ଆଜିଠୁ ବରିଷ୍ଠ ନାଗରିକଙ୍କୁ ମାଗଣା ଯାତ୍ରା ସୁବିଧା

ଭୁବନେଶ୍ୱର: ଗୋଟିଏ ଫୋନ୍‍ କଲ୍‍ରେ ଘରେ ଆସି ପହଞ୍ଚିବ କ୍ୟାବ୍‍। ତା’ ପୁଣି ମାଗଣାରେ। ଆଜିଠାରୁ ରାଜଧାନୀରେ ଏହି ସୁବିଧା ପାଇପାରିବେ ବରିଷ୍ଠ ନାଗରିକମାନେ। କରୋନା ସମୟରେ ବରିଷ୍ଠ ନାଗରିକଙ୍କୁ ମିଳିବ ଏହି ମାଗଣା ଯାତ୍ରାସେବା। ପ୍ରଥମକରି ହେଲ୍ପଏଜ୍‍ ଇଣ୍ଡିଆ ଓ ଉବରର ମିଳିତ ସହଯୋଗରେ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି। ଆସନ୍ତା ୪ ମାସ ଧରି ଚାଳିବାକୁ ଥିବା ଏହି ସେବାରେ ଜଣେ ବରିଷ୍ଠ ନାଗରିକ ନିଜ ପାଇଁ ମାଗଣା ଉବର ବୁକିଂ କରିପାରିବେ। […]

ଭୁବନେଶ୍ୱର: ଗୋଟିଏ ଫୋନ୍‍ କଲ୍‍ରେ ଘରେ ଆସି ପହଞ୍ଚିବ କ୍ୟାବ୍‍। ତା’ ପୁଣି ମାଗଣାରେ। ଆଜିଠାରୁ ରାଜଧାନୀରେ ଏହି ସୁବିଧା ପାଇପାରିବେ ବରିଷ୍ଠ ନାଗରିକମାନେ। କରୋନା ସମୟରେ ବରିଷ୍ଠ ନାଗରିକଙ୍କୁ ମିଳିବ ଏହି ମାଗଣା ଯାତ୍ରାସେବା। ପ୍ରଥମକରି ହେଲ୍ପଏଜ୍‍ ଇଣ୍ଡିଆ ଓ ଉବରର ମିଳିତ ସହଯୋଗରେ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି। ଆସନ୍ତା ୪ ମାସ ଧରି ଚାଳିବାକୁ ଥିବା ଏହି ସେବାରେ ଜଣେ ବରିଷ୍ଠ ନାଗରିକ ନିଜ ପାଇଁ ମାଗଣା ଉବର ବୁକିଂ କରିପାରିବେ। ଏଥିପାଇଁ ତାଙ୍କୁ ଅନ୍‍ଲାଇନ୍‍ରେ କାଠିକର ସୋପାନ ଦେଇ ଯିବାକୁ ବି ପଡ଼ିବନି। ହେଲ୍ପଏଜ୍‍ ଇଣ୍ଡିଆର ଟୋଲ ଫ୍ରି ନମ୍ବର୧୮୦୦-୩୪୫-୧୨୫୩ କିମ୍ବା ମୋବାଇଲ୍‍ ନମ୍ବର ୯୪୩୭୪୯୬୮୯୧ ରେ ଯୋଗାଯୋଗ କରି ଏଣିକି ବରିଷ୍ଠ ନାଗରିକମାନେ ଭାକ୍‍ସିନେସନ୍‍ ପାଇଁ ଯେ କୌଣସି ସ୍ଥାନକୁ ଯାଇ ପାରିବେ। ସାରା ଦେଶରେ ଏହି ସେବା ଆରମ୍ଭ ହୋଇଥିବା ବେଳେ ଓଡ଼ିଶାର କେବଳ ଭୁବନେଶ୍ୱରରେ ଏହା ଉପଲବ୍ଧ।

ଏ ବାବଦରେ ହେଲ୍ପଏଜ୍‍ ଇଣ୍ଡିଆ ଓଡ଼ିଶାର ମୁଖ୍ୟ ଭାରତୀ ଚକ୍ର କହିଛନ୍ତି ଏହି ସେବା ସମ୍ପୂର୍ଣ୍ଣ ମାଗଣା ଥିବା ବେଳେ ଏହା ସୁରକ୍ଷିତ ମଧ୍ୟ। ଏହାଛଡ଼ା ଜଣେ ମୋବାଇଲ୍‍ ନମ୍ବରରେ ବି ଆମକୁ ଯୋଗାଯୋଗ କରି ଭାକ୍‍ସିନେସନ୍‍ ପାଇଁ ବୁକିଂ କରିପାରିବେ। ଏହାବାଦ୍‍ ଆମେ ବରିଷ୍ଠ ନାଗରିକଙ୍କୁ ଓ ସେମାନଙ୍କର ପରିବାର ଲୋକଙ୍କୁ କାଉନସିଲିଂ ସୁବିଧା ମଧ୍ୟ ଦେଉଛୁ। ଯେଉଁଥିରେ ସେମାନଙ୍କୁ ଆଇନଗତ ମସୁଧା ବି ଦିଆଯାଇ ପାରୁଛି। କରୋନା ସମୟରେ ସେମାନେ କିପରି ନିଜର ଯତ୍ନ ନେବେ, କ’ଣ ସବୁ କରିବେ ଓ କ’ଣ କରିବେ ନାହିଁ ସେ ବାବଦରେ ମଧ୍ୟ ସଚେତନତା ସୃଷ୍ଟି କରାଯାଇ ପାରୁଛି। କୋଭିଡ ଭାକ୍‍ସିନେସନ୍‍ କାଉନ୍‍ସିଲିଂ ପାଇଁ ବି ବ୍ୟବସ୍ଥା କରାଯାଇଛି। କେବଳ ଭାକ୍‍ସିନେସନ୍‍ ନୁହେଁ ବରଂ ବରିଷ୍ଠ ନାଗରିକମାନେ ନିଜ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନା ଯିବାକୁ ଚାହୁଁଥିଲେ ଉବର ବୁକିଂ କରି ମାଗଣାରେ ଯିବା ଆସିବା କରିପାରିବେ। ବର୍ତ୍ତମାନ ରାଜଧାନୀରେ ୫୦ରୁ ଅଧିକ ବରିଷ୍ଠ ନାଗରିକ ସେଲ୍‌ଫ ଥିବା ବେଳେ ଏହାଦ୍ୱାରା ଆମେ ଅଧିକରୁ ଅଧିକ ଲୋକଙ୍କ ସହ ଯୋଡ଼ି ହେବାକୁ ପ୍ରୟାସ କରୁଛୁ।

ଏ ବାବଦରେ ବରିଷ୍ଠ ନଗରିକ ବଦ୍ରିନାଥ ମିଶ୍ର କହିଛନ୍ତି କ୍ୟାବ୍‍ ଗୋଟେ ବୁକିଂ କରିବା ପାଇଁ ହେଲେ ଚେନ୍ନେଇରେ ଥିବା ମୋ ଝିଅ ଉପରେ ମୋତେ ନିର୍ଭର କରିବାକୁ ପଡୁଥିଲା। ଆଜିକାଲି ଅନ୍‍ଲାଇନ୍‍ର ତାମ୍‍ଝାମ୍‍ ବି ମୋ ଭଳି ବୟସ୍କଙ୍କ ପାଇଁ କାଠିକର ପାଠ। ହେଲ୍ପଏଜ୍‍ ଇଣ୍ଡିଆ ଓ ଉବର ସହାୟତାରେ ମୋ ଭଳି ବୟସ୍କଙ୍କ ପାଇଁ ଯେଉଁ ସୁବିଧା କରାଯାଇଛି ତାହା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ପଦକ୍ଷେପ। ଆସନ୍ତା ୪ ମାସ ଯାଏଁ ଆମକୁ ଏହି ସୁବିଧା ମିଳିବ ବୋଲି ଜାଣି ଖୁସି ଲାଗୁଛି। ମୁଁ ଉବର କ୍ୟାବ୍‍ର ସୁବିଧା ନେଇ ଭାକ୍ସିନେସନ୍‍ କରିବାକୁ ପାଖ ସେଣ୍ଟରକୁ ଯାଇଥିଲି। ଏହା କେବଳ ମାଗଣା ନୁହେଁ ସୁରକ୍ଷିତ ମଧ୍ୟ।

About The Author: The Sakala