କଟକ: ଦୀପାବଳିରେ କେବଳ ସବୁଜ ବାଣ ବିକ୍ରି ପାଇଁ ହାଇକୋର୍ଟ ତଥା ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିବା ବେଳେ ବାଣ ବ୍ଯବସାୟୀ ବେଆଇନ ବାଣ ବିକ୍ର କରୁଛନ୍ତି। ପୁଣି କଟକରୁ ଜବତ ହୋଇଛି ବେଆଇନ ବାଣ। ସ୍ଥାନୀୟ ଗୋପାଳ ସାହିରେ ଚଢ଼ାଉ କରି ବିଡ଼ାନାସି ପୁଲିସ ବିପୁଳ ପରିମାଣର ବାଣ ଜବତ କରିଛି । ଜବତ ହୋଇଥିବା ବାଣର ଅନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ । ଏହି ବାଣ ରଖିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ ଅଟକ ରଖିଛି । ସମ୍ପୃକ୍ତ ବ୍ୟକ୍ତି ଜଣକ ବିଭିନ୍ନ ସ୍ଥାନରୁ ଏହି ବାଣ ଆଣି ସେଗୁଡିକୁ କଟକ ସହରରେ ବିକ୍ରି କରିବାକୁ ଯୋଜନା କରି ଥିବା ପୁଲିସ ପକ୍ଷରୁ କୁହାଯାଇଛି ।
ପୁଣି ଜବତ ହେଲା ୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବେଆଇନ ବାଣ
କଟକ: ଦୀପାବଳିରେ କେବଳ ସବୁଜ ବାଣ ବିକ୍ରି ପାଇଁ ହାଇକୋର୍ଟ ତଥା ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିବା ବେଳେ ବାଣ ବ୍ଯବସାୟୀ ବେଆଇନ ବାଣ ବିକ୍ର କରୁଛନ୍ତି। ପୁଣି କଟକରୁ ଜବତ ହୋଇଛି ବେଆଇନ ବାଣ। ସ୍ଥାନୀୟ ଗୋପାଳ ସାହିରେ ଚଢ଼ାଉ କରି ବିଡ଼ାନାସି ପୁଲିସ ବିପୁଳ ପରିମାଣର ବାଣ ଜବତ କରିଛି । ଜବତ ହୋଇଥିବା ବାଣର ଅନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ । ଏହି ବାଣ ରଖିବା ଅଭିଯୋଗରେ […]