ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଛୋଟିଆ ଖର୍ଚ୍ଚ ପାଇଁ ଅଟକଛି ଦାନ୍ତ ଚିକିତ୍ସା

The Sakala Picture
Published On

ଭୁବନେଶ୍ୱର : କିଛି ବର୍ଷ ଭିତରେ ରାଜ୍ୟରେ ଦାନ୍ତ ଚିକିତ୍ସାକୁ ନେଇ ବହୁତ ପରିବର୍ତ୍ତନ ଆସିଛି। ହେଲେ ଏ ଢାଞ୍ଚାଗତ ପରିବର୍ତ୍ତନ ଶତପ୍ରତିଶତ ସୁଫଳ ଲୋକମାନେ ପାଉନାହାନ୍ତି। କାରଣ ଛୋଟିଆ ଖର୍ଚ୍ଚ ପାଇଁ ବିଭିନ୍ନ ଡାକ୍ତରଖାନାରେ ଖୋଲିଥିବା ଦାନ୍ତ ଚିକିତ୍ସା ବ୍ୟବସ୍ଥା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇପାରୁନି। ଉଭୟ ଉପାନ୍ତ ଓ ସଦର ଅଞ୍ଚଳରେ ସମାନ ଅବସ୍ଥା। କେଉଁଠି ସହାୟକ ଅଭାବରୁ ଚିକିତ୍ସା ସେବା ଯୋଗାଇପାରୁନାହାନ୍ତି ଦନ୍ତ ଚିକିତ୍ସକ। ଆଉ କେଉଁଠି ଜରୁରୀ ଉପକରଣ ନାହିଁ। ଅବଶ୍ୟ ଖାଲି […]

ଭୁବନେଶ୍ୱର : କିଛି ବର୍ଷ ଭିତରେ ରାଜ୍ୟରେ ଦାନ୍ତ ଚିକିତ୍ସାକୁ ନେଇ ବହୁତ ପରିବର୍ତ୍ତନ ଆସିଛି। ହେଲେ ଏ ଢାଞ୍ଚାଗତ ପରିବର୍ତ୍ତନ ଶତପ୍ରତିଶତ ସୁଫଳ ଲୋକମାନେ ପାଉନାହାନ୍ତି। କାରଣ ଛୋଟିଆ ଖର୍ଚ୍ଚ ପାଇଁ ବିଭିନ୍ନ ଡାକ୍ତରଖାନାରେ ଖୋଲିଥିବା ଦାନ୍ତ ଚିକିତ୍ସା ବ୍ୟବସ୍ଥା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇପାରୁନି। ଉଭୟ ଉପାନ୍ତ ଓ ସଦର ଅଞ୍ଚଳରେ ସମାନ ଅବସ୍ଥା। କେଉଁଠି ସହାୟକ ଅଭାବରୁ ଚିକିତ୍ସା ସେବା ଯୋଗାଇପାରୁନାହାନ୍ତି ଦନ୍ତ ଚିକିତ୍ସକ। ଆଉ କେଉଁଠି ଜରୁରୀ ଉପକରଣ ନାହିଁ। ଅବଶ୍ୟ ଖାଲି ଥିବା ୮୨ ଦନ୍ତ ଚିକିତ୍ସକ ପଦବୀ ପୂରଣ ପାଇଁ ରାଜ୍ୟ ସରକାର ଘୋଷଣା କରିସାରିଛନ୍ତି।

ଆହୁରି ପଢ଼ନ୍ତୁ: ଆଇନଶୃଙ୍ଖଳା ତତ୍ତ୍ବାବଧାନ କରିବେ ବରିଷ୍ଠ ଆଇପିଏସ୍‌: ୧୫ ପୁଲିସ ଅଧିକାରୀଙ୍କୁ ୧୭ ଜିଲ୍ଲା ଦାୟିତ୍ୱ

ରାଜ୍ୟର ଏବେ ପ୍ରାୟ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ କିଛି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସରକାର ଡେଣ୍ଟାଲ ଚେୟାର ବ୍ୟବସ୍ଥା କରିଛନ୍ତି। ମୁଖ୍ୟ ଚିକିତ୍ସାଳୟରେ ଏକ୍ସ-ରେ ଭଳି ଦାମୀ ଉପକରଣ ଯୋଗାଇ ଦିଆଯାଇଛି। ଡାକ୍ତର ବି ନିଯୁକ୍ତ ହୋଇଛନ୍ତି। କିନ୍ତୁ ଏହା ସତ୍ତ୍ବେ ଜନସାଧାରଣ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି। ଏହା ପଛରେ ଅନେକ କାରଣ ରହିଛି। ଡେଣ୍ଟାଲ ଚେୟାର ସହିତ ଦାମୀ ସରଞ୍ଜାମ ବ୍ୟବସ୍ଥା ହୋଇଥିଲେ ସୁଦ୍ଧା ବହୁ ଜରୁରୀ ସାମଗ୍ରୀର ଅଭାବ ରହିଛି। ଡାକ୍ତର ନିଯୁକ୍ତ ହୋଇଥିଲେ ବି ଚିକିତ୍ସା ପାଇଁ ଅନ୍ୟୁନ ଜଣେ ଲେଖାଏଁ ସହାୟକ ଆବଶ୍ୟକ। ସରକାରୀ ଡାକ୍ତରଖାନାରେ ଅନେକ ଛୋଟ ଉପକରଣ ଏବଂ ଦାନ୍ତ ଚିକିତ୍ସା ପାଇଁ ଜରୁରୀ ଥିବା ପଦାର୍ଥର ଅଭାବ ରହିଛି। ଏଥିପାଇଁ ଅଧିକ କିଛି ଖର୍ଚ୍ଚ କରିବା ଆବଶ୍ୟକ ନାହିଁ। ସ୍ୱଳ୍ପ ପାଣ୍ଠିରେ ଛୋଟ ମୋଟ ଉପକରଣ ଓ ଚିକିତ୍ସା ସାମଗ୍ରୀ କିଣାଯାଇ ପାରିବ।

ଆହୁରି ପଢ଼ନ୍ତୁ: ଦଳର ବିଧାୟକ ପ୍ରାର୍ଥୀଙ୍କ ସହ ନବୀନଙ୍କ ବୈଠକ: ଏସ୍‌ଆଇଆର୍‌ ସମୟରେ ସତର୍କ ଓ ସଜାଗ ରହିବାକୁ ପରାମର୍ଶ

ଓଡ଼ିଶାରେ ସମୁଦାୟ ୪୩୭ ଦାନ୍ତ ଡାକ୍ତର ପଦବୀ ଥିବା ବେଳେ ସେଥିରୁ ୮୨ଟି ଡାକ୍ତର ପଦବୀ ଖାଲି ପଡ଼ିଛି। ଅବଶ୍ୟ ଏହି ସଂଖ୍ୟକ ଡେଣ୍ଟାଲ ସର୍ଜନଙ୍କ ନିଯୁକ୍ତି ଚଳିତ ବର୍ଷ ହେବ ବୋଲି ସରକାର ଘୋଷଣା କରି ସାରିଛନ୍ତି। ତଥାପି ଓଡ଼ିଶାର ଜନସଂଖ୍ୟା ହିସାବରେ ଆହୁରି ଶତାଧିକ ଡ଼ାକ୍ତର ଆବଶ୍ୟକ। ଜଣେ ସରକାରୀ ଦନ୍ତ ଡ଼ାକ୍ତର କହିଛନ୍ତି ମୁଖ୍ୟତଃ ଦାନ୍ତ ଉପାଡ଼ିବା ସହିତ ଫିଲିଂ ଓ ସିଲିଂ ପାଇଁ ରୋଗୀ ଆମ ପାଖକୁ ଆସିଥାନ୍ତି। ଦାନ୍ତ ଉପାଡ଼ିବା ଏକ ଜଟିଳ ପ୍ରକ୍ରିୟା। ଯଦି ଦାନ୍ତ ବାହାର କରୁ କରୁ ଛୋଟ ଖଣ୍ଡ ଭାଙ୍ଗିକି ଭିତରେ ରହିଯାଏ ତା ହେଲେ ସରଳ ଅସ୍ତ୍ରୋପଚାର ଜରିଆରେ ତାକୁ ବାହାର କରିବାକୁ ହୁଏ। କିନ୍ତୁ ଉପକରଣ ଓ ଆବଶ୍ୟକୀୟ ସାମଗ୍ରୀ ଉପଲବ୍ଧ ନଥିବାରୁ ସରକାରୀ ଡ଼ାକ୍ତରଖାନାରେ ତାହା ସମ୍ଭବ ହେଉ ନାହିଁ। ଫଳରେ ରୋଗୀ ବାଧ୍ୟ ହୋଇ ଘରୋଇ କ୍ଲିନିକ୍‍ ଯାଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ 'ରୁଷିଆନ୍ ଗ୍ରାଣ୍ଡ୍ ସ୍ୟାଣ୍ଡ ମାଷ୍ଟର କପ୍-୨୦୨୬'

ସେହିପରି ଦନ୍ତ ଚିକିତ୍ସା ଏକ ସମୟ ସାପେକ୍ଷ କାର୍ଯ୍ୟ। ଚିକିତ୍ସା ପାଇଁ ଡେଣ୍ଟାଲ ଆସିଷ୍ଟାଣ୍ଟ ନଥିବାରୁ ଅଧିକ ସଂଖ୍ୟକ ରୋଗୀଙ୍କ ଚିକିତ୍ସା ହୋଇପାରୁ ନାହିଁ। ସାଧାରଣ ଡ଼ାକ୍ତରଙ୍କ ଭଳି ଦାନ୍ତ ଡ଼ାକ୍ତରଙ୍କ ପାଇଁ ଆଜି ପର୍ଯ୍ୟନ୍ତ କ୍ୟାଡର୍‍ ଗଠନ କରାଯାଇ ନାହିଁ। ପରିଣାମ ସ୍ୱରୂପ ଜଣେ ଦାନ୍ତ ଡାକ୍ତର ୨୫ ବର୍ଷ ଚାକିରୀ କରିବା ପରେ ବିନା ପଦୋନ୍ନତିରେ ସମାନ ପଦବୀରେ କାମ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ସେ କହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେଉଁଠି ଡେଣ୍ଟାଲ ଚେୟାର ପ୍ରତିଷ୍ଠା କରାଯାଇଛି ସେଠାରେ ଆବଶକୀୟ ଉପକରଣ ଯୋଗାଇ ଦିଆଯାଉଛି। ଏହା ବ୍ୟତୀତ ଆବଶ୍ୟକତା ସମ୍ପର୍କରେ ବିଭାଗକୁ ଅବଗତ କରାଗଲେ ତାହା ଯୋଗାଇ ଦେବାରେ ସମସ୍ୟା ନାହିଁ।

15 Feb 2021 By The Sakala

ଛୋଟିଆ ଖର୍ଚ୍ଚ ପାଇଁ ଅଟକଛି ଦାନ୍ତ ଚିକିତ୍ସା

ଭୁବନେଶ୍ୱର : କିଛି ବର୍ଷ ଭିତରେ ରାଜ୍ୟରେ ଦାନ୍ତ ଚିକିତ୍ସାକୁ ନେଇ ବହୁତ ପରିବର୍ତ୍ତନ ଆସିଛି। ହେଲେ ଏ ଢାଞ୍ଚାଗତ ପରିବର୍ତ୍ତନ ଶତପ୍ରତିଶତ ସୁଫଳ ଲୋକମାନେ ପାଉନାହାନ୍ତି। କାରଣ ଛୋଟିଆ ଖର୍ଚ୍ଚ ପାଇଁ ବିଭିନ୍ନ ଡାକ୍ତରଖାନାରେ ଖୋଲିଥିବା ଦାନ୍ତ ଚିକିତ୍ସା ବ୍ୟବସ୍ଥା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇପାରୁନି। ଉଭୟ ଉପାନ୍ତ ଓ ସଦର ଅଞ୍ଚଳରେ ସମାନ ଅବସ୍ଥା। କେଉଁଠି ସହାୟକ ଅଭାବରୁ ଚିକିତ୍ସା ସେବା ଯୋଗାଇପାରୁନାହାନ୍ତି ଦନ୍ତ ଚିକିତ୍ସକ। ଆଉ କେଉଁଠି ଜରୁରୀ ଉପକରଣ ନାହିଁ। ଅବଶ୍ୟ ଖାଲି ଥିବା ୮୨ ଦନ୍ତ ଚିକିତ୍ସକ ପଦବୀ ପୂରଣ ପାଇଁ ରାଜ୍ୟ ସରକାର ଘୋଷଣା କରିସାରିଛନ୍ତି।

ରାଜ୍ୟର ଏବେ ପ୍ରାୟ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ କିଛି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସରକାର ଡେଣ୍ଟାଲ ଚେୟାର ବ୍ୟବସ୍ଥା କରିଛନ୍ତି। ମୁଖ୍ୟ ଚିକିତ୍ସାଳୟରେ ଏକ୍ସ-ରେ ଭଳି ଦାମୀ ଉପକରଣ ଯୋଗାଇ ଦିଆଯାଇଛି। ଡାକ୍ତର ବି ନିଯୁକ୍ତ ହୋଇଛନ୍ତି। କିନ୍ତୁ ଏହା ସତ୍ତ୍ବେ ଜନସାଧାରଣ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି। ଏହା ପଛରେ ଅନେକ କାରଣ ରହିଛି। ଡେଣ୍ଟାଲ ଚେୟାର ସହିତ ଦାମୀ ସରଞ୍ଜାମ ବ୍ୟବସ୍ଥା ହୋଇଥିଲେ ସୁଦ୍ଧା ବହୁ ଜରୁରୀ ସାମଗ୍ରୀର ଅଭାବ ରହିଛି। ଡାକ୍ତର ନିଯୁକ୍ତ ହୋଇଥିଲେ ବି ଚିକିତ୍ସା ପାଇଁ ଅନ୍ୟୁନ ଜଣେ ଲେଖାଏଁ ସହାୟକ ଆବଶ୍ୟକ। ସରକାରୀ ଡାକ୍ତରଖାନାରେ ଅନେକ ଛୋଟ ଉପକରଣ ଏବଂ ଦାନ୍ତ ଚିକିତ୍ସା ପାଇଁ ଜରୁରୀ ଥିବା ପଦାର୍ଥର ଅଭାବ ରହିଛି। ଏଥିପାଇଁ ଅଧିକ କିଛି ଖର୍ଚ୍ଚ କରିବା ଆବଶ୍ୟକ ନାହିଁ। ସ୍ୱଳ୍ପ ପାଣ୍ଠିରେ ଛୋଟ ମୋଟ ଉପକରଣ ଓ ଚିକିତ୍ସା ସାମଗ୍ରୀ କିଣାଯାଇ ପାରିବ।

ଓଡ଼ିଶାରେ ସମୁଦାୟ ୪୩୭ ଦାନ୍ତ ଡାକ୍ତର ପଦବୀ ଥିବା ବେଳେ ସେଥିରୁ ୮୨ଟି ଡାକ୍ତର ପଦବୀ ଖାଲି ପଡ଼ିଛି। ଅବଶ୍ୟ ଏହି ସଂଖ୍ୟକ ଡେଣ୍ଟାଲ ସର୍ଜନଙ୍କ ନିଯୁକ୍ତି ଚଳିତ ବର୍ଷ ହେବ ବୋଲି ସରକାର ଘୋଷଣା କରି ସାରିଛନ୍ତି। ତଥାପି ଓଡ଼ିଶାର ଜନସଂଖ୍ୟା ହିସାବରେ ଆହୁରି ଶତାଧିକ ଡ଼ାକ୍ତର ଆବଶ୍ୟକ। ଜଣେ ସରକାରୀ ଦନ୍ତ ଡ଼ାକ୍ତର କହିଛନ୍ତି ମୁଖ୍ୟତଃ ଦାନ୍ତ ଉପାଡ଼ିବା ସହିତ ଫିଲିଂ ଓ ସିଲିଂ ପାଇଁ ରୋଗୀ ଆମ ପାଖକୁ ଆସିଥାନ୍ତି। ଦାନ୍ତ ଉପାଡ଼ିବା ଏକ ଜଟିଳ ପ୍ରକ୍ରିୟା। ଯଦି ଦାନ୍ତ ବାହାର କରୁ କରୁ ଛୋଟ ଖଣ୍ଡ ଭାଙ୍ଗିକି ଭିତରେ ରହିଯାଏ ତା ହେଲେ ସରଳ ଅସ୍ତ୍ରୋପଚାର ଜରିଆରେ ତାକୁ ବାହାର କରିବାକୁ ହୁଏ। କିନ୍ତୁ ଉପକରଣ ଓ ଆବଶ୍ୟକୀୟ ସାମଗ୍ରୀ ଉପଲବ୍ଧ ନଥିବାରୁ ସରକାରୀ ଡ଼ାକ୍ତରଖାନାରେ ତାହା ସମ୍ଭବ ହେଉ ନାହିଁ। ଫଳରେ ରୋଗୀ ବାଧ୍ୟ ହୋଇ ଘରୋଇ କ୍ଲିନିକ୍‍ ଯାଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି।

ସେହିପରି ଦନ୍ତ ଚିକିତ୍ସା ଏକ ସମୟ ସାପେକ୍ଷ କାର୍ଯ୍ୟ। ଚିକିତ୍ସା ପାଇଁ ଡେଣ୍ଟାଲ ଆସିଷ୍ଟାଣ୍ଟ ନଥିବାରୁ ଅଧିକ ସଂଖ୍ୟକ ରୋଗୀଙ୍କ ଚିକିତ୍ସା ହୋଇପାରୁ ନାହିଁ। ସାଧାରଣ ଡ଼ାକ୍ତରଙ୍କ ଭଳି ଦାନ୍ତ ଡ଼ାକ୍ତରଙ୍କ ପାଇଁ ଆଜି ପର୍ଯ୍ୟନ୍ତ କ୍ୟାଡର୍‍ ଗଠନ କରାଯାଇ ନାହିଁ। ପରିଣାମ ସ୍ୱରୂପ ଜଣେ ଦାନ୍ତ ଡାକ୍ତର ୨୫ ବର୍ଷ ଚାକିରୀ କରିବା ପରେ ବିନା ପଦୋନ୍ନତିରେ ସମାନ ପଦବୀରେ କାମ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ସେ କହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେଉଁଠି ଡେଣ୍ଟାଲ ଚେୟାର ପ୍ରତିଷ୍ଠା କରାଯାଇଛି ସେଠାରେ ଆବଶକୀୟ ଉପକରଣ ଯୋଗାଇ ଦିଆଯାଉଛି। ଏହା ବ୍ୟତୀତ ଆବଶ୍ୟକତା ସମ୍ପର୍କରେ ବିଭାଗକୁ ଅବଗତ କରାଗଲେ ତାହା ଯୋଗାଇ ଦେବାରେ ସମସ୍ୟା ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର