ତିନି ଗୋରୁ ବୋଝେଇ ପିକଅପକୁ ଭାଙ୍ଗିଦେବା ସହ ନିଆଁ ଲଗାଇ ଦେଲେ ଦୁର୍ବୁତ୍ତ

ଜଳେଶ୍ୱର/ଦହମୁଣ୍ଡା: ଓଡିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରାଚାଲାଣ ବେଳେ ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ କମର୍ଦା ଥାନା ଉଲୁଡା ଛକ ନିକଟରେ ତିନୋଟି ପିକଅପ ଭ୍ୟାନକୁ ଭଙ୍ଗା ରୁଜା କରିବା ସହ ନିଆଁ ଲଗାଇଦେଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲାରେ ଗୋରୁ ମାଫିଆ ମାନେ ସକ୍ରିୟ ଥିବା ବେଳେ ପୁଲିସକୁ ହାତବାରସି କରି ଅବାଧରେ ଓଡିଶାରୁ ପଶ୍ଚିମବଙ୍ଗକୁ ଶହଶହ ଗୋରୁ ପିକଅପ ଭ୍ୟାନ ଓ ବଡ଼ବଡ଼ ଟ୍ରକରେ ଚାଲାଣ କରି ଆସୁଛନ୍ତି। ବିଳମ୍ବିତ ରାତିରେ ୩ଟି ପିକଅପରେ […]

ଜଳେଶ୍ୱର/ଦହମୁଣ୍ଡା: ଓଡିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରାଚାଲାଣ ବେଳେ ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ କମର୍ଦା ଥାନା ଉଲୁଡା ଛକ ନିକଟରେ ତିନୋଟି ପିକଅପ ଭ୍ୟାନକୁ ଭଙ୍ଗା ରୁଜା କରିବା ସହ ନିଆଁ ଲଗାଇଦେଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲାରେ ଗୋରୁ ମାଫିଆ ମାନେ ସକ୍ରିୟ ଥିବା ବେଳେ ପୁଲିସକୁ ହାତବାରସି କରି ଅବାଧରେ ଓଡିଶାରୁ ପଶ୍ଚିମବଙ୍ଗକୁ ଶହଶହ ଗୋରୁ ପିକଅପ ଭ୍ୟାନ ଓ ବଡ଼ବଡ଼ ଟ୍ରକରେ ଚାଲାଣ କରି ଆସୁଛନ୍ତି। ବିଳମ୍ବିତ ରାତିରେ ୩ଟି ପିକଅପରେ ଗୋରୁ ବୋଝେଇ କରି ମାଫିଆ ମାନେ ବାଲିଆପାଳ-କମର୍ଦା ରାସ୍ତାରେ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଥିଲା ବେଳେ ଉଲୁଡା ଛକ ନିକଟରେ କୌଣସି ସୂତ୍ରରୁ ଖବର ପାଇ ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ଵର ଅଞ୍ଚଳର ୧୦୦ରୁ ଉର୍ଦ୍ଧ୍ବ ଦୁର୍ବୃତ୍ତ ଗାଡିକୁ ଅଟକାଇ ଭଙ୍ଗା ରୁଜା କରିବା ସହ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଗାଡିଗୁଡିକ ଆଗକୁ ଯାଇ ପାରି ନ ଥିଲା। ଘଟଣା ସ୍ଥଳରୁ ପିକଅପ ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ ପାଟି ତୁଣ୍ଡ ଶୁଣି ସ୍ଥାନୀୟ ବାସିନ୍ଦାମାନେ ଘଟଣା ସ୍ଥଳରେ ପହଞ୍ଚି ପୁଲିସ ଏବଂ ଦମକଳ ବାହୀନିକୁ ଖବର ଦେଇଥିଲେ। ତେବେ ଭୋର ସମୟରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ମଧ୍ୟ ଗାଡ଼ି ଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ।ତେବେ ତିନୋଟି ପିକ ଅପ ଭେନରେ କେତେ ଗୋରୁ ଥିଲା ତାହା ଜଣାପଡ଼ି ନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ବର୍ତ୍ତମାନ ଘଟଣା ସ୍ଥଳରେ ଏକ ସେକ୍ସନ ପୁଲିସ ମୁତୟନ ଅଛନ୍ତି।

About The Author: The Sakala