ମନୋରଞ୍ଜନ
ସ୍ଥାଣୁ ପାଲଟିଗଲାଣି ଓଏସ୍ଏସ୍ଏସ୍ସି: ଠିକ୍ ସମୟରେ ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶନରେ ଅସମର୍ଥ
ଭୁବନେଶ୍ୱର: ନିଯୁକ୍ତି ପରୀକ୍ଷା ପରିଚାଳନା କରୁଥିବା ଓଡ଼ିଶା ଅଧସ୍ତନ କର୍ମଚରୀ ଚୟନ ଆୟୋଗ (ଓଏସ୍ଏସ୍ଏସ୍ସି)ର କାର୍ଯ୍ୟଧାରା ନେଇ ଆଶାୟୀମାନେ ପ୍ରଶ୍ନ ଉଠାଇଲେଣି। ନିଯୁକ୍ତି ପାଇଁ ଏକାଧିକ ବିଜ୍ଞପ୍ତି ପ୍ରକାଶ କରିଥିଲେ ମଧ୍ୟ ପରୀକ୍ଷା କରୁନାହିଁ। କେବେ ପରୀକ୍ଷା ହେବ, ସେନେଇ ମଧ୍ୟ କୌଣସି ସୂଚନା ଦେଉନାହିଁ। ପରୀକ୍ଷା ସରିବାର ଦୀର୍ଘ ମାସ ପରେ ମଧ୍ୟ ଫଳ ପ୍ରକାଶ କରିପାରୁନାହିଁ। ଶିକ୍ଷକ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ କରିବାକୁ ବିଜ୍ଞପ୍ତି ଜାରି କରି ଏକାଧିକବାର ପରିବର୍ତ୍ତନ କରୁଛି। ଏହି […]
ଭୁବନେଶ୍ୱର: ନିଯୁକ୍ତି ପରୀକ୍ଷା ପରିଚାଳନା କରୁଥିବା ଓଡ଼ିଶା ଅଧସ୍ତନ କର୍ମଚରୀ ଚୟନ ଆୟୋଗ (ଓଏସ୍ଏସ୍ଏସ୍ସି)ର କାର୍ଯ୍ୟଧାରା ନେଇ ଆଶାୟୀମାନେ ପ୍ରଶ୍ନ ଉଠାଇଲେଣି। ନିଯୁକ୍ତି ପାଇଁ ଏକାଧିକ ବିଜ୍ଞପ୍ତି ପ୍ରକାଶ କରିଥିଲେ ମଧ୍ୟ ପରୀକ୍ଷା କରୁନାହିଁ। କେବେ ପରୀକ୍ଷା ହେବ, ସେନେଇ ମଧ୍ୟ କୌଣସି ସୂଚନା ଦେଉନାହିଁ। ପରୀକ୍ଷା ସରିବାର ଦୀର୍ଘ ମାସ ପରେ ମଧ୍ୟ ଫଳ ପ୍ରକାଶ କରିପାରୁନାହିଁ। ଶିକ୍ଷକ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ କରିବାକୁ ବିଜ୍ଞପ୍ତି ଜାରି କରି ଏକାଧିକବାର ପରିବର୍ତ୍ତନ କରୁଛି। ଏହି ସବୁ ଅନିୟମିତତା ଓ ଅବ୍ୟବସ୍ଥା ପାଇଁ ଆଶାୟୀମାନେ ବିଭିନ୍ନ ସମୟରେ ଆନ୍ଦୋଳନକୁ ଓହ୍ଲାଉଛନ୍ତି।
ଓଏସ୍ଏସ୍ଏସ୍ସି ଡିସେମ୍ବର ୨୦୨୩ରେ ଆର୍ଆଇ, ଅମିନ, ଆଇସିଡିଏସ୍ ସୁପରଭାଇଜର୍ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା। ମାର୍ଚ୍ଚରେ ଆବେଦନ ମଧ୍ୟ ଶେଷ ହୋଇଛି। ବିଜ୍ଞପ୍ତି ପ୍ରକାଶକୁ ଇତିମଧ୍ୟରେ ୬ ମାସ ଅତିକ୍ରମ କରିଥିଲେ ମଧ୍ୟ ପରୀକ୍ଷା ହୋଇନାହିଁ। ପ୍ରାୟ ୫ ଲକ୍ଷ ୫୮ ହଜାରରୁ ଅଧିକ ଆଶାୟୀ ପରୀକ୍ଷା ଦେବାକୁ ଆବେଦନ କରି ଅପେକ୍ଷା କରିଛନ୍ତି। ପରୀକ୍ଷା କେବେ ହେବ, ସେନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ପ୍ରକାଶ କରି ନଥିବା ବେଳେ ସେପ୍ଟେମ୍ବରରେ ପରୀକ୍ଷା କରିବାକୁ ଯୋଜନା ରଖିଛି।
ଅନୁରୂପ ଭାବେ ଅନୁସୂଚିତ ଜାତି ଓ ଜନଜାତି ତଥା ସଂଖ୍ୟାଲଘୁ ଓ ପଛୁଆ ବର୍ଗ ଉନ୍ନୟନ ବିଭାଗରେ ୨୬୨୯ଟି ଶିକ୍ଷକ ପଦ ପୂରଣ ପାଇଁ ମାର୍ଚ୍ଚ ୧୧ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଥିଲା। ଏପ୍ରିଲ ୧ ତାରିଖରୁ ଆବେଦନ ଆରମ୍ଭ ହେବ ବୋଲି ବିଜ୍ଞପ୍ତିରେ ଦର୍ଶାଇଥିଲା। ହେଲେ ଏଯାଏ ଆରମ୍ଭ ହୋଇନି ଆବେଦନ ପ୍ରକ୍ରିୟା। ଇତିମଧ୍ୟରେ ମୂଳ ବିଜ୍ଞପ୍ତିରେ ୫ଥର ପରିବର୍ତ୍ତନ କରିସାରିଲାଣି। ସବୁଥର ବିଜ୍ଞପ୍ତିରେ ଆଶିଂକ ପରିବର୍ତ୍ତନ କରାଯାଉଥିବା ଦର୍ଶାଇ ବାରମ୍ବାର ଆବେଦନ ତାରିଖ ପରିବର୍ତ୍ତନ କରୁଛି। ପୁଣି ସେପ୍ଟେମ୍ବର ୧ ତାରିଖରୁ ଆବେଦନ ଆରମ୍ଭ ହେବ ବୋଲି ଦର୍ଶାଇଥିବା ବେଳେ ଏହାକୁ ନେଇ ଆଶାୟୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସାମାଜିକ ଗଣମାଧ୍ୟମରେ ‘ଏକ୍ସ’ରେ ପ୍ରତିକ୍ରିୟା ରଖି ଜଣେ ଆଶାୟୀ ଲେଖିଛନ୍ତି, ପରୀକ୍ଷା ପରିଚାଳନା କରିବାକୁ ଯଦି ଓଏସ୍ଏସ୍ଏସ୍ସି ଅସମର୍ଥ, ତେବେ ଅଫିସ୍ ବନ୍ଦ କରି ଦିଅନ୍ତୁ। ସେହିପରି ବହୁ ଆଶାୟୀ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖି ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ସେହିପରି ଲାଇଭ୍ଷ୍ଟକ୍ ଇନ୍ସପେକ୍ଟର୍, ଫରେଷ୍ଟର ଓ ଫରେଷ୍ଟଗାର୍ଡ ନିଯୁକ୍ତି ପାଇଁ ମେ’ ୭ ତାରିଖରେ ଲିଖିତ ପରୀକ୍ଷା ସରିଛି। ତିନି ମାସରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ପରୀକ୍ଷା ଫଳ ପ୍ରକାଶ କରିନାହିଁ। ପ୍ରିଲିମନାରୀ ପରୀକ୍ଷାର ଫଳ ପ୍ରକାଶ ପାଇନଥିବାରୁ ଶାରୀରିକ ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରୁ ନାହାନ୍ତି ଆଶାୟୀ। ଚଳିତ ମାସରେ ଶାରୀରିକ ପରୀକ୍ଷା କରିବାକୁ ୱେବସାଇଟ୍ରେ ଦର୍ଶାଇଛି। ଫଳରେ ଏହାକୁ ନେଇ ମଧ୍ୟ ଆଶାୟୀମାନେ ପ୍ରଶ୍ନ ଉଠାଉଛନ୍ତି। ପ୍ରିଲିମନାରୀ ପରୀକ୍ଷା ଫଳ ବାହାରିବାର ତତ୍କ୍ଷଣାତ ଶାରୀରିକ ପରୀକ୍ଷା କଲେ ପ୍ରସ୍ତୁତି ପାଇଁ ସମୟ ପାଇବେ ନାହିଁ ବୋଲି ଯୁକ୍ତି ରଖୁଛନ୍ତି।
ଆଶାୟୀଙ୍କ କହିବା ଅନୁଯାୟୀ, ଆବେଦନ ସରିବା ପରେ ପରୀକ୍ଷା କରାଯାଉ ନଥିବାରୁ ସେମାନେ ଅନ୍ୟ ପରୀକ୍ଷା ପାଇଁ ମଧ୍ୟ ଠିକ୍ରେ ପ୍ରସ୍ତୁତି କରିପାରୁନାହାନ୍ତି। ସେମାନଙ୍କ ଧୈର୍ଯ୍ୟଚ୍ୟୁତି ମଧ୍ୟ ଘଟୁଛି। ଚାକିରି ଆଶାରେ ଦୀର୍ଘ ବର୍ଷରୁ ପ୍ରସ୍ତୁତି କରୁଥିବାରୁ ବହୁ ବାଧାବିଘ୍ନ ସହିବାକୁ ପଡ଼ୁଛି। ପ୍ରିଲିମନାରୀ ପରୀକ୍ଷା ପରେ ଫଳ ପ୍ରକାଶନରେ ବିଳମ୍ବ ହେଉଥିବାରୁ ମୁଖ୍ୟ ପରୀକ୍ଷା ପାଇଁ ଠିକ୍ରେ ପ୍ରସ୍ତୁତି ମଧ୍ୟ କରିପାରୁନଥିବା ସେମାନେ ଅଭିଯୋଗ କରିଛନ୍ତି। ଓଡ଼ିଶାର ଅନ୍ୟତମ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍ଏସ୍ସି) ଯଦି ଠିକ୍୍ ସମୟରେ ପରୀକ୍ଷା କରି ଫଳ ପ୍ରକାଶ କରିପାରୁଛି, ତେବେ ଓଏସ୍ଏସ୍ଏସ୍ସି କାହିଁକି ନୁହେଁ ବୋଲି ଶିକ୍ଷାବିତ୍ ଓ ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି।