ବିଧାନସଭାରେ ଉପସ୍ଥାପନ ହେଲା ୨୦୨୧-୨୨ ବଜେଟ୍‌ : ମୋଟ ୧ ଲକ୍ଷ ୭୦ ହଜାର କୋଟିର ବ୍ୟୟ ବରାଦ

The Sakala Picture
Published On

ଭୁବନେଶ୍ବର :  ବିଧାନସଭାରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବର୍ଷ ୨୦୨୧-୨୨ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଧାନସଭାରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ । ଚଳିତ ବଜେଟ୍‌ରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ ହୋଇଛି। ପ୍ରଶାସନିକ ବ୍ୟୟ ୮୫ ହଜାର କୋଟି ରଖାଯାଇଥିବା ବେଳେ କାର୍ଯ୍ୟକ୍ରମ ବ୍ୟୟ ୭୫ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ବିପର୍ଯୟ […]

ଭୁବନେଶ୍ବର :  ବିଧାନସଭାରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବର୍ଷ ୨୦୨୧-୨୨ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଧାନସଭାରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ । ଚଳିତ ବଜେଟ୍‌ରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ ହୋଇଛି। ପ୍ରଶାସନିକ ବ୍ୟୟ ୮୫ ହଜାର କୋଟି ରଖାଯାଇଥିବା ବେଳେ କାର୍ଯ୍ୟକ୍ରମ ବ୍ୟୟ ୭୫ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ବିପର୍ଯୟ ପ୍ରଶମନ ପାଇଁ ୩ ହଜାର ୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଉଦ୍ୟାନ ମିଶନ କୃଷି ପାଇଁ ୧୩୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏବଂ ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ୬ ହଜାର ୯ ଶହ ୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ ର ୧୬ ପ୍ରତିଶତରୁ ବୃଦ୍ଧି ପାଇ ୨୬ ପ୍ରତିଶତରେ ପହଁଚିଛି । ମହାମାରୀର ପ୍ରଭାବୀ ପ୍ରାଧାନ୍ୟ ସତ୍ତ୍ବେ ୨୦୨୦-୨୧ ଆର୍ଥିକବର୍ଷରେ ରାଜ୍ୟରେ ନିଜସ୍ବ ୧୦ ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ଆକଳନ ହୋଇଥିବା କହିଛନ୍ତି ଅର୍ଥମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ରାଜ୍ୟ ବଜେଟରେ ଶ୍ରୀକ୍ଷେତ୍ର ପୁରୀ ପାଇଁ ଅବଢ଼ା ଯୋଜନାରେ ୫୪୨ କୋଟି ବ୍ୟୟବରାଦ । ଏକାମ୍ର କ୍ଷେତ୍ର ପାଇଁ ୨ଶହ ଓ ସମଲେଇ ପାଇଁ ୨ଶହ କୋଟି ବ୍ୟୟବରାଦ। ରାଉରକେଲା ହକି ଷ୍ଟାଡିୟମ ପାଇଁ ୯୦ କୋଟି ବ୍ୟୟବରାଦ। ସ୍ୱାସ୍ଥ୍ୟ ସେବା ପାଇଁ ମୋଟ ୯୧୬୪ କୋଟି ବ୍ୟୟବରାଦ କରାଯାଇଛି।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ସ୍ବଚ୍ଛ ଭାରତ ମିଶନ ଅଧିନରେ ଗ୍ରାମାଞ୍ଚଳ ପାଇଁ ୨ ଶହ କୋଟି ଟଙ୍କା ସହରାଞ୍ଚଳ ପାଇଁ ୨ ଶହ ୧୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।  ମଧୁବାବୁ ପେନସନ ଯୋଜନାରେ ୧ ହଜାର ୫ ଶହ ୯ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଜାତୀୟ ସାମାଜିକ ସହାୟତା ଯୋଜନାରେ ୯ ଶହ ୨୩ କୋଟି ଟଙ୍କା, ଦିବ୍ୟାଙ୍ଗ ମାନଙ୍କର ସଶକ୍ତିକରଣ ପାଇଁ ୧ ଶହ ୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ଦୁଃସ୍ଥ ବ୍ୟକ୍ତିମାନଙ୍କ ପରି ସାମାଜିକସ୍ତରକରେ ଦୁର୍ବଳ ଜନସାଧାରଣଙ୍କୁ ଗୁଣାତ୍ମକ ଆବାସିକ ସହାୟତା ଯୋଗାଇଦେବା ପାଇଁ ପ୍ରଥମ ପର୍ୟ୍ୟାୟରେ ରାଜ୍ୟର ୧୦ଟି ଜିଲ୍ଲାର ସଦର ମହାକୁମାରେ ଇଣ୍ଟିଗ୍ରେଟେଡ ଇନଫ୍ରାଷ୍ଟକ୍ଚର କମ୍ପଲେକ୍ସ ସ୍ଥାପନ କରିବା ପାଇଁ ୧ ଶହ ୩୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

ଓଡିଶା ସମନ୍ବିତ ପରିମଳ ଉନ୍ନୟନ ପ୍ରକଳ୍ପ ଅଧିନରେ ୩ ଶହ ୯୫ କୋଟି ଟଙ୍କା ଅର୍ବାନ ସ୍ବରେଜ ପ୍ରକଳ୍ପରେ ୧ ଶହ ୬୦ କୋଟି ଟଙ୍କା ଅର୍ବାନ ସାନିଟେସନ ପ୍ରକଳ୍ପରେ ୧ ଶହ ୯୦ କୋଟି ଖର୍ଚ୍ଚ ହେବ । ମାଛଧରା ଜେଟି ଓ ମାଛ ବଜାର ପାଇଁ ୧୦୦ କୋଟି ବ୍ୟୟବରାଦ । ପଶୁଙ୍କ ଚିକିତ୍ସା ପାଇଁ ଆରମ୍ଭ ହେବ ପଶୁ ହେଲପ ଲାଇନ ସେବା । ସେହିପରି ରାଜ୍ୟରେ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

କଳାହାଣ୍ଡି ଏବଂ ନବରଙ୍ଗପୁରରେ ୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ହେବ। ଜଳସେଚନ ପାଇଁ ମୋଟ ୨୨୫୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ବନ୍ୟା ନିୟନ୍ତ୍ରଣ ପାଇଁ ମୋଟ ୭୧୦ କୋଟି ବ୍ୟୟବରାଦ, ପାର୍ବତୀ ଗିରି ଜଳସେଚନ ଯୋଜନା ପାଇଁ ୮୬୦ କୋଟି ବ୍ୟୟବରାଦ। ଗଭୀର ନଳକୂପ ଖନନ ପାଇଁ ୩୮୯ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା କହିଛନ୍ତି ଅର୍ଥମନ୍ତ୍ରୀ ।

୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପୁଞ୍ଜି ବ୍ୟୟବରାଦ ଅଟକଳ ୨୫ ହଜାର ୭ ଶହ ୮୮ କୋଟି ଯାହା ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୪.୪ ପ୍ରତିଶତ ଅଟେ । ବିପର୍ୟ୍ୟୟ ପ୍ରଶମନ ବ୍ୟୟ ଲାଗି ୩ ହଜାର ୫୦ କୋଟି । ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ୬ ହଜାର କୋଟି ୯ ଶହ ୫୦ କୋଟି । ଏହା ବାଦ ଓଡିଶା ଖଣିଜ ସମ୍ପଦ ଧାରକ ଅଞ୍ଚଳ ଉନ୍ନୟନ ନିଗମ, ଜିଲ୍ଲା ଖଣିଜ ପାଣ୍ଠି ଓ ସରକାରୀ ଉଦ୍ୟୋଗମାନଙ୍କଠାରୁ ପ୍ରାପ୍ତ ୮ ହଜାର କୋଟି ଟଙ୍କା ବଜେଟ ବହିର୍ଭୁତ ସମ୍ବଳ ବ୍ୟୟ କରାଯିବ । କାର୍ୟ୍ୟକ୍ରମ ବ୍ୟୟ ବାବଦକୁ ୭୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।

ପ୍ରଥମେ କୃଷି ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ । ଓଡିଶା କୃଷି ଓ ବୈଶ୍ବିକ ବିଦ୍ୟାଳୟକୁ ସମ୍ପ୍ରସାରିତ ସହ କୃଷି ଗବେଷଣା ଓ ଅନୁସନ୍ଧାନ ପାଇଁ ୧୪୮ କୋଟିର ବ୍ୟୟ ବରାଦ । ଯାହା ୨୦୧୯-୨୦ ବଜେଟର ୫ ଗୁଣା ଅଧିକ । ସେହିପରି ଉଦ୍ୟାନ କୃଷି ବିକାଶ ପାଇଁ ୧୩୨ କୋଟି ଟଙ୍କା ବୟବରାଦ ହୋଇଛି । କାଳିଆ ଯୋଜନା ପାଇଁ ୧୮୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ବିହନ ପାଇଁ ୧୦୦ ଓ ସାର ପାଇଁ ୧୦୦ କୋଟି ଅତିରିକ୍ତ ପାଣ୍ଠି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

ଏଥି ସହିତ ଗୃହରେ ଅର୍ଥମନ୍ତ୍ରୀଙ୍କ ବୟାନରେ କହିଛନ୍ତି ଯେ  ମହାମାରୀ ପାଇଁ ରାଜ୍ୟର ବିକାଶ ପ୍ରଭାବିତ ହୋଇଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ସେ କହିଛନ୍ତି କୋରୋନାର ସଫଳ ମୁକାବିଲା କରିଛନ୍ତି ରାଜ୍ୟ ସରକାର । କୋରୋନା ସତ୍ତ୍ବେ ବହୁ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଥିବା ନିରଞ୍ଜନ କହିଛନ୍ତି ।

22 Feb 2021 By The Sakala

ବିଧାନସଭାରେ ଉପସ୍ଥାପନ ହେଲା ୨୦୨୧-୨୨ ବଜେଟ୍‌ : ମୋଟ ୧ ଲକ୍ଷ ୭୦ ହଜାର କୋଟିର ବ୍ୟୟ ବରାଦ

ଭୁବନେଶ୍ବର :  ବିଧାନସଭାରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବର୍ଷ ୨୦୨୧-୨୨ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଧାନସଭାରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ । ଚଳିତ ବଜେଟ୍‌ରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ ହୋଇଛି। ପ୍ରଶାସନିକ ବ୍ୟୟ ୮୫ ହଜାର କୋଟି ରଖାଯାଇଥିବା ବେଳେ କାର୍ଯ୍ୟକ୍ରମ ବ୍ୟୟ ୭୫ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ବିପର୍ଯୟ ପ୍ରଶମନ ପାଇଁ ୩ ହଜାର ୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଉଦ୍ୟାନ ମିଶନ କୃଷି ପାଇଁ ୧୩୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏବଂ ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ୬ ହଜାର ୯ ଶହ ୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ ର ୧୬ ପ୍ରତିଶତରୁ ବୃଦ୍ଧି ପାଇ ୨୬ ପ୍ରତିଶତରେ ପହଁଚିଛି । ମହାମାରୀର ପ୍ରଭାବୀ ପ୍ରାଧାନ୍ୟ ସତ୍ତ୍ବେ ୨୦୨୦-୨୧ ଆର୍ଥିକବର୍ଷରେ ରାଜ୍ୟରେ ନିଜସ୍ବ ୧୦ ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ଆକଳନ ହୋଇଥିବା କହିଛନ୍ତି ଅର୍ଥମନ୍ତ୍ରୀ ।

ରାଜ୍ୟ ବଜେଟରେ ଶ୍ରୀକ୍ଷେତ୍ର ପୁରୀ ପାଇଁ ଅବଢ଼ା ଯୋଜନାରେ ୫୪୨ କୋଟି ବ୍ୟୟବରାଦ । ଏକାମ୍ର କ୍ଷେତ୍ର ପାଇଁ ୨ଶହ ଓ ସମଲେଇ ପାଇଁ ୨ଶହ କୋଟି ବ୍ୟୟବରାଦ। ରାଉରକେଲା ହକି ଷ୍ଟାଡିୟମ ପାଇଁ ୯୦ କୋଟି ବ୍ୟୟବରାଦ। ସ୍ୱାସ୍ଥ୍ୟ ସେବା ପାଇଁ ମୋଟ ୯୧୬୪ କୋଟି ବ୍ୟୟବରାଦ କରାଯାଇଛି।

ସ୍ବଚ୍ଛ ଭାରତ ମିଶନ ଅଧିନରେ ଗ୍ରାମାଞ୍ଚଳ ପାଇଁ ୨ ଶହ କୋଟି ଟଙ୍କା ସହରାଞ୍ଚଳ ପାଇଁ ୨ ଶହ ୧୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।  ମଧୁବାବୁ ପେନସନ ଯୋଜନାରେ ୧ ହଜାର ୫ ଶହ ୯ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଜାତୀୟ ସାମାଜିକ ସହାୟତା ଯୋଜନାରେ ୯ ଶହ ୨୩ କୋଟି ଟଙ୍କା, ଦିବ୍ୟାଙ୍ଗ ମାନଙ୍କର ସଶକ୍ତିକରଣ ପାଇଁ ୧ ଶହ ୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ଦୁଃସ୍ଥ ବ୍ୟକ୍ତିମାନଙ୍କ ପରି ସାମାଜିକସ୍ତରକରେ ଦୁର୍ବଳ ଜନସାଧାରଣଙ୍କୁ ଗୁଣାତ୍ମକ ଆବାସିକ ସହାୟତା ଯୋଗାଇଦେବା ପାଇଁ ପ୍ରଥମ ପର୍ୟ୍ୟାୟରେ ରାଜ୍ୟର ୧୦ଟି ଜିଲ୍ଲାର ସଦର ମହାକୁମାରେ ଇଣ୍ଟିଗ୍ରେଟେଡ ଇନଫ୍ରାଷ୍ଟକ୍ଚର କମ୍ପଲେକ୍ସ ସ୍ଥାପନ କରିବା ପାଇଁ ୧ ଶହ ୩୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

ଓଡିଶା ସମନ୍ବିତ ପରିମଳ ଉନ୍ନୟନ ପ୍ରକଳ୍ପ ଅଧିନରେ ୩ ଶହ ୯୫ କୋଟି ଟଙ୍କା ଅର୍ବାନ ସ୍ବରେଜ ପ୍ରକଳ୍ପରେ ୧ ଶହ ୬୦ କୋଟି ଟଙ୍କା ଅର୍ବାନ ସାନିଟେସନ ପ୍ରକଳ୍ପରେ ୧ ଶହ ୯୦ କୋଟି ଖର୍ଚ୍ଚ ହେବ । ମାଛଧରା ଜେଟି ଓ ମାଛ ବଜାର ପାଇଁ ୧୦୦ କୋଟି ବ୍ୟୟବରାଦ । ପଶୁଙ୍କ ଚିକିତ୍ସା ପାଇଁ ଆରମ୍ଭ ହେବ ପଶୁ ହେଲପ ଲାଇନ ସେବା । ସେହିପରି ରାଜ୍ୟରେ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

କଳାହାଣ୍ଡି ଏବଂ ନବରଙ୍ଗପୁରରେ ୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ହେବ। ଜଳସେଚନ ପାଇଁ ମୋଟ ୨୨୫୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ବନ୍ୟା ନିୟନ୍ତ୍ରଣ ପାଇଁ ମୋଟ ୭୧୦ କୋଟି ବ୍ୟୟବରାଦ, ପାର୍ବତୀ ଗିରି ଜଳସେଚନ ଯୋଜନା ପାଇଁ ୮୬୦ କୋଟି ବ୍ୟୟବରାଦ। ଗଭୀର ନଳକୂପ ଖନନ ପାଇଁ ୩୮୯ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା କହିଛନ୍ତି ଅର୍ଥମନ୍ତ୍ରୀ ।

୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପୁଞ୍ଜି ବ୍ୟୟବରାଦ ଅଟକଳ ୨୫ ହଜାର ୭ ଶହ ୮୮ କୋଟି ଯାହା ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୪.୪ ପ୍ରତିଶତ ଅଟେ । ବିପର୍ୟ୍ୟୟ ପ୍ରଶମନ ବ୍ୟୟ ଲାଗି ୩ ହଜାର ୫୦ କୋଟି । ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ୬ ହଜାର କୋଟି ୯ ଶହ ୫୦ କୋଟି । ଏହା ବାଦ ଓଡିଶା ଖଣିଜ ସମ୍ପଦ ଧାରକ ଅଞ୍ଚଳ ଉନ୍ନୟନ ନିଗମ, ଜିଲ୍ଲା ଖଣିଜ ପାଣ୍ଠି ଓ ସରକାରୀ ଉଦ୍ୟୋଗମାନଙ୍କଠାରୁ ପ୍ରାପ୍ତ ୮ ହଜାର କୋଟି ଟଙ୍କା ବଜେଟ ବହିର୍ଭୁତ ସମ୍ବଳ ବ୍ୟୟ କରାଯିବ । କାର୍ୟ୍ୟକ୍ରମ ବ୍ୟୟ ବାବଦକୁ ୭୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।

ପ୍ରଥମେ କୃଷି ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ । ଓଡିଶା କୃଷି ଓ ବୈଶ୍ବିକ ବିଦ୍ୟାଳୟକୁ ସମ୍ପ୍ରସାରିତ ସହ କୃଷି ଗବେଷଣା ଓ ଅନୁସନ୍ଧାନ ପାଇଁ ୧୪୮ କୋଟିର ବ୍ୟୟ ବରାଦ । ଯାହା ୨୦୧୯-୨୦ ବଜେଟର ୫ ଗୁଣା ଅଧିକ । ସେହିପରି ଉଦ୍ୟାନ କୃଷି ବିକାଶ ପାଇଁ ୧୩୨ କୋଟି ଟଙ୍କା ବୟବରାଦ ହୋଇଛି । କାଳିଆ ଯୋଜନା ପାଇଁ ୧୮୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ବିହନ ପାଇଁ ୧୦୦ ଓ ସାର ପାଇଁ ୧୦୦ କୋଟି ଅତିରିକ୍ତ ପାଣ୍ଠି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

ଏଥି ସହିତ ଗୃହରେ ଅର୍ଥମନ୍ତ୍ରୀଙ୍କ ବୟାନରେ କହିଛନ୍ତି ଯେ  ମହାମାରୀ ପାଇଁ ରାଜ୍ୟର ବିକାଶ ପ୍ରଭାବିତ ହୋଇଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ସେ କହିଛନ୍ତି କୋରୋନାର ସଫଳ ମୁକାବିଲା କରିଛନ୍ତି ରାଜ୍ୟ ସରକାର । କୋରୋନା ସତ୍ତ୍ବେ ବହୁ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଥିବା ନିରଞ୍ଜନ କହିଛନ୍ତି ।

https://www.thesakala.in/latest-odisha-news/odisha-budget-2021-22-presented-to-the-legislative-assembly/article-183
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର