୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ: ମିଶନ ଶକ୍ତି ପାଇଁ ୨ ହଜାର କୋଟି ଟଙ୍କା ବ୍ୟବବରାଦ

The Sakala Picture
Published On

ଭୁବନେଶ୍ୱର: ବିଧାନସଭାରେ ଆଗତ ହେଲା ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ବ୍ୟୟ ଅଟକଳ ୨ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ ମୋଟ କାର୍ଯ୍ୟକ୍ରମ ବ୍ୟୟ ବରାଦ ୧ ଲକ୍ଷ କୋଟି ଟଙ୍କା ହେବ । ଚଳିତ ବଜେଟରେ ମହିଳା ସଶକ୍ତିକରଣ ପାଇଁ ମିଶନ ଶକ୍ତିକୁ ଗୁରୁତ୍ୱ ଦିଆଯାଇଛି । ମିଶନ ଶକ୍ତି ପାଇଁ […]

ଭୁବନେଶ୍ୱର: ବିଧାନସଭାରେ ଆଗତ ହେଲା ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ବ୍ୟୟ ଅଟକଳ ୨ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ ମୋଟ କାର୍ଯ୍ୟକ୍ରମ ବ୍ୟୟ ବରାଦ ୧ ଲକ୍ଷ କୋଟି ଟଙ୍କା ହେବ । ଚଳିତ ବଜେଟରେ ମହିଳା ସଶକ୍ତିକରଣ ପାଇଁ ମିଶନ ଶକ୍ତିକୁ ଗୁରୁତ୍ୱ ଦିଆଯାଇଛି । ମିଶନ ଶକ୍ତି ପାଇଁ ୨ ହଜାର କୋଟି ଟଙ୍କା ବ୍ୟବବରାଦ ହୋଇଛି । ବଜେଟ୍ ଉପସ୍ଥାପନ ବେଳେ ମନ୍ତ୍ରୀ କହିଛନ୍ତି, ‘ମହିଳା ସଶକ୍ତିକରଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ବପ୍ନ ପୂରଣ ହୋଇଛି । ମାତ୍ର ଦୁଇ ଦଶଦ୍ଧିରେ ମିଶନ ଶକ୍ତି ୬ ଲକ୍ଷରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀରେ ୭୦ ଲକ୍ଷ ମହିଳାଙ୍କୁ ଏକାଠି କରିପାରିଛି । ଲକ୍ଷ ଲକ୍ଷ ମହିଳାଙ୍କ ଯୋଗଦାନରେ ଗଠିତ ଏସଏଚଜିମାନଙ୍କ ପାଇଁ ସ୍ଥାନୀୟ ଜୀବିକା ଉପାର୍ଜନ ସୁଯୋଗ ସୁନିଶ୍ଚିତ ହୋଇପାରିଛି  । ମିଶନ ଶକ୍ତି ମହିଳାଙ୍କୁ ନୂଆ ପରିଚୟ ଦେଇପାରିଛି  । ଜନ୍ମଦାତ୍ରୀରୁ ଏବେ ମା’ମାନଙ୍କୁ ନିର୍ଣ୍ଣୟକାରୀ ଭାବେ ଗ୍ରହଣ କରାଗଲାଣି ।’

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

-ମହିଳା ସଶକ୍ତିକରଣ ପାଇଁ ମିଶନ ଶକ୍ତିକୁ ଗୁରୁତ୍ୱ
-ମିଶନ ଶକ୍ତି ପାଇଁ ୨ ହଜାର କୋଟି ଟଙ୍କା
-ମିଶନ ଶକ୍ତି ଯୋଜନାରେଏସଏଚଜିଙ୍କୁ ଅର୍ଥ ସହାୟତା ପାଇଁ ୭୭୩ କୋଟି
-ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୃହ ନିର୍ମାଣ ପାଇଁ ୧୭୬ କୋଟି
-ମମତା ଯୋଜନା ଲାଗି ୨୪୭ କୋଟି
-ବିଜୁ ସୁରକ୍ଷା ଓ ଆଶୀର୍ବାଦ ଯୋଜନା ଲାଗି ୪୩ କୋଟି
-ପିଲାଙ୍କୁ ୟୁନିଫର୍ମ ଲାଗି ୭୮ କୋଟି ଟଙ୍କା

02 Jul 2022 By The Sakala

https://www.thesakala.in/latest-odisha-news/state-budget-2022-23-importance-of-mission-shakti-to-empower-women/article-12966
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର