୧୬ରୁ କାର୍ଯ୍ୟକ୍ଷମ ହେବ କଟକ ନେତାଜୀ ବସ ଟର୍ମିନାଲ, ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

କଟକ: ବସ୍ ଯାତ୍ରୀଙ୍କୁ ମିଳିବ ଅନ୍ତର୍ଜାତୀୟ ସ୍ତରର ସୁବିଧା। ଲୋକାର୍ପଣ ଅପେକ୍ଷାରେ କଟକ ନେତାଜୀ ବସ୍ ଟର୍ମିନାଲ। ଗୋଟିଏ ସ୍ଥାନରୁ ରାଜ୍ୟ ଓ ରାଜ୍ୟ ବାହାରକୁ ଗଡ଼ିବ ବସ୍। ଏୟାରପୋର୍ଟ ପରି ଅନୁଭୂତି ପାଇବେ ଯାତ୍ରୀ ଓ କର୍ମଚାରୀ। କଟକବାସୀଙ୍କ ଅପେକ୍ଷାର ହେବ ଅନ୍ତ। ସେପ୍ଟେମ୍ବର ୧୬ରୁ କାର୍ଯ୍ୟକ୍ଷମ ହେବ କଟକ ନେତାଜୀ ବସ ଟର୍ମିନାଲ। ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୮୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏହି ଅନ୍ତର୍ଜାତୀୟ ସ୍ତରର ବସ୍ […]

କଟକ: ବସ୍ ଯାତ୍ରୀଙ୍କୁ ମିଳିବ ଅନ୍ତର୍ଜାତୀୟ ସ୍ତରର ସୁବିଧା। ଲୋକାର୍ପଣ ଅପେକ୍ଷାରେ କଟକ ନେତାଜୀ ବସ୍ ଟର୍ମିନାଲ। ଗୋଟିଏ ସ୍ଥାନରୁ ରାଜ୍ୟ ଓ ରାଜ୍ୟ ବାହାରକୁ ଗଡ଼ିବ ବସ୍। ଏୟାରପୋର୍ଟ ପରି ଅନୁଭୂତି ପାଇବେ ଯାତ୍ରୀ ଓ କର୍ମଚାରୀ। କଟକବାସୀଙ୍କ ଅପେକ୍ଷାର ହେବ ଅନ୍ତ। ସେପ୍ଟେମ୍ବର ୧୬ରୁ କାର୍ଯ୍ୟକ୍ଷମ ହେବ କଟକ ନେତାଜୀ ବସ ଟର୍ମିନାଲ। ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୮୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏହି ଅନ୍ତର୍ଜାତୀୟ ସ୍ତରର ବସ୍ ଟର୍ମିନାଲ। ପାଞ୍ଚଟି ବସ-ବେ ସାଙ୍ଗକୁ ୧୯୧ଟି ବସ୍ ପାର୍କିଙ୍ଗ, ଯାତ୍ରୀ ବିଶ୍ରାମଗାର, ଆହାର କେନ୍ଦ୍ର, ମିଶନଶକ୍ତି କେନ୍ଦ୍ର ସହ ବସ ଚଳାଚଳ ନେଇ ଏଲେକ୍ଟ୍ରୋନିକ ସୂଚନା ବ୍ୟବସ୍ଥା କରାଯାଇଛି। ବସ୍ ଟର୍ମିନାଲ ସହ ମୁଖ୍ୟମନ୍ତ୍ରୀ ସେହିଦିନ ରେଭେନ୍ସା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ, ରାଣୀହାଟ କ୍ଲକ ଟାଓ୍ବାର, ତାଳଦଣ୍ଡା ପାର୍ଶ୍ବ ଫୁଡକୋର୍ଟ, ସିଲଭର ସିଟି ବୋଟ କ୍ଲବ ଏବଂ ଛତ୍ର ବଜାର ଅର୍ବାନ ହାଟ ସହ ୧୫ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କହିଛନ୍ତି ସିଡିଏ ଅଧ୍ୟକ୍ଷ । ୧୩ ତାରିଖରୁ ବସ୍ ଟର୍ମିନାଲରୁ ହେବ ଟ୍ରାଏଲ ରନ। ଟର୍ମିନାଲ ମଧ୍ୟକୁ ବସ୍ ପ୍ରବେଶ ଓ ପ୍ରସ୍ଥାନ ସହ ରୁଟ ଲାଇନିଂ ଏବଂ ଟ୍ରାଫିକ ବ୍ୟବସ୍ଥାକୁ ଅନୁଧ୍ୟାନ କରାଯିବ।

About The Author: The Sakala