ଓପିଏସସି ୱେବ ସାଇଟ୍‍ ତ୍ରୁଟି: ଓସିଏସ୍‍ ପରୀକ୍ଷାରୁ ବଞ୍ଚିତ ହେବେ ଶହ ଶହ ଆଶାୟୀ

The Sakala Picture
Published On

ଭୁବନେଶ୍ୱର: ଓପିଏସସି(ଓଡ଼ିଶା ଲୋକସେବା ଆୟୋଗ) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା(ଓସିଏସ୍‍) ଦେବାପାଇଁ ଚଳିତ ବର୍ଷ ଅନେକ ଆଶାୟୀ ବଞ୍ଚିତ ହେବାକୁ ଯାଉଛନ୍ତି। ୱେବ୍‍ ସାଇଟ୍‍ ତ୍ରୁଟି ଯୋଗୁ ଅତିରିକ୍ତ ସୁଯୋଗ ମିଳିବାକୁଥିବା ଆଶାୟୀଙ୍କୁ ଚଳିତ ବର୍ଷରେ ଅଧିକାଂଶ ପିଲାଙ୍କୁ ସୁଯୋଗ ମିଳିନି। ଚଳିତ ବର୍ଷର ଆବେଦନ ପ୍ରକ୍ରିୟାରେ ଏହି ସୁବିଧା ଉପଲବ୍ଧ ନଥିବାରୁ ଆଶାୟୀମାନେ ଫର୍ମ ପୂରଣରୁ ବଞ୍ଚିତ ହୋଇଛନ୍ତି। ଇତି ମଧ୍ୟରେ ଆବେଦନର ତାରିଖ ଶେଷ ହୋଇଥିବାରୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା […]

ଭୁବନେଶ୍ୱର: ଓପିଏସସି(ଓଡ଼ିଶା ଲୋକସେବା ଆୟୋଗ) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା(ଓସିଏସ୍‍) ଦେବାପାଇଁ ଚଳିତ ବର୍ଷ ଅନେକ ଆଶାୟୀ ବଞ୍ଚିତ ହେବାକୁ ଯାଉଛନ୍ତି। ୱେବ୍‍ ସାଇଟ୍‍ ତ୍ରୁଟି ଯୋଗୁ ଅତିରିକ୍ତ ସୁଯୋଗ ମିଳିବାକୁଥିବା ଆଶାୟୀଙ୍କୁ ଚଳିତ ବର୍ଷରେ ଅଧିକାଂଶ ପିଲାଙ୍କୁ ସୁଯୋଗ ମିଳିନି। ଚଳିତ ବର୍ଷର ଆବେଦନ ପ୍ରକ୍ରିୟାରେ ଏହି ସୁବିଧା ଉପଲବ୍ଧ ନଥିବାରୁ ଆଶାୟୀମାନେ ଫର୍ମ ପୂରଣରୁ ବଞ୍ଚିତ ହୋଇଛନ୍ତି। ଇତି ମଧ୍ୟରେ ଆବେଦନର ତାରିଖ ଶେଷ ହୋଇଥିବାରୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଲାଗି ସେମାନେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଚିଠି ସଚଖ୍ୟା ୩୪୩୨୭ ତା ୨୦.୧୨.୨୦୨୧ ଅନୁଯାୟୀ ଚଳିତ ବର୍ଷର ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଓ ପ୍ରତିଯୋଗିତା ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ଏକ ଅତିରିକ୍ତ ସୁଯୋଗ ଦେବାର ପ୍ରାବଧାନ ରଖାଯାଇଛି। ନିର୍ଦ୍ଧାରିତ ବୟସସୀମା ଠାରୁ ଆଶାୟୀଙ୍କ ବୟସ ଅଧିକ ହୋଇଥିଲେ ମଧ୍ୟ ସେମାନଙ୍କୁ ଏକ ଅଧିକ ସୁଯୋଗ ଦିଆଯିବ ବୋଲି ଉକ୍ତ ବିଜ୍ଞପ୍ତିରେ ଦର୍ଶାଯାଇଛି। ୨୦୧୪ ମସିହାରୁ ୟୁପିଏସସି ଢାଞ୍ଚାରେ ଓସିଏସ୍‍ ପରୀକ୍ଷା ଆରମ୍ଭ ହେବା ଦିନଠୁ ଆଶାୟୀଙ୍କୁ ଏହି ସୁଯୋଗ ମିଳୁଛି। ୨୦୧୬ରୁ ୨୦୨୦ ଯାଏଁ ବିଗତ ବର୍ଷର ପ୍ରଶାସନିକ ସେବା ପରୀକ୍ଷାରେ ମଧ୍ୟ ଆଶାୟୀମାନଙ୍କୁ ଅତିରକ୍ତ ସୁଯୋଗ ଦିଆଯାଇଛି। ମାତ୍ର ଚଳିତ ବର୍ଷ ଆବେଦନ ପ୍ରକ୍ରିୟାରେ ଏହାକୁ ସାମିଲ୍‍ କରାଯାଇ ନଥିବା ଆଶାୟୀମାନେ ଅଭିଯୋଗ କରିଛନ୍ତି। ୱେବ ସାଇଟ୍‍ ତ୍ରୁଟି ପାଇଁ ସେମାନଙ୍କୁ ଏହି ସୁଯୋଗ ମିଳିନି। ସେହିପରି ପୂର୍ବରୁ ଟିସିଏସ୍‍ ଦ୍ୱାରା ଅନଲାଇନ୍‍ ଆବେଦନ ପ୍ରକ୍ରିୟା ନିୟନ୍ତ୍ରିତ ହେଉଥିବାବେଳେ ଏବର୍ଷରୁ ଓପିଏସ୍‍ସି ଓକାକ୍‍କୁ ଦାୟିତ୍ୱ ଦେଇଛି। ହେଲେ ଓପିଏସସିର ଏହି ଅଦଳବଦଳ ପ୍ରକ୍ରିୟାରେ ଅନେକ ଆଶାୟୀ ପ୍ରାର୍ଥୀ ପରୀକ୍ଷା ଲାଗି ଆବେଦନରୁ ବଞ୍ଚିତ ହେଉଛନ୍ତି। ତେଣୁ ଓପିଏସ୍‍ସି ପକ୍ଷରୁ ଆବେଦନ ପ୍ରଣାଳୀରେ ସୁଧାର କରିବା ସହିତ ଏହି ବର୍ଗର ଛାତ୍ରଛାତ୍ରୀଙ୍କୁ ଚଳିତ ବର୍ଷରେ ଆବେଦନ ଲାଗି ସୁଯୋଗ ଦେବାକୁ ଆଶାୟୀ ପ୍ରାର୍ଥୀମାନେ ଦାବି କରିଛନ୍ତି। ସୂଚନାଥାଉକି ୨୦୨୧ ବର୍ଷର ଓସିଏସ୍‍ ପରୀକ୍ଷା ପାଇଁ ଆବେଦନ ଜାନୁଆରୀ ୧୦ରେ ଆରମ୍ଭ ହୋଇ ଫେବୃଆରୀ ୯ରେ ଶେଷ ହୋଇଛି। ତେଣୁ ଏହି ବର୍ଗର ପିଲାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଆଶାୟୀମାନେ କହିଛନ୍ତି। ତେବେ ଏସମ୍ପର୍କରେ ଓପିଏସସି କର୍ତ୍ତୃପକ୍ଷଙ୍କୁ ଯୋଗେଯାଗ କରାଯାଇଥିଲେ ବି ସେ ଫୋନ୍‍ର ଉତ୍ତର ଦେଇ ନଥିଲେ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର