ରାପ୍‌‌ ମ୍ୟୁଜିକ୍‌‌ରେ ନବୀନ ବାବୁଙ୍କ ଜୀବନ କାହାଣୀ, ଭାଇରାଲ ହେଉଛି ବିଗ୍‌‌ ଡିଲ୍‌‌ଙ୍କ ଭିଡିଓ…

The Sakala Picture
Published On

ଭୁବନେଶ୍ୱର: ୨୪ ବର୍ଷ ଧରି ଓଡ଼ିଶାରେ ନିରଙ୍କୁଶ ଶାସନ କରି ଆସିଥିବା ନବୀନ ପଟ୍ଟନାୟକ ଆଜି ବି ଓଡ଼ିଆଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ସରଳ ଜୀବନ ଚର୍ଯ୍ୟା ଓ ସ୍ୱଳ୍ପ କଥାରେ ଓଡ଼ିଶାକୁ ନୂଆ ପରିଚୟ ଦେଇଥିବା ନବୀନ ବାବୁଙ୍କ ପାଇଁ ଆଜି ପ୍ରତିଟି ଓଡ଼ିଆ ଗର୍ବିତ। ଏପରି ଜଣେ ଜନନାୟକଙ୍କ ଜୀବନୀକୁ ରାପ୍‌‌ ମ୍ୟୁଜିକରେ ସଂଯୋଜନା କରିଛନ୍ତି ପ୍ରସିଦ୍ଧ ରାପର୍‌‌ ବିଗ୍‌‌ ଡିଲ୍‌। ନବୀନ ବାବୁଙ୍କ ଜୀବନୀକୁ ନେଇ ତାଙ୍କର ଏହି ରାପ୍‌‌ ସଙ୍ଗୀତ ସାମାଜିକ […]

ଭୁବନେଶ୍ୱର: ୨୪ ବର୍ଷ ଧରି ଓଡ଼ିଶାରେ ନିରଙ୍କୁଶ ଶାସନ କରି ଆସିଥିବା ନବୀନ ପଟ୍ଟନାୟକ ଆଜି ବି ଓଡ଼ିଆଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ସରଳ ଜୀବନ ଚର୍ଯ୍ୟା ଓ ସ୍ୱଳ୍ପ କଥାରେ ଓଡ଼ିଶାକୁ ନୂଆ ପରିଚୟ ଦେଇଥିବା ନବୀନ ବାବୁଙ୍କ ପାଇଁ ଆଜି ପ୍ରତିଟି ଓଡ଼ିଆ ଗର୍ବିତ। ଏପରି ଜଣେ ଜନନାୟକଙ୍କ ଜୀବନୀକୁ ରାପ୍‌‌ ମ୍ୟୁଜିକରେ ସଂଯୋଜନା କରିଛନ୍ତି ପ୍ରସିଦ୍ଧ ରାପର୍‌‌ ବିଗ୍‌‌ ଡିଲ୍‌। ନବୀନ ବାବୁଙ୍କ ଜୀବନୀକୁ ନେଇ ତାଙ୍କର ଏହି ରାପ୍‌‌ ସଙ୍ଗୀତ ସାମାଜିକ ଗଣମାଧ୍ୟମରେ ବେଶ୍‌‌ ଭାଇରାଲ ହେଉଛି।

ଏହା ପୂର୍ବରୁ ବିଗ୍‌‌ ଡିଲ୍‌‌ ପୁରୁଷ ହକି ବିଶ୍ୱକପ୍‌‌ରେ ଥିମ୍‌‌ ସଙ୍ଗୀତ ଗାନ କରିଥିବା ବେଳେ ଗତ ସରକାରଙ୍କର ସଫଳତାକୁ ଆର୍ଷଣୀୟ ଢଙ୍ଗରେ ଜନତାଙ୍କ ନିକଟରେ ପହଞ୍ଚାଇ ବେଶ୍‌‌ ଆଦୃତି ସାଉଁଟି ଥିଲେ। ଏବେ ତାଙ୍କର ଏହି ନୂଆ ଗୀତଟି ଉଭୟ ଯୁବ ଓ ବୟସ୍କ ଦର୍ଶକଙ୍କୁ ବେଶ୍‌‌ ବାନ୍ଧି ରଖିବାରେ ସଫଳ ହେଉଛି। ବିଗ୍‌‌ ଡିଲ୍‌‌ ନିଜର ଏହି ଗୀତରେ ନବୀନ ପଟ୍ଟନାୟକଙ୍କ ବାଲ୍ୟ ଜୀବନରୁ ନେଇ ୨୪ ବର୍ଷ ଧରି ଓଡ଼ିଶା ବିକାଶର କାହାଣୀକୁ ବେଶ୍‌‌ ସୁନ୍ଦର ଭାବରେ ଉପସ୍ଥାପନା କରିଛନ୍ତି। ଜଣେ ଲେଖକ, ବିଶ୍ୱର ବହୁ ଖ୍ୟାତି ସମ୍ପନ୍ନ ବ୍ୟକ୍ତିବିଶେଷଙ୍କ ଉତ୍ତମ ବନ୍ଧୁ, ପ୍ରତିପତ୍ତି ଥାଇ ସୁଦ୍ଧା ନବୀନ ବାବୁ କିପରି ଓଡ଼ିଶା ରାଜନୀତିରେ ପାଦ ଦେଲେ, ଆଉ କୋଟି ଓଡ଼ିଆଙ୍କ ମଉଡ଼ମଣି ପାଲଟିଗଲେ, ତାହା ଅବତାରଣା କରାଯାଇଛି ୩ ମିନିଟ୍‌‌ର ଏହି ଗୀତିରେ। କହିବାକୁ ଗଲେ, ରାପର୍‌‌ ବିଗ୍‌‌ ଡିଲ୍‌‌ ନବୀନ ପଟ୍ଟନାୟକଙ୍କର ଆଦ୍ୟ ଜୀବନରୁ ନେଇ ଓଡ଼ିଶା ବିକାଶର ବିନ୍ଧାଣି ପର୍ଯ୍ୟନ୍ତ ସଫଳତାର ଯାତ୍ରାକୁ ଅତ୍ୟନ୍ତ ଆକର୍ଷଣୀୟ ଢଙ୍ଗରେ ସଙ୍ଗୀତ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇବାରେ ସଫଳ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

18 Jun 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର