ଯୌନ ଶୋଷଣର ପ୍ରାଣକେନ୍ଦ୍ର ପାଲଟିଛି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ଚନ୍ଦ୍ରଶେଖରପୁର ଥାନା ବୁଦ୍ଧ ବିହାର ଅଞ୍ଚଳରୁ ଗୁରୁବାର ବିଳମ୍ବିତ ରାତିରେ ଏକ ସେକ୍ସ ରାକେଟ୍‌ ଠାବ ହୋଇଥିଲା। ଆୟୁର୍ବେଦିକ୍‌ ଟ୍ରିଟ୍‌ମେଣ୍ଟ ସେଣ୍ଟର ନାମରେ ସେକ୍ସ ରାକେଟ୍‌ ଅପରେଟ୍‌ କରାଯାଉଥିଲା। ଦୁଇ ଯୁବତୀ ଖସି ଆସିବା ପରେ ଜଣାପଡ଼ିଥିଲା। ଆୟୁର୍ବେଦିକ୍‌ର କିଭଳି ଚିକିତ୍ସା ଦିଆଯାଉଥିଲା। ସେମାନେ ଗଣମାଧ୍ୟମ ଆଗରେ ନିଜର ଦୁଃଖକୁ ଗୋଟି ଗୋଟି କରି ବଖାଣିଛନ୍ତି। ଏଠାରୁ ଖସି ଆସିଥିବା ଦୁଇ ଯୁବତୀଙ୍କ କହିବା ଅନୁଯାୟୀ ଏମାନଙ୍କୁ ହୋଟେଲକୁ ଚାକିରି ବାହାନାରେ ଡାକାଯାଇଥିଲା। ପରେ ଏହି ଆୟୁର୍ବେଦିକ୍‌ ଟ୍ରିଟ୍‌ମେଣ୍ଟ ସେଣ୍ଟରରେ ରଖାଗଲା।  ଏଠାରେ ମସାଜ୍‌ ଏବଂ ଅନୈତିକ କାର୍ଯ୍ୟ ପାଇଁ ବାଧ୍ୟ କରାଯାଉଥିଲା।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

ସେହିପରି ଥରେ ଏଣ୍ଟ୍ରି ନେଲାମାତ୍ରେ କୌଣସି ଯୁବତୀ ଏଠାରୁ ଆଉ ଫେରି ପାରୁନାହାନ୍ତି। କାରଣ ସେମାନଙ୍କୁ ଜୀବନରୁ ମାରି ଦେବାକୁ କିମ୍ବା ପରିବାର ଲୋକଙ୍କୁ ଜୀବନରୁ ମାରି ଦେବାକୁ ବାଧ୍ୟ କରାଯାଉଥିଲା। ରାଜଧାନୀରେ ଆୟୁର୍ବେଦର ନାମକୁ ବ୍ୟବହାର କରି ଯେଉଁଭଳି  ଭାବେ ଅନୈତିକ କାର୍ଯ୍ୟକରାଯାଉଛି ତାହାକୁ ଖୋଦ୍‌ ଏହି ବେଦର ନିର୍ମାତା ବି ଆଶ୍ଚର୍ଯ୍ୟ ହେବେ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

କେବଳ ଚନ୍ଦ୍ରଶେଖରପୁର ବୁଦ୍ଧପାର୍କ ନୁହେଁ ଆୟୁର୍ବେଦରେ ଭୁବନେଶ୍ୱର ସହିଦନଗର, ସତ୍ୟବିହାର, ମଞ୍ଚେଶ୍ୱର, ନୟାପଲ୍ଲୀ, ବାଣୀବିହାର, କଳିଙ୍ଗବିହାର, ଖଣ୍ଡଗିରି ପ୍ରଭୃତି ସ୍ଥାନରେ ଏଭଳି ଉଦ୍ୟୋଗ ସର୍ବସାଧାରଣରେ ଉପସ୍ଥିତ ରହିଛି। ଏମାନେ ପାଖରେ ଆୟୁରର୍ବେଦ ଚିକିତ୍ସାର କିଛି ପ୍ରମାଣପତ୍ର ରହିଛି ନାଆ ନାହିଁ। ଆୟୁର୍ବେଦର କେଉଁ ଡିଗ୍ରୀ ଧାରୀ ମହିଳାମାନେ ଏଠାରେ ରୋଗୀଙ୍କୁ ଚିକିତ୍ସାସେବା ଯୋଗାଇ ଦେଉଛନ୍ତି। ଯଦି ଆୟୁର୍ବେଦ ନାମର ଅପବ୍ୟବହାର କରି ଏମାନେ ଏହି ନାମକୁ ନିୟମିତ ଭାବେ ଏବଂ ସର୍ବସାଧାରଣରେ କଦର୍ଥ କରୁଛନ୍ତି ତେବେ ପୁଲିସ ସେମାନଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ନେଉଛି। ଆୟୁର୍ବେଦ ନାମ କଦର୍ଥ ହେଉଥିଲେ ମଧ୍ୟ ଆୟୁସ ବିଭାଗ କଣ କରୁଛି ତାହାକୁ ନେଇ ପ୍ରଶ୍ନ ଉଠୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର