ଥାନା ପଛପଟୁ ବାଇକ ଚୋରି କଲେ ଦୁର୍ବୁତ୍ତ, ସିସିଟିଭିରେ କଏଦ ହେଲା ଚୋରିର ସମ୍ପୂର୍ଣ୍ଣ ଦୃଶ୍ଯ

ବାଲେଶ୍ଵର: ବିପର୍ଯ୍ଯସ୍ତ ଆଇନ ଶୃଙ୍ଖଳା ପାଇଁ ବିଭିନ୍ନ ସଂଗଠନ ମିଳିତ ଭାବେ ବାଲେଶ୍ଵର ବନ୍ଦ ଡାକରା ଦେଇଥିବା ବେଳେ ବାଲେଶ୍ୱର ସହରରେ ବିଭିନ୍ନ ସଂଗଠନ ପ୍ଲା କାର୍ଡ ଓ ବେନର ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ଗୁରୁବାର ସକାଳ ସମୟରେ ଗୋଟିଏ ପଟେ ଚୋରି ଛିନତାଇ ବିରୋଧରେ ନାରା ଦେଇ ବାଲେଶ୍ଵର ବନ୍ଦ ଡାକରା ଦିଆ ଯାଉଥିବା ବେଳେ ଅନ୍ୟପଟେ ସହର ନୂଆ ବଜାରରେ ଏକ ବାଇକ ଚୋରି ହୋଇଥିବା ଘଟଣା ଘଟିଥିବା ଜଣାପଡିଛି । […]

ବାଲେଶ୍ଵର: ବିପର୍ଯ୍ଯସ୍ତ ଆଇନ ଶୃଙ୍ଖଳା ପାଇଁ ବିଭିନ୍ନ ସଂଗଠନ ମିଳିତ ଭାବେ ବାଲେଶ୍ଵର ବନ୍ଦ ଡାକରା ଦେଇଥିବା ବେଳେ ବାଲେଶ୍ୱର ସହରରେ ବିଭିନ୍ନ ସଂଗଠନ ପ୍ଲା କାର୍ଡ ଓ ବେନର ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ଗୁରୁବାର ସକାଳ ସମୟରେ ଗୋଟିଏ ପଟେ ଚୋରି ଛିନତାଇ ବିରୋଧରେ ନାରା ଦେଇ ବାଲେଶ୍ଵର ବନ୍ଦ ଡାକରା ଦିଆ ଯାଉଥିବା ବେଳେ ଅନ୍ୟପଟେ ସହର ନୂଆ ବଜାରରେ ଏକ ବାଇକ ଚୋରି ହୋଇଥିବା ଘଟଣା ଘଟିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ବାଲେଶ୍ଵର ଅର୍ଡର ବଜାର ବାଲିବିଲ ଅଞ୍ଚଳର ନିଜ ଘରେ ଅର୍ଡର ମୁତାବକ ଦର୍ଜି କାମ କରୁଥିବା ଏସ କେ ସାବୀର ଲୁଗା ପିକୋ କରିବା ପାଇଁ ଏକ ହୋଣ୍ଡାସାଇନ (ଓଆର୦୧ଭି ୬୦୭୦) ରେ ଆଜି ସକାଳ ସମୟରେ ସହରର ଆଦର୍ଶ ଥାନା ସହଦେବ ଖୁଣ୍ଟା ଅଧିନସ୍ତ ନୂଆ ବଜାରର ଥିବା ପଦ୍ମା ଟେଲରକୁ ପିକୋ ପାଇଁ ଯାଇଥିଲେ । ବାଲେଶ୍ଵର ବନ୍ଦ ପ୍ରଭାବ ପାଇଁ ପିକୋ ଦୋକାନିର ଦୋକାନ ବନ୍ଦ ଥିବା କାରଣରୁ ଦୋକାନିର କିଛି ଦୂରରେ ଥିବା ଘରକୁ ପିକ ଆଣିବା ପାଇଁ ଯାଉଥିଲା ବେଳେ ଦୋକାନିର ବାଇକ ପାଖରେ ନିଜ ଗାଡିକୁ ସଙ୍ଗେସଙ୍ଗେ ଲକ କରିବା ପାଇଁ ଆସିବା ବେଳକୁ ବାଇକଟିକୁ ନ ଥିବାର ଦେଖିଥିଲେ।

ପାଖାପାଖି ବାଇକକୁ ଖୋଜିବା ପରେ ବାଇକଟି ଚୋରି ହୋଇଥିବା ନେଇ ଜାଣିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ବାଇକ ମିଳିଯିବା ଆଶାରେ ନିକଟସ୍ଥ ସହଦେବଖୁଣ୍ଟା ଥାନାକୁ ଯାଇ ପହଞ୍ଚିବା ପରେ ଥାନାରେ ପାଖାପାଖି ଅଧଘଣ୍ଟା ପରେ ଏଏସଆଇ ସଙ୍କର ମୂର୍ମୁ ଘଟଣା ସ୍ଥଳ ନିରକ୍ଷଣ ପାଇଁ ଆସିଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଏସ କେ ସାବୀର । ଘଟଣା ସ୍ଥଳରେ ସିସି କ୍ୟାମେରା ଲାଗିଥିବା ଦେଖିବା ସହିତ ଏସକେ ସବୀରଙ୍କ ବାଇକ ନମ୍ବର ଓ ଠିକଣା ସବୁ କିଛି ଲେଖି ନେଇ ତଦନ୍ତ କରିବା ପାଇଁ ଅନଲାଇନ ବାଇକ ଚୋରି ଆବେଦନ କରିବା ପାଇଁ ପରାମର୍ଶ ଦେଇଥିଲେ ଏଏସାଇ ଶ୍ରୀଯୁକ୍ତ ମୂର୍ମୁ । ତେବେ ନିକଟସ୍ଥ ଗ୍ୟାସ ଅଫିସରେ ଲାଗିଥିବା ସିସି କ୍ୟାମେରାରେ ସାବୀର ନିଜେ ଯାଇ ଫୁଟେଜ ଚେକ କରିଥିଲେ। ବାଇକକୁ ଜଣେ ଦୁର୍ବୁତ୍ତ ତାଙ୍କ ବାଇକ ଚଳାଇ ନେଇ ଯାଉଥିବାର ଦୃଶ୍ୟ ଦେଖିବାକୁ ପାଇଥିଲେ। ଗୋଟିଏ ପଟେ ବାଲେଶ୍ଵର ବନ୍ଦ ଥିବା କାରଣରୁ ଅନଲାଇନ ଏଫଆଇଆର ସଙ୍ଗେସଙ୍ଗେ ଆବେଦନ କରି ନ ପାରି ସନ୍ଧ୍ୟା ସମୟରେ ଆବେଦନ କରିଥିଲେ। ସହଦେବଖୁଣ୍ଟା ପୁଲିସର ସହଯୋଗ କାମନା କରିବା ସହିତ ଏସ କେ ସାବୀର ଅନଲାଇନ ଏଫଆଇଆର ଏକ କପି ଥାନାରେ ଦେଇଛନ୍ତି। ଗୋଟିଏ ପଟେ ବିପର୍ଯ୍ଯସ୍ତ ଆଇନ ଶୃଙ୍ଖଳା ସମେତ ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ବାଲେଶ୍ଵର ବନ୍ଦ ହେଇଥିବା ବେଳେ ସହଦେବଖୁଣ୍ଟା ଆଦର୍ଶ ଥାନା ପଛ ପଟେ ଘଟିଥିବା ଏହି ବାଇକ ଚୋରି ଘଟଣା ପୋଲିସର କାର୍ଯ୍ଯକାରିତା ଉପରେ ସମସ୍ତଙ୍କ ନଜର ରହିଛି ।

About The Author: The Sakala