ମାତିଛନ୍ତି ନିଶାଦିଆ ଲୁଟେରା, ଦୁଇ ମାସରେ ଶିକାର ହେଲେଣି ୩୮

The Sakala Picture
Published On

ବେଳକୁ ବେଳ ଭୁବନେଶ୍ୱର ରେଳ ଷ୍ଟେସନ ଏବଂ ବରମୁଣ୍ଡା ବସ୍‍ଷ୍ଟାଣ୍ଡରେ ନିଶାଦିଆ ଲୁଟେରାଙ୍କ ଦେଖିବାକୁ ମିଳୁଛି। ଗତ ୨ମାସରେ ଷ୍ଟେସନ ଏବଂ ବରମୁଣ୍ଡା ବସ୍‍ଷ୍ଟାଣ୍ଡରୁ ୩୮ଟି ଲୁଟ୍‍ ହୋଇଥିବା କ୍ୟାପିଟାଲ ହସ୍ପିଟାଲରୁ ସୂଚନା ମିଳିଛି। ଭୁବନେଶ୍ୱର ରେଲୱେ ଷ୍ଟେସନରୁ ୨୫ ଲୁଟ ହୋଇଥିବା ବେଳେ ବରମୁଣ୍ଡା ବସ୍‍ଷ୍ଟାଣ୍ଡରୁ ୧୩ଜଣ ଲୁଟର ଶିକାର ହୋଇଛନ୍ତି। ଲୁଟେରାମାନେ ୩୮ ଜଣଙ୍କ ଠାରୁ ୫ଲକ୍ଷ ଟଙ୍କାର ଲୁଟପାଟ କରିଥିବା ଅନୁମାନ କରାଯାଉଛି। ସବୁଠୁ ବଡ଼ କଥା ହେଲା ନିଶା ଦିଆ ଲୁଟେରା […]

ବେଳକୁ ବେଳ ଭୁବନେଶ୍ୱର ରେଳ ଷ୍ଟେସନ ଏବଂ ବରମୁଣ୍ଡା ବସ୍‍ଷ୍ଟାଣ୍ଡରେ ନିଶାଦିଆ ଲୁଟେରାଙ୍କ ଦେଖିବାକୁ ମିଳୁଛି। ଗତ ୨ମାସରେ ଷ୍ଟେସନ ଏବଂ ବରମୁଣ୍ଡା ବସ୍‍ଷ୍ଟାଣ୍ଡରୁ ୩୮ଟି ଲୁଟ୍‍ ହୋଇଥିବା କ୍ୟାପିଟାଲ ହସ୍ପିଟାଲରୁ ସୂଚନା ମିଳିଛି। ଭୁବନେଶ୍ୱର ରେଲୱେ ଷ୍ଟେସନରୁ ୨୫ ଲୁଟ ହୋଇଥିବା ବେଳେ ବରମୁଣ୍ଡା ବସ୍‍ଷ୍ଟାଣ୍ଡରୁ ୧୩ଜଣ ଲୁଟର ଶିକାର ହୋଇଛନ୍ତି। ଲୁଟେରାମାନେ ୩୮ ଜଣଙ୍କ ଠାରୁ ୫ଲକ୍ଷ ଟଙ୍କାର ଲୁଟପାଟ କରିଥିବା ଅନୁମାନ କରାଯାଉଛି। ସବୁଠୁ ବଡ଼ କଥା ହେଲା ନିଶା ଦିଆ ଲୁଟେରା ମାମଲାରେ ପୁଲିସ ୫ଜଣଙ୍କୁ ଗିରଫ କରିଛି। କିନ୍ତୁ ଅଧିକାଂଶ ମାମଲାରେ ପୁଲିସ ଲୁଟେରାଙ୍କୁ ଗିରଫ କରିବାରେ ବିଫଳ ହୋଇଛି। ପୁଲିସ କୌଣସି ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଏହି ଲୁଟେରାମାନଙ୍କ କାରନାମା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୩ଦିନରେ ବରମୁଣ୍ଡା ବସ୍‍ଷ୍ଟାଣ୍ଡରୁ ୩ଜଣଙ୍କୁ ଲୁଟିଲେଣି ନିଶାଦିଆ ଲୁଟେରା।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଥାଣେ ଜିଲ୍ଲା ଭିୱାଣ୍ଡି ଖାଡ଼ି ନିକଟରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ, ପୋଲିସର ତଦନ୍ତ ଜାରି

ଟାର୍ଗେଟରେ ପ୍ରବାସୀ ଶ୍ରମିକ

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ଯେଉଁମାନେ ରାଜ୍ୟ ବାହାରେ ଚାକିରି କରି ଟ୍ରେନରେ ଘରକୁ ଫେରୁଛନ୍ତି। ସେମାନଙ୍କୁ ଏହି ନିଶାଦିଆ ଲୁଟେରା ଟାର୍ଗେଟ କରି ଷ୍ଟେସନ ବାହାର ଅଟୋ ଷ୍ଟାଣ୍ଡ୍‍ ନିକଟରେ ଜଗି ରହୁଛନ୍ତି। ଯାତ୍ରୀ ବାହାରକୁ ବାହାରିବା ପରେ ସେମାନେ ତାହାକୁ ନଜର କରୁଛନ୍ତି। ଚତୁରତାର ସହ ଯାତ୍ରୀଙ୍କ ଠିକଣା ପାଇବା ପରେ ତାଙ୍କ ସହ ମିଠା କଥା କହି ସମ୍ପର୍କ ବଢାଉଛନ୍ତି। ପରେ ଚା’ କିମ୍ବା ମୃଦୁ ପାନୀୟ ପିଇବାକୁ ଡାକି ନେଇଯାଉଛନ୍ତି। ଚା’ଆଣିବା ସମୟରେ ସେଥିରେ ଲୁଟେରା ନିଶା ବଟିବା ମିଶାଇ ପିଇବାକୁ ଦେଉଛନ୍ତି। ପରେ ଯାତ୍ରୀଙ୍କୁ ନିଶା ହୋଇଯିବା ପରେ ସେଠାରେ ପୂର୍ବରୁ ଥିବା ଅଟୋରେ ବସାଇ ଲୁଟପାଟ କରି ରାସ୍ତା କଡ଼ରେ ଫିଙ୍ଗି ଦିଅନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଅଟୋ ଚାଳକ, ଔଷଧ ଦୋକାନୀଙ୍କ ସମ୍ପୃକ୍ତି

ଷ୍ଟେସନ ଏବଂ ବରମୁଣ୍ଡା ବସ୍‍ଷ୍ଟାଣ୍ଡରେ ନିଶାଦିଆ ଲୁଟେରାମାନେ ଯାତ୍ରୀଙ୍କୁ ଫସାଇ ଚା’କିମ୍ବା ପିଇବାକୁ ଦେଇଥାନ୍ତି। ଯାତ୍ରୀ ଚା’ ପିଇବା ପରେ ଅଚେତ ହୋଇଯାଇଥାନ୍ତି। ପରେ ଲୁଟେରା ପୂର୍ବରୁ ପ୍ରସ୍ତୁତ ଥିବା ଅଟୋରେ ବସାଇ ନେଇଯାନ୍ତି। ଅଟୋ ଭିତରେ ତାଙ୍କ ଠାରୁ ଲୁଟପାଟ କରି ଅନ୍ଧାରିଆ ଦେଖି ରାସ୍ତାକଡ଼ରେ ଫିଙ୍ଗି ଚାଲିଯାଆନ୍ତି। ସେହିଭଳି ନିଶା ଦିଆ ଲୁଟେରାଙ୍କୁ ଲୁଟ ପାଇଁ ମୁଖ୍ୟ ଅସ୍ତ୍ର ହେଉଛି ନିଶା ବଟିକା। ତେଣୁ ଡାକ୍ତରଙ୍କ ବିନା ଚିଠାରେ କୌଣସି ମେଡିସିନ୍‍ ଦୋକାନ ଏହି ନିଶା ବଟିକା ଦେଇ ନ ଥାଏ। କିନ୍ତୁ ନିଶାଦିଆ ଲୁଟେରାଙ୍କ ସହ ନିକଟ ଔଷଧ ଦୋକାନୀ ଭିତିରି ସମ୍ପର୍କ ରଖିଛନ୍ତି। ସେମାନେ ଅଧିକ ଦାମ ଦେଇ ଲୁଟେରାଙ୍କୁ ନିଶା ବଟିକା ବିକ୍ରି କରନ୍ତି। ବିଶେଷକରି ଭୁବନେଶ୍ୱର ଷ୍ଟେସନ୍‍ କଟକ ରୋଡରେ ଥିବା କେତେକ ଔଷଧ ଦୋକାନୀଙ୍କ ସହ ଲୁଟେରାଙ୍କର ସମ୍ପର୍କ ରହିଛି। ସେହିପରି ବରମୁଣ୍ଡା ବସ୍‍ଷ୍ଟାଣ୍ଡ ନିକଟରେ ଥିବା ଅନେକ ଔଷଧ ଦୋକାନ ସହ ଲୁଟେରାଙ୍କ ଭିତିରି ସମ୍ପର୍କ ରହିଥିବାରୁ ସେମାନେ ସହଜରେ ଔଷଧ ପାଇଯାଉଛନ୍ତି। ତେଣୁ ପୁଲିସ ପ୍ରଥମେ ଉକ୍ତ ଔଷଧ ଦୋକାନକୁ ପଚରାଉଚରା କଲେ ଏହି ରାକେଟର ପର୍ଦ୍ଦାଫାସ ହୋଇପାରିବ।

ଅଭିଯୋଗ କରୁନାହାନ୍ତି

ଜଣେ ଯାତ୍ରୀ ଲୁଟର ଶିକାର ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଚେତା ଫେରିବା ପରେ ହସ୍ପିଟାଲ ପୁଲିସ ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ଅବଗତ କରାଯାଉଛି। ପରିବାର ଲୋକେ ହସ୍ପିଟାଲକୁ ଆସି ନିଜ ସମ୍ପର୍କୀୟଙ୍କୁ ଘରକୁ ନେଉଛନ୍ତି। କିନ୍ତୁ ସେମାନେ ଥାନାକୁ ଅଭିଯୋଗ ଦେବାକୁ ଯାଉନାହାନ୍ତି। ସେମାନଙ୍କୁ ଅଭିଯୋଗ କରିବାକୁ କୁହାଗଲେ ମଧ୍ୟ ଅଯଥା ପୁଲିସ ଚକରରେ ପଡ଼ିବୁ କାହିଁ ବୋଲି କହୁଛନ୍ତି। ଏପରିକି ସେମାନଙ୍କ ଘର ଅନ୍ୟ ଜିଲ୍ଲାରେ ହୋଇଥିବାରୁ ଅଭିଯୋଗ କଲେ ବାରମ୍ବାର ଆସିବାକୁ ପଡ଼ିବ। ତେଣୁ ସେମାନେ ପୁଣି ରାଜଧାନୀକୁ ଆସି ହଇରାଣ ହେବାକୁ ଚାହୁଁନାହାନ୍ତି। ତେଣୁ ସେମାନେ ଅଭିଯୋଗ ନ କରିବ ପଳାଇ ଯାଉଛନ୍ତି। ଯେଉଁଥିପାଇଁ ପୁଲିସ ଏଭଳି ମାମଲାକୁ ଗୁରୁତର ସହ ନେଉନି।

ଟାର୍ଗେଟରେ କୋଣାର୍କ ଓ ପ୍ରଶାନ୍ତି ଏକ୍ସପ୍ରେକ୍ସ

ଲୁଟେରାମାନେ ମୁଖ୍ୟତଃ କୋଣାର୍କ ଏକ୍ସପ୍ରେକ୍ସ ଏବଂ ପ୍ରଶାନ୍ତି ଏକ୍ସପ୍ରେକ୍ସର ଯାତ୍ରୀଙ୍କୁ ଲୁଟପାଟ କରନ୍ତି। କାରଣ ଗୋଟିଏ ଟ୍ରେନ୍‍ ମୁମ୍ବାଇକୁ ଚାଲୁଥିବା ବେଳେ ଅନ୍ୟଟି ବେଙ୍ଗାଲୁରୁକୁ ଯାଉଛି। ତେଣୁ ଏହି ଦୁଇ ଟ୍ରେନରେ ଅଧିକ ଓଡ଼ିଆ ଶ୍ରମିକ ରାଜଧାନୀକୁ ଆସିଥାନ୍ତି। ତେଣୁ ଏହି ଦୁଇ ଟ୍ରେନ ରାତିରେ ଭୁବନେଶ୍ୱରରେ ପହଞ୍ଚୁଥିବାରୁ ଲୁଟେରାଙ୍କୁ ଅଧିକ ସୁଯୋଗ ହେଉଛି। ଉକ୍ତ ଦୁଇଟି ଟ୍ରେନରେ ଓହ୍ଲାଉଥିବା ଯେକୌଣସି ଯାତ୍ରୀ ତାଙ୍କ ଜାଲରେ ଫସିଥାନ୍ତି।

ଜିଆରପି-କମିସନରେଟ ପୁଲିସ ଟଣାଟଣି

ଜିଆରପି ପୁଲିସ ଏବଂ କମିସନ୍‍ରେଟ ପୁଲିସ ନିଶାଦିଆ ଲୁଟେରାଙ୍କୁ ଧରିବା ପାଇଁ ଟଣାଓଟଣା ହେଉଛନ୍ତି। ଲୁଟ ହେଉଥିବା ସ୍ଥାନ ଜିଆରପି ପୁଲିସରେ ଯାଉଥିବା କମିସନ୍‍ରେଟ ପୁଲିସ କହି ଦୋଷ ଜିଆରପି ପୁଲିସ ଉପରେ ଟେକି ଦେଉଥିବା ବେଳେ ଜିଆରପି ପୁଲିସ ମଧ୍ୟ ସମାନ ଦୋଷ କମିସନ୍‍ରେଟ ପୁଲିସ ଉପରେ ଲଦି ଦେଉଛି। ଏନେଇ ଜିଆରପି ଥାନା ଅଧିକାର ଜୟଦେବ ବିଶ୍ୱଜିତ କହିଛନ୍ତି ଯେ, ଲୁଟେରାମାନେ ଷ୍ଟେସନ ଆଗ ଅଟୋଷ୍ଟାଣ୍ଡ୍‍ ନିକଟରୁ ଲୁଟ କରୁଛନ୍ତି। ତେଣୁ ତାହା ସିସିଟିଭି ନିଜରକୁ ଆସୁଛି। ତେଣୁ କମିସନ୍‍ରେଟ ପୁଲିସ ଏହି ଲୁଟେରାଙ୍କୁ ଧରିବା ପାଇଁ ଆଗେଇ ଆସିବା କଥା। ଆମ ଜାଗାରେ ଯାହା ଲୁଟ ହେଉଛି ଆମେ ଲୁଟେରାଙ୍କୁ ଗିରଫ କରୁଛୁ।

15 Feb 2021 By The Sakala

ମାତିଛନ୍ତି ନିଶାଦିଆ ଲୁଟେରା, ଦୁଇ ମାସରେ ଶିକାର ହେଲେଣି ୩୮

ବେଳକୁ ବେଳ ଭୁବନେଶ୍ୱର ରେଳ ଷ୍ଟେସନ ଏବଂ ବରମୁଣ୍ଡା ବସ୍‍ଷ୍ଟାଣ୍ଡରେ ନିଶାଦିଆ ଲୁଟେରାଙ୍କ ଦେଖିବାକୁ ମିଳୁଛି। ଗତ ୨ମାସରେ ଷ୍ଟେସନ ଏବଂ ବରମୁଣ୍ଡା ବସ୍‍ଷ୍ଟାଣ୍ଡରୁ ୩୮ଟି ଲୁଟ୍‍ ହୋଇଥିବା କ୍ୟାପିଟାଲ ହସ୍ପିଟାଲରୁ ସୂଚନା ମିଳିଛି। ଭୁବନେଶ୍ୱର ରେଲୱେ ଷ୍ଟେସନରୁ ୨୫ ଲୁଟ ହୋଇଥିବା ବେଳେ ବରମୁଣ୍ଡା ବସ୍‍ଷ୍ଟାଣ୍ଡରୁ ୧୩ଜଣ ଲୁଟର ଶିକାର ହୋଇଛନ୍ତି। ଲୁଟେରାମାନେ ୩୮ ଜଣଙ୍କ ଠାରୁ ୫ଲକ୍ଷ ଟଙ୍କାର ଲୁଟପାଟ କରିଥିବା ଅନୁମାନ କରାଯାଉଛି। ସବୁଠୁ ବଡ଼ କଥା ହେଲା ନିଶା ଦିଆ ଲୁଟେରା ମାମଲାରେ ପୁଲିସ ୫ଜଣଙ୍କୁ ଗିରଫ କରିଛି। କିନ୍ତୁ ଅଧିକାଂଶ ମାମଲାରେ ପୁଲିସ ଲୁଟେରାଙ୍କୁ ଗିରଫ କରିବାରେ ବିଫଳ ହୋଇଛି। ପୁଲିସ କୌଣସି ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଏହି ଲୁଟେରାମାନଙ୍କ କାରନାମା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୩ଦିନରେ ବରମୁଣ୍ଡା ବସ୍‍ଷ୍ଟାଣ୍ଡରୁ ୩ଜଣଙ୍କୁ ଲୁଟିଲେଣି ନିଶାଦିଆ ଲୁଟେରା।

ଟାର୍ଗେଟରେ ପ୍ରବାସୀ ଶ୍ରମିକ

ଯେଉଁମାନେ ରାଜ୍ୟ ବାହାରେ ଚାକିରି କରି ଟ୍ରେନରେ ଘରକୁ ଫେରୁଛନ୍ତି। ସେମାନଙ୍କୁ ଏହି ନିଶାଦିଆ ଲୁଟେରା ଟାର୍ଗେଟ କରି ଷ୍ଟେସନ ବାହାର ଅଟୋ ଷ୍ଟାଣ୍ଡ୍‍ ନିକଟରେ ଜଗି ରହୁଛନ୍ତି। ଯାତ୍ରୀ ବାହାରକୁ ବାହାରିବା ପରେ ସେମାନେ ତାହାକୁ ନଜର କରୁଛନ୍ତି। ଚତୁରତାର ସହ ଯାତ୍ରୀଙ୍କ ଠିକଣା ପାଇବା ପରେ ତାଙ୍କ ସହ ମିଠା କଥା କହି ସମ୍ପର୍କ ବଢାଉଛନ୍ତି। ପରେ ଚା’ କିମ୍ବା ମୃଦୁ ପାନୀୟ ପିଇବାକୁ ଡାକି ନେଇଯାଉଛନ୍ତି। ଚା’ଆଣିବା ସମୟରେ ସେଥିରେ ଲୁଟେରା ନିଶା ବଟିବା ମିଶାଇ ପିଇବାକୁ ଦେଉଛନ୍ତି। ପରେ ଯାତ୍ରୀଙ୍କୁ ନିଶା ହୋଇଯିବା ପରେ ସେଠାରେ ପୂର୍ବରୁ ଥିବା ଅଟୋରେ ବସାଇ ଲୁଟପାଟ କରି ରାସ୍ତା କଡ଼ରେ ଫିଙ୍ଗି ଦିଅନ୍ତି।

ଅଟୋ ଚାଳକ, ଔଷଧ ଦୋକାନୀଙ୍କ ସମ୍ପୃକ୍ତି

ଷ୍ଟେସନ ଏବଂ ବରମୁଣ୍ଡା ବସ୍‍ଷ୍ଟାଣ୍ଡରେ ନିଶାଦିଆ ଲୁଟେରାମାନେ ଯାତ୍ରୀଙ୍କୁ ଫସାଇ ଚା’କିମ୍ବା ପିଇବାକୁ ଦେଇଥାନ୍ତି। ଯାତ୍ରୀ ଚା’ ପିଇବା ପରେ ଅଚେତ ହୋଇଯାଇଥାନ୍ତି। ପରେ ଲୁଟେରା ପୂର୍ବରୁ ପ୍ରସ୍ତୁତ ଥିବା ଅଟୋରେ ବସାଇ ନେଇଯାନ୍ତି। ଅଟୋ ଭିତରେ ତାଙ୍କ ଠାରୁ ଲୁଟପାଟ କରି ଅନ୍ଧାରିଆ ଦେଖି ରାସ୍ତାକଡ଼ରେ ଫିଙ୍ଗି ଚାଲିଯାଆନ୍ତି। ସେହିଭଳି ନିଶା ଦିଆ ଲୁଟେରାଙ୍କୁ ଲୁଟ ପାଇଁ ମୁଖ୍ୟ ଅସ୍ତ୍ର ହେଉଛି ନିଶା ବଟିକା। ତେଣୁ ଡାକ୍ତରଙ୍କ ବିନା ଚିଠାରେ କୌଣସି ମେଡିସିନ୍‍ ଦୋକାନ ଏହି ନିଶା ବଟିକା ଦେଇ ନ ଥାଏ। କିନ୍ତୁ ନିଶାଦିଆ ଲୁଟେରାଙ୍କ ସହ ନିକଟ ଔଷଧ ଦୋକାନୀ ଭିତିରି ସମ୍ପର୍କ ରଖିଛନ୍ତି। ସେମାନେ ଅଧିକ ଦାମ ଦେଇ ଲୁଟେରାଙ୍କୁ ନିଶା ବଟିକା ବିକ୍ରି କରନ୍ତି। ବିଶେଷକରି ଭୁବନେଶ୍ୱର ଷ୍ଟେସନ୍‍ କଟକ ରୋଡରେ ଥିବା କେତେକ ଔଷଧ ଦୋକାନୀଙ୍କ ସହ ଲୁଟେରାଙ୍କର ସମ୍ପର୍କ ରହିଛି। ସେହିପରି ବରମୁଣ୍ଡା ବସ୍‍ଷ୍ଟାଣ୍ଡ ନିକଟରେ ଥିବା ଅନେକ ଔଷଧ ଦୋକାନ ସହ ଲୁଟେରାଙ୍କ ଭିତିରି ସମ୍ପର୍କ ରହିଥିବାରୁ ସେମାନେ ସହଜରେ ଔଷଧ ପାଇଯାଉଛନ୍ତି। ତେଣୁ ପୁଲିସ ପ୍ରଥମେ ଉକ୍ତ ଔଷଧ ଦୋକାନକୁ ପଚରାଉଚରା କଲେ ଏହି ରାକେଟର ପର୍ଦ୍ଦାଫାସ ହୋଇପାରିବ।

ଅଭିଯୋଗ କରୁନାହାନ୍ତି

ଜଣେ ଯାତ୍ରୀ ଲୁଟର ଶିକାର ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଚେତା ଫେରିବା ପରେ ହସ୍ପିଟାଲ ପୁଲିସ ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ ଅବଗତ କରାଯାଉଛି। ପରିବାର ଲୋକେ ହସ୍ପିଟାଲକୁ ଆସି ନିଜ ସମ୍ପର୍କୀୟଙ୍କୁ ଘରକୁ ନେଉଛନ୍ତି। କିନ୍ତୁ ସେମାନେ ଥାନାକୁ ଅଭିଯୋଗ ଦେବାକୁ ଯାଉନାହାନ୍ତି। ସେମାନଙ୍କୁ ଅଭିଯୋଗ କରିବାକୁ କୁହାଗଲେ ମଧ୍ୟ ଅଯଥା ପୁଲିସ ଚକରରେ ପଡ଼ିବୁ କାହିଁ ବୋଲି କହୁଛନ୍ତି। ଏପରିକି ସେମାନଙ୍କ ଘର ଅନ୍ୟ ଜିଲ୍ଲାରେ ହୋଇଥିବାରୁ ଅଭିଯୋଗ କଲେ ବାରମ୍ବାର ଆସିବାକୁ ପଡ଼ିବ। ତେଣୁ ସେମାନେ ପୁଣି ରାଜଧାନୀକୁ ଆସି ହଇରାଣ ହେବାକୁ ଚାହୁଁନାହାନ୍ତି। ତେଣୁ ସେମାନେ ଅଭିଯୋଗ ନ କରିବ ପଳାଇ ଯାଉଛନ୍ତି। ଯେଉଁଥିପାଇଁ ପୁଲିସ ଏଭଳି ମାମଲାକୁ ଗୁରୁତର ସହ ନେଉନି।

ଟାର୍ଗେଟରେ କୋଣାର୍କ ଓ ପ୍ରଶାନ୍ତି ଏକ୍ସପ୍ରେକ୍ସ

ଲୁଟେରାମାନେ ମୁଖ୍ୟତଃ କୋଣାର୍କ ଏକ୍ସପ୍ରେକ୍ସ ଏବଂ ପ୍ରଶାନ୍ତି ଏକ୍ସପ୍ରେକ୍ସର ଯାତ୍ରୀଙ୍କୁ ଲୁଟପାଟ କରନ୍ତି। କାରଣ ଗୋଟିଏ ଟ୍ରେନ୍‍ ମୁମ୍ବାଇକୁ ଚାଲୁଥିବା ବେଳେ ଅନ୍ୟଟି ବେଙ୍ଗାଲୁରୁକୁ ଯାଉଛି। ତେଣୁ ଏହି ଦୁଇ ଟ୍ରେନରେ ଅଧିକ ଓଡ଼ିଆ ଶ୍ରମିକ ରାଜଧାନୀକୁ ଆସିଥାନ୍ତି। ତେଣୁ ଏହି ଦୁଇ ଟ୍ରେନ ରାତିରେ ଭୁବନେଶ୍ୱରରେ ପହଞ୍ଚୁଥିବାରୁ ଲୁଟେରାଙ୍କୁ ଅଧିକ ସୁଯୋଗ ହେଉଛି। ଉକ୍ତ ଦୁଇଟି ଟ୍ରେନରେ ଓହ୍ଲାଉଥିବା ଯେକୌଣସି ଯାତ୍ରୀ ତାଙ୍କ ଜାଲରେ ଫସିଥାନ୍ତି।

ଜିଆରପି-କମିସନରେଟ ପୁଲିସ ଟଣାଟଣି

ଜିଆରପି ପୁଲିସ ଏବଂ କମିସନ୍‍ରେଟ ପୁଲିସ ନିଶାଦିଆ ଲୁଟେରାଙ୍କୁ ଧରିବା ପାଇଁ ଟଣାଓଟଣା ହେଉଛନ୍ତି। ଲୁଟ ହେଉଥିବା ସ୍ଥାନ ଜିଆରପି ପୁଲିସରେ ଯାଉଥିବା କମିସନ୍‍ରେଟ ପୁଲିସ କହି ଦୋଷ ଜିଆରପି ପୁଲିସ ଉପରେ ଟେକି ଦେଉଥିବା ବେଳେ ଜିଆରପି ପୁଲିସ ମଧ୍ୟ ସମାନ ଦୋଷ କମିସନ୍‍ରେଟ ପୁଲିସ ଉପରେ ଲଦି ଦେଉଛି। ଏନେଇ ଜିଆରପି ଥାନା ଅଧିକାର ଜୟଦେବ ବିଶ୍ୱଜିତ କହିଛନ୍ତି ଯେ, ଲୁଟେରାମାନେ ଷ୍ଟେସନ ଆଗ ଅଟୋଷ୍ଟାଣ୍ଡ୍‍ ନିକଟରୁ ଲୁଟ କରୁଛନ୍ତି। ତେଣୁ ତାହା ସିସିଟିଭି ନିଜରକୁ ଆସୁଛି। ତେଣୁ କମିସନ୍‍ରେଟ ପୁଲିସ ଏହି ଲୁଟେରାଙ୍କୁ ଧରିବା ପାଇଁ ଆଗେଇ ଆସିବା କଥା। ଆମ ଜାଗାରେ ଯାହା ଲୁଟ ହେଉଛି ଆମେ ଲୁଟେରାଙ୍କୁ ଗିରଫ କରୁଛୁ।

https://www.thesakala.in/crime/lootera-gang/article-10
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର