BYJD ପକ୍ଷରୁ କୋଭିଡ କଲ୍ ସେଣ୍ଟର ଆରମ୍ଭ

ଭୁବନେଶ୍ୱର: ଯୁବ ବିଜେଡି ପକ୍ଷରୁ ଆରମ୍ଭ ହେଉଛି କୋଭିଡ ହେଲ୍ପଲାଇନ ନମ୍ବର। ପ୍ରତି ବ୍ଲକ ଓ ୩୫ଟି ସାଙ୍ଗଠନିକ ଜିଲ୍ଲାରେ କଲ ସେଣ୍ଟର ଖୋଲୁଛି। ସ୍ଥାନୀୟ ଲୋକଙ୍କୁ କିଛି ନମ୍ବର ଦିଆଯିବାକୁ ଥିବା ବେଳେ କୋଭିଡ଼ ସମ୍ପନ୍ଧୀୟ ସୂଚନା ଜନସାଧାରଣଙ୍କୁ ମିଳିପାରିବ । ସୂଚନା ଅନୁଯାୟୀ, ଏହି କଲ୍ ସେଣ୍ଟର ମାଧ୍ୟମରେ କୋଭିଡ଼ ହସ୍ପିଟାଲରେ ବେଡ଼ ମିଳିବା, କୋଭିଡ଼ ଟେଷ୍ଟ ଏବଂ ଟୀକାକରଣ ଆଦି ସମ୍ପର୍କରେ ସୂଚନା ମିଳିପାରିବ । ଜନସାଧାରଣ ଏହି ନମ୍ବରରେ ଯୋଗାଯୋଗ କଲେ […]

ଭୁବନେଶ୍ୱର: ଯୁବ ବିଜେଡି ପକ୍ଷରୁ ଆରମ୍ଭ ହେଉଛି କୋଭିଡ ହେଲ୍ପଲାଇନ ନମ୍ବର। ପ୍ରତି ବ୍ଲକ ଓ ୩୫ଟି ସାଙ୍ଗଠନିକ ଜିଲ୍ଲାରେ କଲ ସେଣ୍ଟର ଖୋଲୁଛି। ସ୍ଥାନୀୟ ଲୋକଙ୍କୁ କିଛି ନମ୍ବର ଦିଆଯିବାକୁ ଥିବା ବେଳେ କୋଭିଡ଼ ସମ୍ପନ୍ଧୀୟ ସୂଚନା ଜନସାଧାରଣଙ୍କୁ ମିଳିପାରିବ ।

ସୂଚନା ଅନୁଯାୟୀ, ଏହି କଲ୍ ସେଣ୍ଟର ମାଧ୍ୟମରେ କୋଭିଡ଼ ହସ୍ପିଟାଲରେ ବେଡ଼ ମିଳିବା, କୋଭିଡ଼ ଟେଷ୍ଟ ଏବଂ ଟୀକାକରଣ ଆଦି ସମ୍ପର୍କରେ ସୂଚନା ମିଳିପାରିବ । ଜନସାଧାରଣ ଏହି ନମ୍ବରରେ ଯୋଗାଯୋଗ କଲେ କରୋନା ସମ୍ବନ୍ଧୀୟ ସେବା ଓ ସୁବିଧା ମିଳିବ। ଏହା ଦ୍ୱାରା ରୋଗୀ ଓ ପ୍ରଶାସନ ଭିତରେ ଥିବା ସମ୍ପର୍କ ଗଡ଼ି ଉଠିବ । ଏନେଇ CDMO ମାନଙ୍କ ସହ ଯୋଗାଯୋଗ କରିଛି ଯୁବ ବିଜେଡି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସବୁ ଜୀବନ ମୂଲ୍ୟବାନ। କୋଭିଡ ସମୟରେ କେହି ଯେମିତି ସେବାରୁ ବଂଚିତ ନ ରୁହନ୍ତୁ, ସେ ନେଇ ତାଙ୍କ ନିର୍ଦ୍ଦେଶ ରହିଛି। ଏହି କାରଣରୁ ଗତ ବର୍ଷ ଓଡ଼ିଶା ସଫଳତା ସହ କୋଭିଡ ମୁକାବିଲା କରିଥିଲା। ଏଥର ଦ୍ଵିତୀୟ ଲହରି ବିରୋଧରେ ଲଢେଇ ବି ସଫଳତାର ସହ ହେବ ବୋଲି ଯୁବ ବି। ଆଜି ସୁନ୍ଦରଗଡ଼ରେ ଏହା ଆରମ୍ଭ ହେଉଛି। ପ୍ରଥମ ଫୋକସ ରହିଛି ପଶ୍ଚିମ ଓଡ଼ିଶା। କାରଣ ସେଠି ଅଧିକ ସଂକ୍ରମଣ ହୋଇଛି।

About The Author: The Sakala