ଜେଲରେ ଗାଙ୍ଗୱାର ପରେ ଆକ୍ସନ ମୁଡ୍‌ରେ କମିସନରେଟ ପୋଲିସ, ଝାରପଡ଼ା ଜେଲର ପ୍ରତ୍ୟେକ ସେଲରେ ସ୍ପେଶାଲ ଟିମର ଛାନଭିନ୍

The Sakala Picture
Published On

ଭୁବନେଶ୍ୱର: ଜେଲରେ ଗାଙ୍ଗୱାର ପରେ ଆକ୍ସନ ମୁଡ୍‌ରେ କମିସନରେଟ ପୋଲିସ । ଝାରପଡା ଜେଲରେ କମିସନରେଟ ପୋଲିସର ଅଚାନକ ଚଢ଼ାଉ । କମିସନରେଟ ପୋଲିସର ଏକ ସ୍ଵତନ୍ତ୍ର ଟିମ ଜେଲର ପ୍ରତ୍ୟେକ ସେଲରେ କରୁଛି ଛାନଭିନ୍। ଏହି ଚଢ଼ାଉରେ ଡିସିପିଙ୍କ ନେତୃତ୍ୱରେ ୬ ଜଣ ଏସିପି, ୫ ଜଣ ଆଇଆଇସି ସହିତ ଏକ ପ୍ଲାଟୁନ ଫୋର୍ସ ସାମିଲ ହୋଇଛନ୍ତି। ପ୍ରତ୍ୟେକ ୱାର୍ଡରେ ଯାଞ୍ଚ କରାଯାଇଛି। ଜେଲ ଭିତରେ ଗ୍ୟଙ୍ଗୱାର ପରେ କମିସନରେଟ ପୋଲିସ ପକ୍ଷରୁ ଏହି ରେଡ […]

ଭୁବନେଶ୍ୱର: ଜେଲରେ ଗାଙ୍ଗୱାର ପରେ ଆକ୍ସନ ମୁଡ୍‌ରେ କମିସନରେଟ ପୋଲିସ । ଝାରପଡା ଜେଲରେ କମିସନରେଟ ପୋଲିସର ଅଚାନକ ଚଢ଼ାଉ । କମିସନରେଟ ପୋଲିସର ଏକ ସ୍ଵତନ୍ତ୍ର ଟିମ ଜେଲର ପ୍ରତ୍ୟେକ ସେଲରେ କରୁଛି ଛାନଭିନ୍। ଏହି ଚଢ଼ାଉରେ ଡିସିପିଙ୍କ ନେତୃତ୍ୱରେ ୬ ଜଣ ଏସିପି, ୫ ଜଣ ଆଇଆଇସି ସହିତ ଏକ ପ୍ଲାଟୁନ ଫୋର୍ସ ସାମିଲ ହୋଇଛନ୍ତି। ପ୍ରତ୍ୟେକ ୱାର୍ଡରେ ଯାଞ୍ଚ କରାଯାଇଛି। ଜେଲ ଭିତରେ ଗ୍ୟଙ୍ଗୱାର ପରେ କମିସନରେଟ ପୋଲିସ ପକ୍ଷରୁ ଏହି ରେଡ । ନିଶା ଓ ମୋବାଇଲ ଭିତରକୁ ପ୍ରବେଶ ନେଇ ଥିଲା ସୂଚନା । ଚଢାଉ ବେଳେ ଝାରପଡା ଜେଲରୁ ଗଞ୍ଜେଇ, ଅଫିମ ଓ ଖଇନି ମିଳିଛି। ଏତେ ଧରପଗଡ଼ ସତ୍ତ୍ୱେ ମଧ୍ୟ ନିଶା ଦ୍ରବ୍ୟ କିଭଳି ଭିତରକୁ ପଶିଲା ସେ ନେଇ ଖୋଳତାଡ଼ ଚାଲିଛି। ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ଗତକାଲି ଝାରପଡ଼ା ଜେଲରେ ଗ୍ୟାଙ୍ଗୱାର ହୋଇଥିବା ସୂଚନା ମିଳିଥିଲା। ଚକରା ଓ ଶମ୍ଭୁ ଗ୍ୟାଙ୍ଗ ମଧ୍ୟରେ ତୀବ୍ର ଗଣ୍ଡଗୋଳରୁ ରକ୍ତପାତ ହୋଇଥିଲା। ଘଟଣାକୁ ନେଇ ଜେଲ କର୍ତ୍ତୃପକ୍ଷଙ୍କ ଏତଲା ପରେ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଛି। ଘଟଣାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ଜେଲ ବିଭାଗ।

ଆହୁରି ପଢ଼ନ୍ତୁ: ଗୁଣି ଗାରେଡି ସନ୍ଦେହରେ ମା-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କଲେ ପଡୋଶୀ

20 Mar 2024 By The Sakala

ଜେଲରେ ଗାଙ୍ଗୱାର ପରେ ଆକ୍ସନ ମୁଡ୍‌ରେ କମିସନରେଟ ପୋଲିସ, ଝାରପଡ଼ା ଜେଲର ପ୍ରତ୍ୟେକ ସେଲରେ ସ୍ପେଶାଲ ଟିମର ଛାନଭିନ୍

ଭୁବନେଶ୍ୱର: ଜେଲରେ ଗାଙ୍ଗୱାର ପରେ ଆକ୍ସନ ମୁଡ୍‌ରେ କମିସନରେଟ ପୋଲିସ । ଝାରପଡା ଜେଲରେ କମିସନରେଟ ପୋଲିସର ଅଚାନକ ଚଢ଼ାଉ । କମିସନରେଟ ପୋଲିସର ଏକ ସ୍ଵତନ୍ତ୍ର ଟିମ ଜେଲର ପ୍ରତ୍ୟେକ ସେଲରେ କରୁଛି ଛାନଭିନ୍। ଏହି ଚଢ଼ାଉରେ ଡିସିପିଙ୍କ ନେତୃତ୍ୱରେ ୬ ଜଣ ଏସିପି, ୫ ଜଣ ଆଇଆଇସି ସହିତ ଏକ ପ୍ଲାଟୁନ ଫୋର୍ସ ସାମିଲ ହୋଇଛନ୍ତି। ପ୍ରତ୍ୟେକ ୱାର୍ଡରେ ଯାଞ୍ଚ କରାଯାଇଛି। ଜେଲ ଭିତରେ ଗ୍ୟଙ୍ଗୱାର ପରେ କମିସନରେଟ ପୋଲିସ ପକ୍ଷରୁ ଏହି ରେଡ । ନିଶା ଓ ମୋବାଇଲ ଭିତରକୁ ପ୍ରବେଶ ନେଇ ଥିଲା ସୂଚନା । ଚଢାଉ ବେଳେ ଝାରପଡା ଜେଲରୁ ଗଞ୍ଜେଇ, ଅଫିମ ଓ ଖଇନି ମିଳିଛି। ଏତେ ଧରପଗଡ଼ ସତ୍ତ୍ୱେ ମଧ୍ୟ ନିଶା ଦ୍ରବ୍ୟ କିଭଳି ଭିତରକୁ ପଶିଲା ସେ ନେଇ ଖୋଳତାଡ଼ ଚାଲିଛି। ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି ।

ଗତକାଲି ଝାରପଡ଼ା ଜେଲରେ ଗ୍ୟାଙ୍ଗୱାର ହୋଇଥିବା ସୂଚନା ମିଳିଥିଲା। ଚକରା ଓ ଶମ୍ଭୁ ଗ୍ୟାଙ୍ଗ ମଧ୍ୟରେ ତୀବ୍ର ଗଣ୍ଡଗୋଳରୁ ରକ୍ତପାତ ହୋଇଥିଲା। ଘଟଣାକୁ ନେଇ ଜେଲ କର୍ତ୍ତୃପକ୍ଷଙ୍କ ଏତଲା ପରେ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଛି। ଘଟଣାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ଜେଲ ବିଭାଗ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର