ଭାଲୁକୁ ଟ୍ରାଙ୍କୁଲାଇଜବେଳେ ଅଘଟଣ, ଫରେଷ୍ଟରଙ୍କ ଦେହରେ ବାଜିଲା ଇଞ୍ଜେକ୍ସନ

କାମାକ୍ଷାନଗର: କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କଙ୍କଡାହାଡ଼ ଫରେଷ୍ଟ ସେକ୍ସନ କେରଜୁଳି ଠାରେ ଅଘଟଣ। ଭାଲୁକୁ ଟ୍ରାଙ୍କୁଲାଇଜ କଲାବେଳେ ଟ୍ରାଙ୍କୁଲାଇଜ ଇଞ୍ଜେକ୍ସନ ବାଜି ଫରେଷ୍ଟର ଗୁରୁତର। ଗୁରୁତର ଜଣକ ବିରାଶାଳ ଫରେଷ୍ଟର ଦୀପକ ସାହୁ। ସୂଚନା ଅନୁସାରେ, କେରଜୁଳି ଗାଁରେ ଏକ ଭାଲୁଥିବା ନେଇ ବନବିଭାଗ ସୂଚନା ପାଇ ଭାଲୁକୁ ଧରିବା ପାଇଁ ଯାଇଥିଲେ। ଭାଲୁର ଗତିବିଧି ନିରୀକ୍ଷଣ କରି ଭାଲୁକୁ ଟ୍ରାଙ୍କୁଲାଇଜ କଲାବେଳେ ଟ୍ରାଙ୍କୁଲାଇଜ ଇଞ୍ଜେକ୍ସନଟି ବିରାଶାଳ ଫରେଷ୍ଟର ଦୀପକ ସାହୁଙ୍କ ଠାରେ ବାଜିଥିଲା । ଫଳରେ […]

କାମାକ୍ଷାନଗର: କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କଙ୍କଡାହାଡ଼ ଫରେଷ୍ଟ ସେକ୍ସନ କେରଜୁଳି ଠାରେ ଅଘଟଣ। ଭାଲୁକୁ ଟ୍ରାଙ୍କୁଲାଇଜ କଲାବେଳେ ଟ୍ରାଙ୍କୁଲାଇଜ ଇଞ୍ଜେକ୍ସନ ବାଜି ଫରେଷ୍ଟର ଗୁରୁତର। ଗୁରୁତର ଜଣକ ବିରାଶାଳ ଫରେଷ୍ଟର ଦୀପକ ସାହୁ।

ସୂଚନା ଅନୁସାରେ, କେରଜୁଳି ଗାଁରେ ଏକ ଭାଲୁଥିବା ନେଇ ବନବିଭାଗ ସୂଚନା ପାଇ ଭାଲୁକୁ ଧରିବା ପାଇଁ ଯାଇଥିଲେ। ଭାଲୁର ଗତିବିଧି ନିରୀକ୍ଷଣ କରି ଭାଲୁକୁ ଟ୍ରାଙ୍କୁଲାଇଜ କଲାବେଳେ ଟ୍ରାଙ୍କୁଲାଇଜ ଇଞ୍ଜେକ୍ସନଟି ବିରାଶାଳ ଫରେଷ୍ଟର ଦୀପକ ସାହୁଙ୍କ ଠାରେ ବାଜିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା। ତାଙ୍କୁ ତୁରନ୍ତ ସ୍ଥାନୀୟ ବନବିଭାଗ ସହଯୋଗୀ କର୍ମଚାରୀଙ୍କ ସହାୟତାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାବେଳେ ତାଙ୍କର ଚିକିତ୍ସା ଜାରି ରହିଛି। ଏହି ଟିମରେ ଏସିଏଫଓ ସତ୍ୟନାରାୟଣ ସାହୁ,ରେଞ୍ଜ ଅଧିକାରୀ କୈଳାସ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ ।

About The Author: The Sakala