ଜଙ୍ଗଲରୁ ଠାବ ହେଲା ଉଭୟ ପୁରୁଷ ଓ ମହିଳାଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଆଠଗଡ଼: ଜଙ୍ଗଲରୁ ଠାବ ହେଲା ୨ ମୃତଦେହ। ଆଠଗଡ଼ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ଜଣେ ପୁରୁଷ ଏବଂ ଜଣେ ମହିଳାଙ୍କର ଗଳିତ ମୃତଦେହ ଠାବ ହୋଇଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ବର୍ତ୍ତମାନ ସୁଦ୍ଧା ମୃତକ ଦୁଇ ଜଣଙ୍କର ପରିଚୟ ମିଳିପାରିନି। ଖୁଣ୍ଟୁଣି ଥାନା ଏବଂ ଗୁରୁଡ଼ିଝାଟିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ କେଉଁ ଥାନା ଅଧୀନରେ ମୃତଦେହ ପଡ଼ି ରହିଛି ତାହାକୁ ସ୍ପଷ୍ଟ କରିପାରୁନି ପୁଲିସ।

About The Author: The Sakala