ମହିଳାଙ୍କୁ ପ୍ରତାରିତ କରିଛି ବିଜେପି ସରକାର: କଂଗ୍ରେସ

ଭୁବନେଶ୍ବର: ମହିଳାଙ୍କୁ ପ୍ରତାରିତ କରିଛି ବିଜେପି ସରକାର। ନଗଣ୍ଯ ସହାୟତା ରାଶି ଘୋଷଣା କରି ରାଜ୍ଯର ଲକ୍ଷ ଲକ୍ଷ ମାଆ ମାନଙ୍କୁ ଭଣ୍ଡାଇଛନ୍ତି ମୋହନ ସରକାର। ନିର୍ବାଚନ ପୂର୍ବରୁ ୫୦ ହଜାର ଟଙ୍କା ଦେବାକୁ କହି ଏବେ ବର୍ଷକୁ ୧୦ ହଜାର ତା ପୁଣି ଦୁଇଟି କିସ୍ତିରେ ଦେବାକୁ ଅଣାଯାଇଛି ଏସଓପି। ରାଜ୍ଯ ସରକାରଙ୍କ ପାଖରେ ଅର୍ଥବଳ ନାହିଁ ତାହା ଜଳ ଜଳ ହୋଇ ଜଣାପଡିଯାଉଛି। ଋଣ କରି ଘିଅ ଖାଇବାରେ ଓସ୍ତାଦ ବିଜେପି ସରକାର। ସୁଭଦ୍ରା […]

ଭୁବନେଶ୍ବର: ମହିଳାଙ୍କୁ ପ୍ରତାରିତ କରିଛି ବିଜେପି ସରକାର। ନଗଣ୍ଯ ସହାୟତା ରାଶି ଘୋଷଣା କରି ରାଜ୍ଯର ଲକ୍ଷ ଲକ୍ଷ ମାଆ ମାନଙ୍କୁ ଭଣ୍ଡାଇଛନ୍ତି ମୋହନ ସରକାର। ନିର୍ବାଚନ ପୂର୍ବରୁ ୫୦ ହଜାର ଟଙ୍କା ଦେବାକୁ କହି ଏବେ ବର୍ଷକୁ ୧୦ ହଜାର ତା ପୁଣି ଦୁଇଟି କିସ୍ତିରେ ଦେବାକୁ ଅଣାଯାଇଛି ଏସଓପି। ରାଜ୍ଯ ସରକାରଙ୍କ ପାଖରେ ଅର୍ଥବଳ ନାହିଁ ତାହା ଜଳ ଜଳ ହୋଇ ଜଣାପଡିଯାଉଛି। ଋଣ କରି ଘିଅ ଖାଇବାରେ ଓସ୍ତାଦ ବିଜେପି ସରକାର। ସୁଭଦ୍ରା ଯୋଜନାରେ ଗତକାଲି ରାଜ୍ଯ ସରକାର ଘୋଷଣା କରିଥିବା ଏସଓପିକୁ ନେଇ ଏପରି ବର୍ଷିଛି କଂଗ୍ରେସ ।

ଆଜି ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ପ୍ରଶ୍ନ ବାଣରେ ମୋହନ ସରକାରଙ୍କୁ ଘାଇଲା କରିଛି। ନିର୍ବାଚନ ପୂର୍ବରୁ ଏକ କୋଟି ମହିଳା ସୁଭଦ୍ରା ଯୋଜନାରେ ଉପକୃତ ହେବେ ବୋଲି ଘୋଷଣା କରିଥିଲେ। ହେଲେ ଏବେ ପ୍ରତି ପଞ୍ଚାୟତରୁ ଦୁଇ ଶହ ଜଣ ଲେଖାଏଁ ଉପକୃତ ହେବେ ବୋଲି କହୁଛନ୍ତି। ଏପରି ହେଲେ ମୋହନ ସରକାରଙ୍କ ଗଣିତ ଯେ ଭୁଲ ତାହା ପ୍ରମାଣିତହୋଇଯାଇଛି। କାରଣ ପ୍ରତି ପଞ୍ଚାୟତରୁ ଦୁଇ ଶହ ଜଣ ମହିଳା ଉପକୃତ ହେଲେ ତାହା ମୋଟ ୧୩ ଲକ୍ଷରୁ କିଛି ଅଧିକ ହେବ। ଏପରି ସ୍ଥିତିରେ କୋଟିଏ ମହିଳା କେମିତି ଉପକୃତ ହେବେ ବୋଲି ପ୍ରଶ୍ନ କରିଛି କଂଗ୍ରେସ। ସେହିପରି କେନ୍ଦ୍ର ସରକାରଙ୍କ କ୍ଯାବିନେଟରେ ଜଣେ ୬୫ ବର୍ଷର ମହିଳା ଅର୍ଥ ମନ୍ତ୍ରୀ ଦାୟିତ୍ବ ନିର୍ବାହ କରୁଛନ୍ତି । ଏପରିସ୍ଥଳେ ଓଡ଼ିଶାର ୬୦ ବର୍ଷରୁ ଅଧିକ ବର୍ଷର ମହିଳା ସୁଭଦ୍ରା ଯୋଜନାରେ କାହିଁକି ସାମିଲ ହେବେନି। କାହିଁକି ସେମାନେ ଅଯୋଗ୍ଯ ବୋଲି ପ୍ରଶ୍ନ କରିଛି କଂଗ୍ରେସ।

About The Author: The Sakala