ବାଲେଶ୍ଵର: ଗତ ଅଗଷ୍ଟ ୩୧ ତାରିଖ ଦିନ ଚାନ୍ଦିପୁରସ୍ଥିତ ନମାଇଲ୍ ସମୁଦ୍ର କୂଳରେ ଏକ ଜୀବନ୍ତ ଡଲଫିନ୍ ସମୁଦ୍ର ଜୁଆରରେ ଭାସି ଆସି କୂଳରେ ଲାଗିଥିଲା। ତେବେ ସେହି ଡଲଫିନ ଗଭୀର ପାଣିକୁ ଯାଇ ନ ପାରିବାରୁ ତାର ମୃତ୍ଯୁ ଘଟିଛି।
ସୂଚନାଯୋଗ୍ୟ, ବାଲେଶ୍ଵର ଜିଲ୍ଲା ଚାନ୍ଦିପୁରଠାରୁ କିଛି ଦୂର ନମାଇଲ ନିକଟସ୍ଥ ସମୁଦ୍ର କୂଳରେ ମଙ୍ଗଳବାର ଦିପ ଏକ ଜୀବନ୍ତ ଡଲଫିନ ଦେଖିବାକୁ ମିଳିଥିଲା। ସମୁଦ୍ର କୂଳରେ ଡଲଫିନକୁ ଦେଖିବାକୁ ସ୍ଥାନୀୟ ଲୋକ ପହଞ୍ଚିଥିବା ବେଳେ ପିଲାମାନେ ଡଲଫିନ୍ ଧରି ବହୁତ ସମୟ ଖେଳିଥିଲେ। ପରେ ସ୍ଥାନୀୟ ଲୋକମାନେ ଡଲଫିନଟିକୁ ପୁଣି ସମୁଦ୍ର ଭିତରୁ ଛାଡ଼ି ଦେଇଥିଲେ। ମାତ୍ର ଅଧିକ ଗଭୀର ପାଣି ଭିତରକୁ ଯାଇ ନ ପାରିବିରୁ ଡଲଫିନର ମୃତ୍ୟୁ ହୋଇଯାଇଛି। ଭାସି ଭାସି ପୁଣି କୂଳରେ ଲାଗିଛି। ତେବେ ଡଲଫିନର ମୁଣ୍ଡରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି।