ବାଇକ୍ ଦୁର୍ଘଟଣାରେ କୁଖ୍ୟାତ ଅପରାଧୀ ଦିଲ୍ଲୀପ ନାୟକ ମୃତ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଜଣେ କୁଖ୍ୟାତ ଅପରାଧୀ ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳର ଦିଲ୍ଲୀପ ନାୟକ(୪୮)ଙ୍କ ଗୁରୁବାର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ସେ ଘରୁ ବାହାରି କୌଣସି କାମରେ ବାଇକ୍ ଯୋଗେ ଯାଉଥିବା ବେଳେ ଆଙ୍କୁଲି ଏନ୍ଏଚ୍ ନିକଟରେ କୌଣସି ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସେ କଚାଡ଼ି ହୋଇ ପଡ଼ିଥିବା ବେଳେ ତାଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତଶ୍ରାବ ହୋଇ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକ ଆମ୍ବୁଲାନ୍ସ […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଜଣେ କୁଖ୍ୟାତ ଅପରାଧୀ ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳର ଦିଲ୍ଲୀପ ନାୟକ(୪୮)ଙ୍କ ଗୁରୁବାର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ସେ ଘରୁ ବାହାରି କୌଣସି କାମରେ ବାଇକ୍ ଯୋଗେ ଯାଉଥିବା ବେଳେ ଆଙ୍କୁଲି ଏନ୍ଏଚ୍ ନିକଟରେ କୌଣସି ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସେ କଚାଡ଼ି ହୋଇ ପଡ଼ିଥିବା ବେଳେ ତାଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତଶ୍ରାବ ହୋଇ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଏମ୍କେସିଜି ମେଡିକାଲକୁ ଆଣିଥିଲେ। ଦିଲ୍ଲୀପଙ୍କ ଭାଇ ପ୍ରଦୀପ ନାୟକ ଓ ଦିଲ୍ଲୀପଙ୍କ କେତେଜଣ ବନ୍ଧୁ ଡାକ୍ତରଖାନାରେ ପହଞ୍ଚିଥିଲେ। ଆଜି ସନ୍ଧ୍ୟା ହୋଇ ଯାଇଥିବାରୁ ଦିଲ୍ଲୀପଙ୍କ ମୃତଦେହକୁ ଏମ୍କେସିଜି ଶବ ଗୃହରେ ରଖାଯାଇଛି।
ପରିବାର ଲୋକଙ୍କ କହିବାନୁଯାୟୀ, ଦିଲ୍ଲୀପ ଗତ ୬ମାସ ହେଲା ଜେଲ୍ରୁ ଛୁଟିରେ ଆସିଥିଲେ। ପୁଣି ଆଉ ଏକ ମାସ ଅଧିକା ଛୁଟି ପାଇଁ ଜେଲ୍ କର୍ତ୍ତୃପକ୍ଷଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଥିଲେ। ତେବେ ଆଶନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।
ସୂଚନା ଅନୁଯାୟୀ, ୧୯୯୩ ରୁ ୧୯୯୬ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା ଏବଂ ବ୍ରହ୍ମପୁର ପୁଲିସ ଜିଲ୍ଲାର ସମସ୍ତ ଥାନା ଏବଂ ପୁଲିସ ଅଧିକାରୀଙ୍କୁ ଆତଙ୍କିତ କରିଥିଲେ ଦିଲ୍ଲୀପ ନାୟକ। ଆସ୍କା, କବିସୂର୍ଯ୍ୟନଗର ଠାରୁ ଆରମ୍ଭ କରି ଖଲ୍ଲିକୋଟ, ନାରାୟଣୀ, କୋଦଳା, ପୋଲସରା ଅଞ୍ଚଳରେ ଦିଲ୍ଲୀପ ଏକ ଗ୍ୟାଙ୍ଗ୍ କରି ପୁରା ଜିଲ୍ଲାକୁ ଆତଙ୍କିତ କରି ରଖିଥିଲେ। ଠିକାଦାରମାନଙ୍କ ଠାରୁ ପୁଲିସ ସମସ୍ତଙ୍କୁ ଭୟଭୀତ କରି ରଖିଥିଲେ। ପୁଲିସ ଦିଲ୍ଲୀପଙ୍କ ନାମରେ ହତ୍ୟା, ହତ୍ୟା ଉଦ୍ୟମ, ରାହାଜାନି ଏବଂ ଡକାୟତି ଭଳି ଅନେକ ମାମଲା ରୁଜୁକରିଥିଲା। କବିସୂର୍ଯ୍ୟନଗର ଅଞ୍ଚଳରେ ସେ ଏକ ଚର୍ଚ୍ଚି ହତ୍ୟାକାଣ୍ଡ ଭିଆଇଥିଲେ। ଯାହାକି ବେଶ୍ ଚର୍ଚ୍ଚାରେ ରହିଥିଲା। ଦିଲ୍ଲୀପଙ୍କୁ କେହି କେବେ ଦେଖିନଥିବା ବେଳେ ତାଙ୍କର କୌଣସି ଫୋଟ ନ ଥିବାରୁ ପୁଲିସ ତାଙ୍କୁ ଧରିବାରେ ସଫଳ ହେଉନଥିଲା।
ଦିଲ୍ଲୀପକୁ ଧରିବାକୁ ୧୯୯୬ରେ ବ୍ରହ୍ମପୁର ସହରର ଜଣେ ପୁଲିସ ଅଧିକାରୀ ରବି ଶତପଥୀ ଯୋଜନା ପ୍ରସ୍ତୁତ କରିଥିଲେ। ବ୍ରହ୍ମପୁର ସହରର ଆଙ୍କୁଲି ଅଞ୍ଚଳରେ ଥିବା ଘରକୁ ଦିଲ୍ଲୀପ କେବେ ଆସିବ ତାହା ଜାଣିବା ପାଇଁ ତାଙ୍କର ଜଣେ ବାଲ୍ୟବନ୍ଧୁଙ୍କୁ ପୁଲିସ ଖୋଜି ବାହାର କରିଥିଲା। ତା’ଠାରୁ ଦିଲ୍ଲୀପଙ୍କ ଗତିବିଧି ସମ୍ପର୍କିତ ଖବର ପାଇ ସେହିବର୍ଷ ଜୁଲାଇ ୩୦ରେ ଦିଲ୍ଲୀପ ନିଜ ଘରକୁ ଆସୁଥିବା ସମୟରେ ପୁଲିସ ଛଦ୍ମ ବେଶରେ ତାଙ୍କୁ ଗିରଫ କରିଥିଲା। ଦିଲ୍ଲୀପକୁ ଧରିବା ପୁଲିସ ପାଇଁ ଏକ ବଡ଼ ସଫଳତା ଥିଲା। ସେ ଜେଲ୍ରେ ଥିବା ବେଳେ ଏ ହତ୍ୟା ମାମଲାରେ ତାଙ୍କୁ ଆଜିବନ କାରାଦଣ୍ଡ ହୋଇଥିଲା। ପରେ ସେ ୧୯୯୭ ଅକ୍ଟୋବର ୧୭ରେ ଜେଲ୍ କାନ୍ଥ ଡେଇଁ ଚମ୍ପଟ ମାରିଥିଲେ। ୬ ମାସ ପରେ ଅର୍ଥାତ୍ ୧୯୯୮ ଜୁନ୍ ୨୪ରେ ଦିଲ୍ଲୀପ ପିପିଲି ଅଞ୍ଚଳର ଏକ ଢାବାରେ ଖାଉଥିବା ବେଳେ ପୁଲିସ ତାଙ୍କୁ ଧରିଥିଲା। ଏହାପରେ ଦିଲ୍ଲୀପଙ୍କ ଗୋଡ଼ରେ ଲୁହା ବେଢ଼଼ି ପକାଇ ରଖାଯାଇଥିଲା। ଦୀର୍ଘ ୧୫ବର୍ଷ ଲୁହା କଡ଼ି ଗୋଡ଼ରେ ରହିବା ପରେ ସେ ମାନବ ଅଧିକାର କମିଶନଙ୍କୁ ଚିଠି ଲେଖିଥିଲେ। ପରେ ତାଙ୍କ ଗୋଡ଼ରୁ ଲୁହା କଡ଼ି ବାହାର କରାଯାଇଥିଲା। ଜେଲ୍ରେ ଥିବା ସମୟରେ ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ବିଜୟଲକ୍ଷ୍ମୀଙ୍କ ସହ ତାଙ୍କର ୨୦୦୮ରେ ଜେଲ୍ କର୍ତ୍ତୃପକ୍ଷ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଥିଲା। ହେଲେ ସେମାନଙ୍କ କୌଣସି ସନ୍ତାନ ନାହାନ୍ତି। ପରେ ଧିରେ ଧିରେ ତାଙ୍କ ଆଚରଣ ବଦଳିଥିଲା। ପରେ ଜେଲ୍ କର୍ତ୍ତୃପକ୍ଷଙ୍କ ଅନୁରୋଧ ଏବଂ ଜେଲ୍ ଡିଜିଙ୍କ ଅନୁମତି କ୍ରମେ ତାଙ୍କୁ ମାସିକିଆ ପାରୋଲ ମିଳୁଥିଲା। ପାରୋଲର ଧାର୍ଯ୍ୟ ସମୟରେ ସେ ଜେଲ୍କୁ ଫେରୁଥିବାରୁ କର୍ତ୍ତୁପକ୍ଷଙ୍କ ବିଶ୍ୱାସ ଜିଣିଥିଲେ। ପାରୋଲ ସମୟରେ ସେ କୌଣସି ଅପରାଧିକ ମାମଲାରେ ଜଡ଼ିତ ହେଉନଥିଲେ।