ହୋଟେଲ ଓ ରେସ୍ତୋରାଁରେ ବସି ଖାଇବା ମନା, ଏଣିକି ପାର୍ସଲରେ ମିଳିବ ଖାଦ୍ଯ

ଭୁବନେଶ୍ବର : ଚିନ୍ତା ବଢ଼ାଇଛି କରୋନା। ରାଜଧାନୀ ଭୁବନେଶ୍ବରରେ ପ୍ରତିଦିନ ସଂକ୍ରମଣ ବଢ଼ି ଚାଲିଥିବାରୁ ଆଜିଠୁ  ହୋଟେଲ ଓ ରେସ୍ତୋରାଁରେ ବସି ଖାଇବା ବଦଳରେ କେବଳ ପାର୍ସଲରେ ଖାଦ୍ୟ ଦିଆଯାଉଛି । ଗାଇଡଲାଇନ ଅନୁଯାୟୀ, ଏଣିକି ଆଉ ହୋଟଲରେ କେହି ବସି ଖାଇ ପାରିବେ ନାହିଁ। କେବଳ ପାର୍ସଲରେ ଖାଦ୍ୟ ନେଇପାରିବେ ଗ୍ରାହକ। କରୋନା ପାଇଁ ଏହି କଟକଣା ଲଗାଯାଇଛି। ଏହାସହ ହୋଟେଲରେ ଭିଡ ଲଗାଇବା ବଦଳରେ ଅନଲାଇନରେ ମଧ୍ୟ ଖାଦ୍ୟ ଅର୍ଡର କରି ପାରିବେ ଗ୍ରାହକ। […]

ଭୁବନେଶ୍ବର : ଚିନ୍ତା ବଢ଼ାଇଛି କରୋନା। ରାଜଧାନୀ ଭୁବନେଶ୍ବରରେ ପ୍ରତିଦିନ ସଂକ୍ରମଣ ବଢ଼ି ଚାଲିଥିବାରୁ ଆଜିଠୁ  ହୋଟେଲ ଓ ରେସ୍ତୋରାଁରେ ବସି ଖାଇବା ବଦଳରେ କେବଳ ପାର୍ସଲରେ ଖାଦ୍ୟ ଦିଆଯାଉଛି ।

ଗାଇଡଲାଇନ ଅନୁଯାୟୀ, ଏଣିକି ଆଉ ହୋଟଲରେ କେହି ବସି ଖାଇ ପାରିବେ ନାହିଁ। କେବଳ ପାର୍ସଲରେ ଖାଦ୍ୟ ନେଇପାରିବେ ଗ୍ରାହକ। କରୋନା ପାଇଁ ଏହି କଟକଣା ଲଗାଯାଇଛି। ଏହାସହ ହୋଟେଲରେ ଭିଡ ଲଗାଇବା ବଦଳରେ ଅନଲାଇନରେ ମଧ୍ୟ ଖାଦ୍ୟ ଅର୍ଡର କରି ପାରିବେ ଗ୍ରାହକ। କରୋନାକୁ ନେଇ ସ୍ବତନ୍ତ୍ର ରିଲିଫ କମିଶନର ଜାରି କରିଥିବା ଗାଇଡ଼ଲାଇନରେ ହୋଟେଲରେ ବସି ଖାଇବାକୁ ମନା କରାଯାଇଥିଲା। ଯାହାକୁ ଆଜିଠାରୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଇଛି।

About The Author: The Sakala