ବଢ଼ିବ ତାତି: ରାଜ୍ଯରେ ଫେବୃଆରୀ ଶେଷ ସୁଦ୍ଧା ୪୦ ଡିଗ୍ରୀ ଛୁଇଁବ ପାରଦ

The Sakala Picture
Published On

ଭୁବନେଶ୍ୱର: ଫେବୃଆରୀ ମାସରେ ଜାରି ହୋଇଛି ହିଟ୍‌‌ ୱେଭ୍‌‌ ଆଲର୍ଟ। ଦେଶରେ ପ୍ରଥମ ଥର ପାଇଁ ଫେବୃଆରୀ ମାସରେ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି ହୋଇଛି। ମୁମ୍ବାଇରେ ଜାରି ରହିଥିବା ଗରମ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଆଇଏମ୍‌ଡି ପକ୍ଷରୁ ଏହି ସତର୍କତା ଜାରି କରାଯାଇଛି। ସାଧାରଣତଃ ମାର୍ଚ୍ଚ ମାସରୁ ଆଇଏମ୍‌ଡି ପକ୍ଷରୁ ଗ୍ରୀଷ୍ମକାଳୀନ ଆକଳନ ଅର୍ଥାତ ସର୍ବାଧିକ ତାପମାତ୍ରା ସମ୍ପର୍କରେ ସୂଚନା ଜାରି କରାଯାଇଥାଏ। ମୁମ୍ବାଇରେ ବର୍ତ୍ତମାନ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ରହିଛି। […]

ଭୁବନେଶ୍ୱର: ଫେବୃଆରୀ ମାସରେ ଜାରି ହୋଇଛି ହିଟ୍‌‌ ୱେଭ୍‌‌ ଆଲର୍ଟ। ଦେଶରେ ପ୍ରଥମ ଥର ପାଇଁ ଫେବୃଆରୀ ମାସରେ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି ହୋଇଛି। ମୁମ୍ବାଇରେ ଜାରି ରହିଥିବା ଗରମ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଆଇଏମ୍‌ଡି ପକ୍ଷରୁ ଏହି ସତର୍କତା ଜାରି କରାଯାଇଛି। ସାଧାରଣତଃ ମାର୍ଚ୍ଚ ମାସରୁ ଆଇଏମ୍‌ଡି ପକ୍ଷରୁ ଗ୍ରୀଷ୍ମକାଳୀନ ଆକଳନ ଅର୍ଥାତ ସର୍ବାଧିକ ତାପମାତ୍ରା ସମ୍ପର୍କରେ ସୂଚନା ଜାରି କରାଯାଇଥାଏ। ମୁମ୍ବାଇରେ ବର୍ତ୍ତମାନ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ରହିଛି। ଅନ୍ୟପଟେ ଜଳବାୟୁ ପରିବର୍ତ୍ତନ ଓ ଦ୍ରୁତ ସହରୀକରଣ ଏଭଳି ସ୍ଥିତି ସୃଷ୍ଟି କରିଥିବାରୁ ଓଡ଼ିଶା ପାଇଁ ମଧ୍ୟ ଚିନ୍ତାର କାରଣ ସାଜିଛି। କାରଣ ରାଜ୍ୟର ବିଭିନ୍ନ ସ୍ଥାନରେ ଫେବୃଆରୀରେ ୩୭ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ପହଞ୍ଚି ସାରିଥିବାବେଳେ ଫେବୃଆରୀ ଶେଷ ସୁଦ୍ଧା ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ପୂର୍ବରୁ ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ବର୍ତ୍ତମାନ ଅଧା ଓଡ଼ିଶାରେ ତାପମାତ୍ରା ୩୩-୩୪ ଡିଗ୍ରୀ ଉପରେ ରେକର୍ଡ ହେଉଥିବା ବେଳେ ସକାଳ ସୋମବାର ରାଜ୍ୟର ୯ ସହରରେ ତାପମାତ୍ରା ୩୫ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ କରାଯାଇଛି। ମାଲକାନଗିରିରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ କରାଯାଇଛି। ଅନ୍ୟପଟେ ଏଥର ଗ୍ରୀଷ୍ମ ଋତୁରେ ଏଲ-ନିନୋର ସକ୍ରିୟ ରହିବ। ସାଧାରଣତଃ ଏଲ-ନିନୋ ବର୍ଷରେ ଗରମ ଅଧିକ ହେଉଥିବା ନଜୀର ରହିଥିବାରୁ ୨୦୨୨ ତୁଳନାରେ ୨୦୨୩ ଗ୍ରୀଷ୍ମର ପ୍ରଭାବ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ତେଣୁ ରାଜ୍ୟ ସରକରା ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପାନୀୟ ଜଳ ବ୍ୟବସ୍ଥା ସୁନିଶ୍ଚିତ ଓ ଅଂଶୁଘାତ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର