ବରଯାତ୍ରୀ ବସ ଧକ୍କାରେ ଚାଲିଗଲା ବାପାଙ୍କର ଜୀବନ

କଟକ: ପୁଅ ବରଯାତ୍ରୀରେ ବାପାଙ୍କର ମୃତ୍ୟୁ। କଟକ ଜିଲ୍ଲା ନରସିଂହପୁର ଚତରାପଦାରେ ଅଭାବନୀୟ ଘଟଣା। ତଗିଲୋ ଗାଁକୁ ବାହାଘର ପାଇଁ ଯାଉଥିଲା ବେଳେ  ବରଯାତ୍ରୀ ବସ ଧକ୍କାରେ ବର ବାପାଙ୍କର ଜୀବନ ଚାଲିଯାଇଛି। ଚତରାପଦା ଗାଁର ବିମ୍ବାଧର ନାୟକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ପୁଅ ବବୁଲ ନାୟକଙ୍କର  ବାହାଘର ଥିଲା। ଘରୁ ବାହାଘର ବରଯାତ୍ରୀ ବାହାରି ସାରିଥିଲା।   ବରଯାତ୍ରୀଙ୍କୁ ନେଉଥିବା ଶକ୍ତିମୟୀ ନାମକ ବସ୍ ହଠାତ ୭ ରୁ ୮ ଜଣ ଙ୍କୁ ଚଢାଇ ଦେଇଥିଲା।। ବସ […]

କଟକ: ପୁଅ ବରଯାତ୍ରୀରେ ବାପାଙ୍କର ମୃତ୍ୟୁ। କଟକ ଜିଲ୍ଲା ନରସିଂହପୁର ଚତରାପଦାରେ ଅଭାବନୀୟ ଘଟଣା। ତଗିଲୋ ଗାଁକୁ ବାହାଘର ପାଇଁ ଯାଉଥିଲା ବେଳେ  ବରଯାତ୍ରୀ ବସ ଧକ୍କାରେ ବର ବାପାଙ୍କର ଜୀବନ ଚାଲିଯାଇଛି। ଚତରାପଦା ଗାଁର ବିମ୍ବାଧର ନାୟକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ପୁଅ ବବୁଲ ନାୟକଙ୍କର  ବାହାଘର ଥିଲା। ଘରୁ ବାହାଘର ବରଯାତ୍ରୀ ବାହାରି ସାରିଥିଲା।   ବରଯାତ୍ରୀଙ୍କୁ ନେଉଥିବା ଶକ୍ତିମୟୀ ନାମକ ବସ୍ ହଠାତ ୭ ରୁ ୮ ଜଣ ଙ୍କୁ ଚଢାଇ ଦେଇଥିଲା।। ବସ ଧକ୍କାରେ ଗୁରୁତର ଆହତ ହୋଇଥିବା ବରର ବାପାଙ୍କୁ ପ୍ରଥମେ ନରସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏନେଇ ପରିବାର ପକ୍ଷରୁ ନରସିଂହପୁର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ନରସିଂହପୁର ପୁଲିସ ମେଡିକାଲରେ ପହଞ୍ଚି ଅଧିକ ତଦନ୍ତ କରୁଥିବା କହିଛନ୍ତି ଥାନା ଅଧିକାରୀ ବିକ୍ରମ କେଶରୀ ଜେନା ।

About The Author: The Sakala