ହଟିଲା କୋଭିଡ କଟକଣା: ସ୍ୱାଭାବିକ ଭାବେ ଚାଲିବ ବିଧାନସଭା ଶୀତ ଅଧିବେଶନ, ପ୍ରେସ ଗ୍ୟାଲେରୀକୁ ସାମ୍ବାଦିକଙ୍କୁ ମିଳିବ ଅନୁମତି

The Sakala Picture
Published On

ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନ ସୁପରିଚାଳନା ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ସର୍ବଦଳୀୟ ବୈଠକ ବସିଥିଲା।  ଏଥର ସ୍ୱାଭାବିକ ଭାବେ ଚାଲିବ ବିଧାନସଭା। ବିଧାନସଭାରୁ କୋଭିଡ କଟକଣାକୁ ହଟାଇ ଦିଆଯାଇଛି। ପୂର୍ବପରି ଚାଲିବ ବିଧାନସଭା। ଆସନ୍ତା ୨୪ରୁ ବିଧାନସଭାର ଅଧିବେଶନ ଆରମ୍ଭ ହେବ। ଡିସେମ୍ବର ୩୧ ତାରିଖ ପର୍ଯ୍ଯନ୍ତ ଚାଲିବ।  ବିଧାୟକ ମାନେ ନିଜ ନିଜ ଆସନରେ ବସିବେ। ପ୍ରେସ ଗ୍ୟାଲେରୀରେ ମିଡିଆଙ୍କୁ ଅନୁମତି ମିଳିବ। ଲିଖିତ ଭାବେ ଜଣାଇଲେ ସେମାନଙ୍କୁ ଭିଡିଓ କନଫରେନ୍ସି ମାଧ୍ୟମରେ ବିଧାନସଭାରେ […]

ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନ ସୁପରିଚାଳନା ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ସର୍ବଦଳୀୟ ବୈଠକ ବସିଥିଲା।  ଏଥର ସ୍ୱାଭାବିକ ଭାବେ ଚାଲିବ ବିଧାନସଭା। ବିଧାନସଭାରୁ କୋଭିଡ କଟକଣାକୁ ହଟାଇ ଦିଆଯାଇଛି। ପୂର୍ବପରି ଚାଲିବ ବିଧାନସଭା। ଆସନ୍ତା ୨୪ରୁ ବିଧାନସଭାର ଅଧିବେଶନ ଆରମ୍ଭ ହେବ। ଡିସେମ୍ବର ୩୧ ତାରିଖ ପର୍ଯ୍ଯନ୍ତ ଚାଲିବ।  ବିଧାୟକ ମାନେ ନିଜ ନିଜ ଆସନରେ ବସିବେ। ପ୍ରେସ ଗ୍ୟାଲେରୀରେ ମିଡିଆଙ୍କୁ ଅନୁମତି ମିଳିବ। ଲିଖିତ ଭାବେ ଜଣାଇଲେ ସେମାନଙ୍କୁ ଭିଡିଓ କନଫରେନ୍ସି ମାଧ୍ୟମରେ ବିଧାନସଭାରେ ଯୋଗ ଦେଇପାରିବେ। ୨ଟି ସେସନରେ ବିଧାନସଭା ଚାଲିବ। ସକାଳ ସାଢେ ୧୦ରୁ ୧ଟା ୩୦ ଏବଂ ଅପରାହ୍ନ ଅଧିବେଶନରେ ୪ଟା ରୁ ୭ ପର୍ଯ୍ଯନ୍ତ ବିଧାନସଭା ଚାଲିବ। ଏ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ବୈଠକରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଷୋଡଶ ବିଧାନସଭାର ୧୧ ତମ ଅଧିବେଶନରେ ମୋଟ ୩୩ଟି କାର୍ଯ୍ଯଦିବସ ରହିଥିବା ବେଳେ ନଭେମ୍ବର ୨୪ ତାରିଖରେ ଅର୍ଥ ମନ୍ତ୍ରୀ ଆଗତ କରିବେ ୨୦୨୨-୨୩ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍। ଏହାପରେ ନଭେମ୍ବର ୩୦ ତାରିଖରେ ବିଧାନସଭାରେ ଖର୍ଚ୍ଚ ଦାବି ଆଲୋଚନା ହେବ। ଏଥି ସହିତ ଡିସେମ୍ବର ୨ ତାରିଖରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର