ବରଗଡ଼: ବାଲେଶ୍ବର-ବଳଙ୍ଗା-ବଡ଼ପଡ଼ା ପରେ ଆଜି ବରଗଡରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର। ବରଗଡ଼ ଗାଇସିଲେଟ ବ୍ଲକ ଫିରିଙ୍ଗିମାଳ ଗାଁରେ ପେଟ୍ରୋଲ ଢ଼ାଳି ଜଣେ ନାବାଳିକା ଆତ୍ମାହୁତି ଉଦ୍ୟମ କରିଛନ୍ତି । ନାବାଳିକା ଜଣକ ନିଜ ଦେହରେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି । ମାମୁଁ ଘର ପଛ ପଟରେ ଥିବା ଫୁଟବଲ୍ ପଡ଼ିଆରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ଛାତ୍ରୀ ଜଣକ ଜଳିଗଲେ ନା କେହି ନିଆଁ ଲଗାଇ ଦେଇଛନ୍ତି ତାହା ଅସ୍ପଷ୍ଟ ରହିଛି । ଅବସ୍ଥା ଗୁରୁତର ଥିବାରୁ ନାବାଳିକାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ନାବାଳିକାଙ୍କର ପ୍ରକୃତ ଘରେ ପଦ୍ମପୁର ତେଣ୍ଡା ପଦର ଗାଁରେ ହୋଇଥିବା ବେଳେ ଏହି ୧୩ ବର୍ଷୀୟା ଛାତ୍ରୀ ଜଣଙ୍କ ଫିରଙ୍ଗିମାଲ ମାମୁଁ ଘରେ ରହି ପାଠ ପଢୁଥିଲେ । ଅଷ୍ଟମ ଶ୍ରେଣରେ ପାଠ ପଢ଼ୁଥିବା ବେଳେ କେଉଁ କାରଣରୁ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାହା ଅସ୍ପଷ୍ଟ ରହିଛି ।
ତେବେ କେମିତି ଜଳିଗଲେ ନାବାଳିକା? ନା କେହି ତାଙ୍କୁ ପେଟ୍ରୋଲ ଢାଳି ଜାଳିଦେଇଛି, ତାହା ସ୍ପଷ୍ଟ ହୋଇନି । ଏନେଇ ଆମ୍ବୁଲାନ୍ସକୁ ଖବର ଦିଆଯିବା ପରେ ଆମ୍ବୁଲାନ୍ସ ଆସିବାରେ ମଧ୍ୟ ବିଳମ୍ବ ହୋଇଥିଲା । ଯେଉଁଥିପାଇଁ ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି । ନାବାଳିକା ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।