ଟଙ୍କା ନ ଦେବାରୁ ବୃଦ୍ଧ ଓ ଭିନ୍ନକ୍ଷମଙ୍କୁ ମୁଖ୍ୟମନ୍ତ୍ରୀ ବସ୍‌‌ରୁ ଓହ୍ଲାଇ ଦେଲେ କଣ୍ଡକ୍ଟର

କୋଇଡ଼ା: ଟଙ୍କା ନଦେବାରୁ କୋଇଡ଼ାରୁ ଚୋରଧରା ଆସୁଥିବା ମୁଖ୍ୟମନ୍ତ୍ରୀ ବସ୍‌‌ରୁ ଜଣେ ଭିନ୍ନକ୍ଷମ ଓ ଜଣେ ବୃଦ୍ଧଙ୍କୁ ଓହ୍ଲାଇ ଦେଇଛି କଣ୍ଡକ୍ଟର। କଲଟାଠାରୁ ଜାମୁଡିହି ସାପ୍ତାହିକ ବଜାର ଯିବାକୁ ବସ୍‌‌ରେ ଇଭୟେ ଚଢ଼ିଥିଲେ। ସେମାନେ ମଦ୍ୟପାନ କରିଥିବା ସହ ଟଙ୍କା ନଦେବାରୁ କଣ୍ଡକ୍ଟର୍‌‌ ତାଙ୍କୁ ଜାମୁଡିହି ପରିବର୍ତ୍ତେ ତୋଡ଼ା ଠାରେ ଓହ୍ଲାଇ ଦେଇଥିଲେ। ଯାହାର ଭିଡିଓ ଭାଇରାଲ୍‌‌ ପରେ ତଦନ୍ତ ପାଇଁ ୫ ଜଣିଆ ଟିମ୍‌‌ ଗଠନ ହୋଇଛି। କଣ୍ଡକ୍ଟର ଆଜାଦ୍‌‌ ସିଂକୁ ଓଏସଆରଟିସି ସଂସ୍ଥା ନିଲମ୍ୱିତ କରିଛି। କୋଇଡା ବିଡିଓ ରଶ୍ମିରେଖା ପାତ୍ର ତଦନ୍ତ ରିପୋର୍ଟ ମାଗିବା ସହ କେ.ବଲାଙ୍ଗ ଥାନା ଅଧିକାରୀ ଘଟଣାର ତଦନ୍ତ ଚଳାଇଛନ୍ତି।

About The Author: Madhusudan Das