ଝାଡ଼ଖଣ୍ଡରୁ ପଶ୍ଚିମବଙ୍ଗ ପଳାଇଲା ବାଘୁଣୀ ‘ଜିନତ୍‌‌’

The Sakala Picture
Published On

ବାରିପଦା: ସତ ହେଲା ଆଶଙ୍କା । ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନତ୍ ଶିମିପାଳ ଫେରିବା ପରିବର୍ତ୍ତେ ଝାଡଖଣ୍ଡରୁ ପଶ୍ଚିମବଙ୍ଗ ପଳାଇଛି । ଶୁକ୍ରବାର ସକାଳେ ଝାଡଗ୍ରାମର ବେଲପାହାଡି ରେଞ୍ଜରେ ଜିନତକୁ ଦେଖିବାକୁ ମିଳିଥିବାବେଳେ ସନ୍ଧ୍ୟାରେ ପଶ୍ଚିମବଙ୍ଗର ଶିମୁଲପାଲ ଜଙ୍ଗଲରେ ସେ ରହିଥିବା ବିଶ୍ବସ୍ଥ ସୁତ୍ରରୁ ଜଣାପଡିଛି। ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ହାଇଆଲର୍ଟ ଜାରି ହୋଇଛି। ତେବେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ଏ ନେଇ କୌଣସି ସୂଚନା ଦେଇନାହାନ୍ତି। ଡିସେମ୍ବର ୧୦ତାରିଖରୁ ଶିମିଳିପାଳ ଛାଡି […]

ବାରିପଦା: ସତ ହେଲା ଆଶଙ୍କା । ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନତ୍ ଶିମିପାଳ ଫେରିବା ପରିବର୍ତ୍ତେ ଝାଡଖଣ୍ଡରୁ ପଶ୍ଚିମବଙ୍ଗ ପଳାଇଛି । ଶୁକ୍ରବାର ସକାଳେ ଝାଡଗ୍ରାମର ବେଲପାହାଡି ରେଞ୍ଜରେ ଜିନତକୁ ଦେଖିବାକୁ ମିଳିଥିବାବେଳେ ସନ୍ଧ୍ୟାରେ ପଶ୍ଚିମବଙ୍ଗର ଶିମୁଲପାଲ ଜଙ୍ଗଲରେ ସେ ରହିଥିବା ବିଶ୍ବସ୍ଥ ସୁତ୍ରରୁ ଜଣାପଡିଛି। ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ହାଇଆଲର୍ଟ ଜାରି ହୋଇଛି। ତେବେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ଏ ନେଇ କୌଣସି ସୂଚନା ଦେଇନାହାନ୍ତି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ଡିସେମ୍ବର ୧୦ତାରିଖରୁ ଶିମିଳିପାଳ ଛାଡି ଝାଡଖଣ୍ଡ ପଳାଇଥିବା ଜିନତ୍ ୧୭ତାରିଖରେ ଶେଷଥର ପାଇଁ ଚାକୁଳିଆ ନିକଟ ରାଜାବସା ଜଙ୍ଗଲରେ ଏକ ମଇଁଷୀ ଶିକାର କରି ଖାଇଥିବା ବେଳେ ହାତୀ ପଲଙ୍କ ଭୟରେ ସେ ସ୍ଥାନ ପରିବର୍ତ୍ତନ କରି ପୁରୁଣାପାଣି-ମହୁଲବେଟ୍ ଜଙ୍ଗଲକୁ ପଳାଇଥିଲା । ସେଠାରୁ ୧୯ ତାରିଖରେ ଚିରଚିରା-ଚିକିଲିଗଡ-ଗିଦ୍ଧିନି-ପରିହାତୀ-ଦୁବରାଜପୁର ସିଲଦା ଦେଇ ବେଲପାହାଡି ଯାଇଥିବା ଜଣାପଡିଛି। ଗୋଟିଏ ଦିନରେ ସେ ୨୬ କିମି ପାରି ହୋଇଥିବା ଜଣାପଡିଛି। ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ହାଇ ଆଲର୍ଟ ଜାରି ହୋଇଛି। ତେବେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କର୍ତ୍ତୃପକ୍ଷ ଏନେଇ କୌଣସି ସୂଚନା ଦେଇନାହାନ୍ତି ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

୩ବର୍ଷ ବୟସର ବାଘୁଣୀ ଜିନତ୍ (ଟି୧୬୩ ଏସ୧ଏଫ)କୁ ଶିମିଳିପାଳରେ ମହାବଳ ବାଘର ବଂଶ ବୃଦ୍ଧି ଲକ୍ଷ୍ୟରେ ମହାରାଷ୍ଟ୍ରର ତଡବା ଅଭୟାରଣ୍ୟରୁ ଗତ ନଭେମ୍ବର ୧୪ ତାରିଖରେ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇ ନଭେମ୍ବର ୧୫ ସକାଳେ ଚହଲା ନିକଟସ୍ଥ ଏକ ସଫ୍ଟ ଏନକ୍ଲୋଜରରେ ରଖାଯାଇଥିଲା। ସେଠାରେ ବାଘୁଣୀ ୩ଟି ବାରାହା ଶିକାର କରିବା ପରେ ସୁସ୍ଥ ଥିବାରୁ ନଭେମ୍ବର ୨୪ ରାତିରେ ଜଙ୍ଗଲରେ ଛଡାଯାଇଥିଲା। ଟ୍ରାପ ଚିପ୍‌ ଲଗାଇ ଶିମିଳିପାଳ ଅଭୟାରଣ୍ୟ କୋର ଜଙ୍ଗଲରେ ବାଘୁଣୀ ଜିନତ୍ ବିଚରଣ କରୁଥିବା ବେଳେ ଗତିବିଧି ଓ ସ୍ଵାସ୍ଥ୍ୟବସ୍ଥା ୨୪ଘଣ୍ଟିଆ ବନ ବିଭାଗ ଟିମ ଅନୁଧ୍ୟାନ କରୁଥିଲେ ହେଲେ ୮ ତାରିଖ ଦିନ ପାହାଡ ପରେ ପାହାଡ ଡେଇଁ ସେ ଝାଡଖଣ୍ଡରେ ପ୍ରବେଶ କରିଥିଲା ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଜନବସତି ମୁହାଁ ହେଲେ ଏସଓପି ଅନୁସାରେ ତୁରନ୍ତ ଟ୍ରାଙ୍କୁଲାଇଜ କରାଯାଇ କାବୁ କରାଯିବା ନେଇ ଜିନତକୁ ନୀରିକ୍ଷଣ କରୁଥିବା ଟିମ ସଜାଗ ରହିଛନ୍ତି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପନିର୍ଦ୍ଦେଶକଙ୍କ ସହ ତିନି ଅଧିକାରୀଙ୍କୁ ମିଶାଇ ୧୫ଜଣ କର୍ମଚାରୀ ଆବଶ୍ୟକ ସାମଗ୍ରୀ ଓ ସ୍ବତନ୍ତ୍ର ଯାନ ସହିତ ତାର ନୀରିକ୍ଷଣ କରୁଛନ୍ତି । ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ବନବିଭାଗ ତାଙ୍କୁ ସହଯୋଗ କରୁଛନ୍ତି । ଜଙ୍ଗଲ ଗୁଡିକ ଲାଗି ଲାଗି ରହୁଥିବାରୁ ବାଘୁଣୀଟି ସ୍ଥାନ ପରିବର୍ତନ କରୁଥିବାରୁ ତଦନୁଯାୟୀ ସେମାନେ ଯୋଜନା ପ୍ରସ୍ତୁତ କରୁଛନ୍ତି । ଜନବସତି ମୁହାଁ ହେଲେ ଲୋକମାନଙ୍କୁ ସଚେତନ କରିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବନବିଭାଗ ପ୍ରସ୍ତୁତ ରହିଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ବନଖଣ୍ଡରୁ ୪ବର୍ଷ ପୂର୍ବେ ଏକ ମହାବଳ ବାଘ ଝାଡଖଣ୍ଡ ଜଙ୍ଗଲକୁ ଯାଇ ଫେରି ଆସିଥିବାର ରେକର୍ଡ ମଧ୍ୟ ରହିଛି । ଜଙ୍ଗଲରେ ତୃଣଭୋଜି ବନ୍ୟଜନ୍ତୁଙ୍କ ବାସସ୍ଥାନକୁ ନେଇ ବାଘର ଖାଦ୍ୟ ଅନ୍ୱେଷଣ ଓ ସୁରକ୍ଷିତ ସ୍ଥାନ ଖୋଜିବାରେ ବର୍ଷ ବର୍ଷ ଲାଗିଥାଏ । ଏଣୁ ଜିନତ୍ ଯିବା ଏକ ସ୍ବାଭାବିକ ପ୍ରକ୍ରିୟା ବୋଲି ଜନୈକ ବନ ଅଧିକାରୀ କହୁଥିବା ବେଳେ ସାନବେଳୁ ହାତୀ ଦେଖି ନଥିବା ମହାରାଷ୍ଟ୍ର ବାଘୁଣୀ ଶିମିଳିପାଳ ଓ ଝାଡଖଣ୍ଡ ଜଙ୍ଗଲରେ ବିଶାଳକାୟ ହାତୀପଲଙ୍କୁ ଦେଖି ନିଜ ସୁରକ୍ଷା ଅଞ୍ଚଳ ଖୋଜୁଛି ବୋଲି ପରିବେଶ ବିତ୍ ସଞ୍ଜୁକ୍ତା ବସା କହିଛନ୍ତି । ଅପରପକ୍ଷରେ ଅନ୍ୟତମ ମହାରାଷ୍ଟ୍ର ବାଘୁଣୀ ଯମୁନା କୁଲଡିହା ଅଭୟାରଣ୍ୟରୁ ଫେରି ପୁଣି ଶିମିଳିପାଳରେ ବିଚରଣ କରୁଛି ।

21 Dec 2024 By The Sakala

ଝାଡ଼ଖଣ୍ଡରୁ ପଶ୍ଚିମବଙ୍ଗ ପଳାଇଲା ବାଘୁଣୀ ‘ଜିନତ୍‌‌’

ବାରିପଦା: ସତ ହେଲା ଆଶଙ୍କା । ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନତ୍ ଶିମିପାଳ ଫେରିବା ପରିବର୍ତ୍ତେ ଝାଡଖଣ୍ଡରୁ ପଶ୍ଚିମବଙ୍ଗ ପଳାଇଛି । ଶୁକ୍ରବାର ସକାଳେ ଝାଡଗ୍ରାମର ବେଲପାହାଡି ରେଞ୍ଜରେ ଜିନତକୁ ଦେଖିବାକୁ ମିଳିଥିବାବେଳେ ସନ୍ଧ୍ୟାରେ ପଶ୍ଚିମବଙ୍ଗର ଶିମୁଲପାଲ ଜଙ୍ଗଲରେ ସେ ରହିଥିବା ବିଶ୍ବସ୍ଥ ସୁତ୍ରରୁ ଜଣାପଡିଛି। ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ହାଇଆଲର୍ଟ ଜାରି ହୋଇଛି। ତେବେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ଏ ନେଇ କୌଣସି ସୂଚନା ଦେଇନାହାନ୍ତି।

ଡିସେମ୍ବର ୧୦ତାରିଖରୁ ଶିମିଳିପାଳ ଛାଡି ଝାଡଖଣ୍ଡ ପଳାଇଥିବା ଜିନତ୍ ୧୭ତାରିଖରେ ଶେଷଥର ପାଇଁ ଚାକୁଳିଆ ନିକଟ ରାଜାବସା ଜଙ୍ଗଲରେ ଏକ ମଇଁଷୀ ଶିକାର କରି ଖାଇଥିବା ବେଳେ ହାତୀ ପଲଙ୍କ ଭୟରେ ସେ ସ୍ଥାନ ପରିବର୍ତ୍ତନ କରି ପୁରୁଣାପାଣି-ମହୁଲବେଟ୍ ଜଙ୍ଗଲକୁ ପଳାଇଥିଲା । ସେଠାରୁ ୧୯ ତାରିଖରେ ଚିରଚିରା-ଚିକିଲିଗଡ-ଗିଦ୍ଧିନି-ପରିହାତୀ-ଦୁବରାଜପୁର ସିଲଦା ଦେଇ ବେଲପାହାଡି ଯାଇଥିବା ଜଣାପଡିଛି। ଗୋଟିଏ ଦିନରେ ସେ ୨୬ କିମି ପାରି ହୋଇଥିବା ଜଣାପଡିଛି। ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ହାଇ ଆଲର୍ଟ ଜାରି ହୋଇଛି। ତେବେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କର୍ତ୍ତୃପକ୍ଷ ଏନେଇ କୌଣସି ସୂଚନା ଦେଇନାହାନ୍ତି ।

୩ବର୍ଷ ବୟସର ବାଘୁଣୀ ଜିନତ୍ (ଟି୧୬୩ ଏସ୧ଏଫ)କୁ ଶିମିଳିପାଳରେ ମହାବଳ ବାଘର ବଂଶ ବୃଦ୍ଧି ଲକ୍ଷ୍ୟରେ ମହାରାଷ୍ଟ୍ରର ତଡବା ଅଭୟାରଣ୍ୟରୁ ଗତ ନଭେମ୍ବର ୧୪ ତାରିଖରେ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇ ନଭେମ୍ବର ୧୫ ସକାଳେ ଚହଲା ନିକଟସ୍ଥ ଏକ ସଫ୍ଟ ଏନକ୍ଲୋଜରରେ ରଖାଯାଇଥିଲା। ସେଠାରେ ବାଘୁଣୀ ୩ଟି ବାରାହା ଶିକାର କରିବା ପରେ ସୁସ୍ଥ ଥିବାରୁ ନଭେମ୍ବର ୨୪ ରାତିରେ ଜଙ୍ଗଲରେ ଛଡାଯାଇଥିଲା। ଟ୍ରାପ ଚିପ୍‌ ଲଗାଇ ଶିମିଳିପାଳ ଅଭୟାରଣ୍ୟ କୋର ଜଙ୍ଗଲରେ ବାଘୁଣୀ ଜିନତ୍ ବିଚରଣ କରୁଥିବା ବେଳେ ଗତିବିଧି ଓ ସ୍ଵାସ୍ଥ୍ୟବସ୍ଥା ୨୪ଘଣ୍ଟିଆ ବନ ବିଭାଗ ଟିମ ଅନୁଧ୍ୟାନ କରୁଥିଲେ ହେଲେ ୮ ତାରିଖ ଦିନ ପାହାଡ ପରେ ପାହାଡ ଡେଇଁ ସେ ଝାଡଖଣ୍ଡରେ ପ୍ରବେଶ କରିଥିଲା ।

ଜନବସତି ମୁହାଁ ହେଲେ ଏସଓପି ଅନୁସାରେ ତୁରନ୍ତ ଟ୍ରାଙ୍କୁଲାଇଜ କରାଯାଇ କାବୁ କରାଯିବା ନେଇ ଜିନତକୁ ନୀରିକ୍ଷଣ କରୁଥିବା ଟିମ ସଜାଗ ରହିଛନ୍ତି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପନିର୍ଦ୍ଦେଶକଙ୍କ ସହ ତିନି ଅଧିକାରୀଙ୍କୁ ମିଶାଇ ୧୫ଜଣ କର୍ମଚାରୀ ଆବଶ୍ୟକ ସାମଗ୍ରୀ ଓ ସ୍ବତନ୍ତ୍ର ଯାନ ସହିତ ତାର ନୀରିକ୍ଷଣ କରୁଛନ୍ତି । ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ବନବିଭାଗ ତାଙ୍କୁ ସହଯୋଗ କରୁଛନ୍ତି । ଜଙ୍ଗଲ ଗୁଡିକ ଲାଗି ଲାଗି ରହୁଥିବାରୁ ବାଘୁଣୀଟି ସ୍ଥାନ ପରିବର୍ତନ କରୁଥିବାରୁ ତଦନୁଯାୟୀ ସେମାନେ ଯୋଜନା ପ୍ରସ୍ତୁତ କରୁଛନ୍ତି । ଜନବସତି ମୁହାଁ ହେଲେ ଲୋକମାନଙ୍କୁ ସଚେତନ କରିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବନବିଭାଗ ପ୍ରସ୍ତୁତ ରହିଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ବନଖଣ୍ଡରୁ ୪ବର୍ଷ ପୂର୍ବେ ଏକ ମହାବଳ ବାଘ ଝାଡଖଣ୍ଡ ଜଙ୍ଗଲକୁ ଯାଇ ଫେରି ଆସିଥିବାର ରେକର୍ଡ ମଧ୍ୟ ରହିଛି । ଜଙ୍ଗଲରେ ତୃଣଭୋଜି ବନ୍ୟଜନ୍ତୁଙ୍କ ବାସସ୍ଥାନକୁ ନେଇ ବାଘର ଖାଦ୍ୟ ଅନ୍ୱେଷଣ ଓ ସୁରକ୍ଷିତ ସ୍ଥାନ ଖୋଜିବାରେ ବର୍ଷ ବର୍ଷ ଲାଗିଥାଏ । ଏଣୁ ଜିନତ୍ ଯିବା ଏକ ସ୍ବାଭାବିକ ପ୍ରକ୍ରିୟା ବୋଲି ଜନୈକ ବନ ଅଧିକାରୀ କହୁଥିବା ବେଳେ ସାନବେଳୁ ହାତୀ ଦେଖି ନଥିବା ମହାରାଷ୍ଟ୍ର ବାଘୁଣୀ ଶିମିଳିପାଳ ଓ ଝାଡଖଣ୍ଡ ଜଙ୍ଗଲରେ ବିଶାଳକାୟ ହାତୀପଲଙ୍କୁ ଦେଖି ନିଜ ସୁରକ୍ଷା ଅଞ୍ଚଳ ଖୋଜୁଛି ବୋଲି ପରିବେଶ ବିତ୍ ସଞ୍ଜୁକ୍ତା ବସା କହିଛନ୍ତି । ଅପରପକ୍ଷରେ ଅନ୍ୟତମ ମହାରାଷ୍ଟ୍ର ବାଘୁଣୀ ଯମୁନା କୁଲଡିହା ଅଭୟାରଣ୍ୟରୁ ଫେରି ପୁଣି ଶିମିଳିପାଳରେ ବିଚରଣ କରୁଛି ।

https://www.thesakala.in/latest-odisha-news/tigress-zeenat-shift-to-west-bengal-from-jharkhand/article-37393
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର