ରାଜ୍ୟ ବଜେଟ୍‌ ୨୦୨୧-୨୨: ଏସ୍‌ସିବି ପାଇଁ ହାତ ଖୋଲି ଦେଲେ ସରକାର, ସ୍ଵାସ୍ଥ୍ୟ ସେବା ଓ ବୀମା ପାଇଁ ୯ ହଜାର କୋଟି ବରାଦ

The Sakala Picture
Published On

ଭୁବନେଶ୍ବର : ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ କୋଭିଡ ମହାମାରୀ ପରେ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟ ଉପସ୍ଥାପନରେ ସ୍ବାସ୍ଥ୍ୟସେବାକୁ ବେଶ୍ ଗୁରୁତ୍ବ ଦିଆଯାଇଛି। ଓଡ଼ିଶାରେ ବିଶ୍ଵସ୍ତରୀୟ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ(ଏସସିବି)କୁ ଏକ “ଏମ୍ସ ପ୍ଲସ” ପ୍ରତିଷ୍ଠାନରେ ରୂପାନ୍ତରିତ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏଥିଲାଗି […]

ଭୁବନେଶ୍ବର : ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ କୋଭିଡ ମହାମାରୀ ପରେ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟ ଉପସ୍ଥାପନରେ ସ୍ବାସ୍ଥ୍ୟସେବାକୁ ବେଶ୍ ଗୁରୁତ୍ବ ଦିଆଯାଇଛି। ଓଡ଼ିଶାରେ ବିଶ୍ଵସ୍ତରୀୟ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ(ଏସସିବି)କୁ ଏକ “ଏମ୍ସ ପ୍ଲସ” ପ୍ରତିଷ୍ଠାନରେ ରୂପାନ୍ତରିତ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏଥିଲାଗି ବଜେଟରେ ବ୍ୟବସ୍ଥା ରହିଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ସୌର ଷ୍ଟ୍ରିଟ ଲାଇଟ ସହିତ ଗ୍ରାମୀଣ ସୁରକ୍ଷାକୁ ସୁଦୃଢ଼ କରିଛି ବେଦାନ୍ତ ଆଲୁମିନିୟମ

ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ(ଏସସିବି) ପାଇଁ ୩ ବର୍ଷରେ ୩ ହଜାର ୫ଶହ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏଥିସହ ଏସସିବିକୁ ଏକ ୫ ହଜାର ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟରେ ପରିବର୍ତ୍ତନ କରାଯିବ ।ଏହା ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ଦେଶର ସବର୍ବୃହତ ସ୍ଵାସ୍ଥ୍ୟ ସେବା ପ୍ରଦାନକାରୀ ଅନୁଷ୍ଠାନ ହେବ ଏସସିବି । ଏଥିପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୫୦୦ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରଖିଛନ୍ତି। ଏଥି ସହ ରାଜ୍ୟ ସରକାର ମାଗଣା ସ୍ବାସ୍ଥ୍ୟ ସେବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ୧୩୫୩ କୋଟି ଟଙ୍କା ଆବଣ୍ଟନ କରିଛନ୍ତି।

ଆହୁରି ପଢ଼ନ୍ତୁ: ସ୍କୁଲ ଛୁଟିକୁ ନେଇ ଆଜି ଆସିପାରେ ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ

ଏଥି ସହ ରାଜ୍ୟରେ ଉତ୍କୃଷ୍ଟ ସ୍ଵାସ୍ଥ୍ୟ ସେବା ଓ ସ୍ଵାସ୍ଥ୍ୟବୀମା ଉପଲବ୍ଧ କରାଇବା ପାଇଁ ୯ ହଜାର ୧ ଶହ ୬୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ୭୦ ଲକ୍ଷରୁ ଉର୍ଦ୍ଧ୍ବ ଆର୍ଥିକ ଦୃଷ୍ଟରିୁ ଦୁବର୍ଳ ପରିବାର ୫ ଲକ୍ଷ ଟଙ୍କାର ବାର୍ଷିକ ସ୍ଵାସ୍ଥ୍ୟବୀମା ଏବଂ ପରବାରର ମହିଳା ସଦସ୍ୟଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସ୍ଵାସ୍ଥ୍ୟବୀମା ଯୋଗାଇ ଦିଆଯାଉଛି । ଏହି ଯୋଜନା ପାଇଁ ୧ ହଜାର ୩ ଶହ ୫୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ ଅଧିନରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମି ନିର୍ମାଣ ଏବଂ ସେବା ଯୋଗାଇବାକୁ ୧ ହଜାର ୫ ଶହ ୭୨ କୋଟି ଟଙ୍କା ଆବଣ୍ଟନ ହୋଇଛି । ସ୍ବାସ୍ଥ୍ୟ ସେବା, ଆମ୍ବୁଲାନ୍ସ ଓ ଭିତ୍ତିଭୂମି ନିର୍ମାଣ ପାଇଁ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧିନରେ ୧ ହଜାର ୭ ଶହ ୫୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ଆହୁରି ପଢ଼ନ୍ତୁ: ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଝିଆରୀ ସମେତ ୮ ଗିରଫ

ଜନସ୍ବାସ୍ଥ୍ୟ କେନ୍ଦ୍ରରେ ପରିମଳ ବ୍ୟବସ୍ଥା, ସଫେଇ , ନିରାପତ୍ତା , ଉଦ୍ୟାନ କାର୍ୟ୍ୟ ଓ ଲିଫ୍ଟ ସେବା ଆଦିର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ନିର୍ମଳ ଯୋଜନା ଅଧିନରେ ୩ ଶହ ୭୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ରାଜ୍ୟର ପ୍ରମୁଖ ସ୍ବାସ୍ଥ୍ୟ କେନ୍ଦ୍ର ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡିକରେ ଉନ୍ନତମାନର ଉପକରଣ ଓ ଯନ୍ତ୍ରପାତି ଯୋଗାଇ ଦେବା ସହ ସ୍ବାସ୍ଥ୍ୟ ସେବାର ମାନ ବୃଦ୍ଧି କରବା ପାଇଁ ୧ ଶହ ୧୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଆହୁରି ମଧ୍ୟ ସ୍ଵାସ୍ଥ୍ୟ ଏବଂ ଭେଷଜ ଶିକ୍ଷା କ୍ଷେତ୍ରରେ ମାନବ ସମ୍ଵଳର ବିକାଶ ଲାଗି ୩ ଶହ ୧୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ଏଥି ସହିତ ରାଜ୍ୟରେ ସମସ୍ତ ସରକାରୀ ମେଡିକାଲରେ ଲୋକମାନଙ୍କୁ ମାଗଣା ଔଷଧ ଯୋଗାଇଦେବା ପାଇଁ ନିରାମୟ ଯୋଜନାକୁ ୬ ଶହ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ଏବଂ ଯୋଜନା ଅଧିନରେ ଦେୟମୁକ୍ତ ଭାବେ ରୋଗ ନିରୁପଣ ପାଇଁ ୨ ଶହ ୨୯ କୋଟି ଟଙ୍କା ଓ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି ପାଇଁ ୧ ଶହ ୬୨ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ରହିଛି । ସେହିପରି ସଡକ ଦୁର୍ଘଟଣାର ଶିକାର ହେଉଥିବା ଲୋକଙ୍କୁ ମାଗଣା ଜରୁରୀକାଳୀନ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ୪୦ କୋଟି ଟଙ୍କା ବ୍ୟୟ ବରାଦରେ ହୋଇଛି।

22 Feb 2021 By The Sakala

ରାଜ୍ୟ ବଜେଟ୍‌ ୨୦୨୧-୨୨: ଏସ୍‌ସିବି ପାଇଁ ହାତ ଖୋଲି ଦେଲେ ସରକାର, ସ୍ଵାସ୍ଥ୍ୟ ସେବା ଓ ବୀମା ପାଇଁ ୯ ହଜାର କୋଟି ବରାଦ

ଭୁବନେଶ୍ବର : ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ କୋଭିଡ ମହାମାରୀ ପରେ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟ ଉପସ୍ଥାପନରେ ସ୍ବାସ୍ଥ୍ୟସେବାକୁ ବେଶ୍ ଗୁରୁତ୍ବ ଦିଆଯାଇଛି। ଓଡ଼ିଶାରେ ବିଶ୍ଵସ୍ତରୀୟ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ(ଏସସିବି)କୁ ଏକ “ଏମ୍ସ ପ୍ଲସ” ପ୍ରତିଷ୍ଠାନରେ ରୂପାନ୍ତରିତ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏଥିଲାଗି ବଜେଟରେ ବ୍ୟବସ୍ଥା ରହିଛି।

ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ(ଏସସିବି) ପାଇଁ ୩ ବର୍ଷରେ ୩ ହଜାର ୫ଶହ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏଥିସହ ଏସସିବିକୁ ଏକ ୫ ହଜାର ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟରେ ପରିବର୍ତ୍ତନ କରାଯିବ ।ଏହା ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ଦେଶର ସବର୍ବୃହତ ସ୍ଵାସ୍ଥ୍ୟ ସେବା ପ୍ରଦାନକାରୀ ଅନୁଷ୍ଠାନ ହେବ ଏସସିବି । ଏଥିପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୫୦୦ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରଖିଛନ୍ତି। ଏଥି ସହ ରାଜ୍ୟ ସରକାର ମାଗଣା ସ୍ବାସ୍ଥ୍ୟ ସେବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ୧୩୫୩ କୋଟି ଟଙ୍କା ଆବଣ୍ଟନ କରିଛନ୍ତି।

ଏଥି ସହ ରାଜ୍ୟରେ ଉତ୍କୃଷ୍ଟ ସ୍ଵାସ୍ଥ୍ୟ ସେବା ଓ ସ୍ଵାସ୍ଥ୍ୟବୀମା ଉପଲବ୍ଧ କରାଇବା ପାଇଁ ୯ ହଜାର ୧ ଶହ ୬୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ୭୦ ଲକ୍ଷରୁ ଉର୍ଦ୍ଧ୍ବ ଆର୍ଥିକ ଦୃଷ୍ଟରିୁ ଦୁବର୍ଳ ପରିବାର ୫ ଲକ୍ଷ ଟଙ୍କାର ବାର୍ଷିକ ସ୍ଵାସ୍ଥ୍ୟବୀମା ଏବଂ ପରବାରର ମହିଳା ସଦସ୍ୟଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସ୍ଵାସ୍ଥ୍ୟବୀମା ଯୋଗାଇ ଦିଆଯାଉଛି । ଏହି ଯୋଜନା ପାଇଁ ୧ ହଜାର ୩ ଶହ ୫୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ ଅଧିନରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମି ନିର୍ମାଣ ଏବଂ ସେବା ଯୋଗାଇବାକୁ ୧ ହଜାର ୫ ଶହ ୭୨ କୋଟି ଟଙ୍କା ଆବଣ୍ଟନ ହୋଇଛି । ସ୍ବାସ୍ଥ୍ୟ ସେବା, ଆମ୍ବୁଲାନ୍ସ ଓ ଭିତ୍ତିଭୂମି ନିର୍ମାଣ ପାଇଁ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧିନରେ ୧ ହଜାର ୭ ଶହ ୫୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ଜନସ୍ବାସ୍ଥ୍ୟ କେନ୍ଦ୍ରରେ ପରିମଳ ବ୍ୟବସ୍ଥା, ସଫେଇ , ନିରାପତ୍ତା , ଉଦ୍ୟାନ କାର୍ୟ୍ୟ ଓ ଲିଫ୍ଟ ସେବା ଆଦିର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ନିର୍ମଳ ଯୋଜନା ଅଧିନରେ ୩ ଶହ ୭୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ରାଜ୍ୟର ପ୍ରମୁଖ ସ୍ବାସ୍ଥ୍ୟ କେନ୍ଦ୍ର ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡିକରେ ଉନ୍ନତମାନର ଉପକରଣ ଓ ଯନ୍ତ୍ରପାତି ଯୋଗାଇ ଦେବା ସହ ସ୍ବାସ୍ଥ୍ୟ ସେବାର ମାନ ବୃଦ୍ଧି କରବା ପାଇଁ ୧ ଶହ ୧୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଆହୁରି ମଧ୍ୟ ସ୍ଵାସ୍ଥ୍ୟ ଏବଂ ଭେଷଜ ଶିକ୍ଷା କ୍ଷେତ୍ରରେ ମାନବ ସମ୍ଵଳର ବିକାଶ ଲାଗି ୩ ଶହ ୧୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ଏଥି ସହିତ ରାଜ୍ୟରେ ସମସ୍ତ ସରକାରୀ ମେଡିକାଲରେ ଲୋକମାନଙ୍କୁ ମାଗଣା ଔଷଧ ଯୋଗାଇଦେବା ପାଇଁ ନିରାମୟ ଯୋଜନାକୁ ୬ ଶହ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ଏବଂ ଯୋଜନା ଅଧିନରେ ଦେୟମୁକ୍ତ ଭାବେ ରୋଗ ନିରୁପଣ ପାଇଁ ୨ ଶହ ୨୯ କୋଟି ଟଙ୍କା ଓ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି ପାଇଁ ୧ ଶହ ୬୨ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ରହିଛି । ସେହିପରି ସଡକ ଦୁର୍ଘଟଣାର ଶିକାର ହେଉଥିବା ଲୋକଙ୍କୁ ମାଗଣା ଜରୁରୀକାଳୀନ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ୪୦ କୋଟି ଟଙ୍କା ବ୍ୟୟ ବରାଦରେ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର