ବିଜୁ ଜନତା ଦଳରେ ନାହାନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ , ସାଂସଦ ସସ୍ମିତ ପାତ୍ର

The Sakala Picture
Published On

ଭୁବନେଶ୍ୱର: ସାମ୍ବାଦିକ ସମ୍ମିଳନୀରେ ବିଜେଡି ରଖିଲା ସ୍ପଷ୍ଟ ମତ । ବିଜୁ ଜନତା ଦଳରେ ନାହାନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଚିଲିକା ହିଂସା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳରୁ ବହିଷ୍କାର ନେଇ ଉଠୁଥିବା ବିବାଦରେ ପୂର୍ଣ୍ଣଛେଦ ଟାଣିଲେ ସାଂସଦ ସସ୍ମିତ ପାତ୍ର । ତାଙ୍କର ଦୁର୍ବ୍ୟବହାର ଏବଂ ଖରାପ ଆଚରଣ ଯୋଗୁଁ ବିଜେଡି ପୂର୍ବରୁ ଦଳରୁ ନିଲମ୍ବିତ କରିସାରିଛି । ତେଣୁ ଏହା ମଧ୍ୟରେ କୌଣସି ସଂକୋଚ ନାହିଁ ବୋଲି କହିଛନ୍ତି ଡା. ସସ୍ମିତ ପାତ୍ର […]

ଭୁବନେଶ୍ୱର: ସାମ୍ବାଦିକ ସମ୍ମିଳନୀରେ ବିଜେଡି ରଖିଲା ସ୍ପଷ୍ଟ ମତ । ବିଜୁ ଜନତା ଦଳରେ ନାହାନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଚିଲିକା ହିଂସା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳରୁ ବହିଷ୍କାର ନେଇ ଉଠୁଥିବା ବିବାଦରେ ପୂର୍ଣ୍ଣଛେଦ ଟାଣିଲେ ସାଂସଦ ସସ୍ମିତ ପାତ୍ର । ତାଙ୍କର ଦୁର୍ବ୍ୟବହାର ଏବଂ ଖରାପ ଆଚରଣ ଯୋଗୁଁ ବିଜେଡି ପୂର୍ବରୁ ଦଳରୁ ନିଲମ୍ବିତ କରିସାରିଛି । ତେଣୁ ଏହା ମଧ୍ୟରେ କୌଣସି ସଂକୋଚ ନାହିଁ ବୋଲି କହିଛନ୍ତି ଡା. ସସ୍ମିତ ପାତ୍ର ।

ଆହୁରି ପଢ଼ନ୍ତୁ: ଅସୁସ୍ଥ ବାପାଙ୍କୁ ଡାକ୍ତରଖାନା ନେବା ବେଳେ ଗଛରେ ପିଟି ହେଲା କାର୍, ଗୋଟିଏ ପରିବାରର ୩ ମୃତ

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଯେଉଁ ଅକୃତକାର୍ଯ୍ୟ କରିଛନ୍ତି, ତାଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ । ପୋଲିସ ଆଇନ ଅନୁଯାୟୀ ଦଣ୍ଡବିଧାନ କରୁ । ବିଜୁ ଜନତା ଚାହୁଁଛି ଯିଏ ଅଭିଯୁକ୍ତ ସେ ଆଇନ ଅନୁଯାୟୀ ଦଣ୍ଡିତ ହୁଅନ୍ତୁ । ଏଭଳି ଏକ ସ୍ପର୍ଷକାତର ପ୍ରସଙ୍ଗରେ ରାଜନୀତିକରଣ କରିବା ସଠିକ ନୁହେଁ । ବିଜେପି ଦଳର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଦେଇଥିବା ପ୍ରତିକ୍ରିୟାକୁ ପ୍ରତ୍ୟାକ୍ଷାନ କଲେ ସସ୍ମିତ । ସେ କହିଛନ୍ତି ଏହି ପ୍ରସଙ୍ଗକୁ ଆମେ ଗୁରୁତର ସହ ଗ୍ରହଣ କରିଛୁ । ଆମେ ମଧ୍ୟ ଚାହୁଁଛୁ ସମସ୍ତ ଦଳ ସଠିକ କାର୍ଯ୍ୟାନୁଷ୍ଠାନ ନେଇ ଦାବି କରନ୍ତୁ ।

ଆହୁରି ପଢ଼ନ୍ତୁ: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା: ଜନ୍ମବେଦୀରୁ ଶ୍ରୀମନ୍ଦିର ରତ୍ନସିଂହାସନ ଅଭିମୁଖେ ବାହାରିବେ ଚତୁର୍ଦ୍ଧାମୂରତି

ବିଜେପି ଶାସିତ ରାଜ୍ୟରେ ମଧ୍ୟ ଏପରି ଘଟଣା ଘଟିଥିଲା । ସେତେବେଳେ ଓଡିଶା ବିଜେପିର ନେତା କହିଥିଲେ ଉକ୍ତ ପ୍ରସଙ୍ଗରେ ରାଜନୀତିକରଣ ଠିକ ନୁହେଁ । ଆଇନକୁ ତା ବାଟରେ ଯିବାକୁ ଦିଆଯାଉ । ଯଦି ସମାନ ଘଟଣା ବାଣପୁରରେ ଘଟିଛି, ତେବେ ଭାରତୀୟ ଜନତା ପାର୍ଟ୍ଟର ନେତା କିପରି ରାଜନୀତିକରଣ କରୁଛନ୍ତି ? ବିଜେପି ଡବଲ ଷ୍ଟାଣ୍ଡାର୍ଡ ନୀତି ନଆପଣାଉ ବୋଲି କହିଛନ୍ତି ସସ୍ମିତ ପାତ୍ର । ଯଥା ସମ୍ଭବ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ଦାବି ଜଣାଉଛୁ, ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇ ସ୍ପଷ୍ଟୀକରଣ ରଖିଛି । ତେଣୁ ଉକ୍ତ ପ୍ରସଙ୍ଗକୁ ନେଇ ବିଜେପି ରାଜନୀତି କରିବା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସସ୍ମିତ ପାତ୍ର ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପରେ ଯୁବବର୍ଗ ତଥା Gen Z ଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

13 Mar 2022 By The Sakala

ବିଜୁ ଜନତା ଦଳରେ ନାହାନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ , ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ୱର: ସାମ୍ବାଦିକ ସମ୍ମିଳନୀରେ ବିଜେଡି ରଖିଲା ସ୍ପଷ୍ଟ ମତ । ବିଜୁ ଜନତା ଦଳରେ ନାହାନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଚିଲିକା ହିଂସା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳରୁ ବହିଷ୍କାର ନେଇ ଉଠୁଥିବା ବିବାଦରେ ପୂର୍ଣ୍ଣଛେଦ ଟାଣିଲେ ସାଂସଦ ସସ୍ମିତ ପାତ୍ର । ତାଙ୍କର ଦୁର୍ବ୍ୟବହାର ଏବଂ ଖରାପ ଆଚରଣ ଯୋଗୁଁ ବିଜେଡି ପୂର୍ବରୁ ଦଳରୁ ନିଲମ୍ବିତ କରିସାରିଛି । ତେଣୁ ଏହା ମଧ୍ୟରେ କୌଣସି ସଂକୋଚ ନାହିଁ ବୋଲି କହିଛନ୍ତି ଡା. ସସ୍ମିତ ପାତ୍ର ।

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଯେଉଁ ଅକୃତକାର୍ଯ୍ୟ କରିଛନ୍ତି, ତାଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ । ପୋଲିସ ଆଇନ ଅନୁଯାୟୀ ଦଣ୍ଡବିଧାନ କରୁ । ବିଜୁ ଜନତା ଚାହୁଁଛି ଯିଏ ଅଭିଯୁକ୍ତ ସେ ଆଇନ ଅନୁଯାୟୀ ଦଣ୍ଡିତ ହୁଅନ୍ତୁ । ଏଭଳି ଏକ ସ୍ପର୍ଷକାତର ପ୍ରସଙ୍ଗରେ ରାଜନୀତିକରଣ କରିବା ସଠିକ ନୁହେଁ । ବିଜେପି ଦଳର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଦେଇଥିବା ପ୍ରତିକ୍ରିୟାକୁ ପ୍ରତ୍ୟାକ୍ଷାନ କଲେ ସସ୍ମିତ । ସେ କହିଛନ୍ତି ଏହି ପ୍ରସଙ୍ଗକୁ ଆମେ ଗୁରୁତର ସହ ଗ୍ରହଣ କରିଛୁ । ଆମେ ମଧ୍ୟ ଚାହୁଁଛୁ ସମସ୍ତ ଦଳ ସଠିକ କାର୍ଯ୍ୟାନୁଷ୍ଠାନ ନେଇ ଦାବି କରନ୍ତୁ ।

ବିଜେପି ଶାସିତ ରାଜ୍ୟରେ ମଧ୍ୟ ଏପରି ଘଟଣା ଘଟିଥିଲା । ସେତେବେଳେ ଓଡିଶା ବିଜେପିର ନେତା କହିଥିଲେ ଉକ୍ତ ପ୍ରସଙ୍ଗରେ ରାଜନୀତିକରଣ ଠିକ ନୁହେଁ । ଆଇନକୁ ତା ବାଟରେ ଯିବାକୁ ଦିଆଯାଉ । ଯଦି ସମାନ ଘଟଣା ବାଣପୁରରେ ଘଟିଛି, ତେବେ ଭାରତୀୟ ଜନତା ପାର୍ଟ୍ଟର ନେତା କିପରି ରାଜନୀତିକରଣ କରୁଛନ୍ତି ? ବିଜେପି ଡବଲ ଷ୍ଟାଣ୍ଡାର୍ଡ ନୀତି ନଆପଣାଉ ବୋଲି କହିଛନ୍ତି ସସ୍ମିତ ପାତ୍ର । ଯଥା ସମ୍ଭବ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ଦାବି ଜଣାଉଛୁ, ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇ ସ୍ପଷ୍ଟୀକରଣ ରଖିଛି । ତେଣୁ ଉକ୍ତ ପ୍ରସଙ୍ଗକୁ ନେଇ ବିଜେପି ରାଜନୀତି କରିବା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସସ୍ମିତ ପାତ୍ର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର