ଅଧିକ ଟଙ୍କା ସୁଧ ନ ଦେବାରୁ ସାମ୍ବାଦିକାଙ୍କୁ କଲ୍‍ଗାର୍ଲ ସଜେଇଦେଲା ଲୋନ୍‍ ଆପ୍‍

The Sakala Picture
Published On

ଭୁବନେଶ୍ୱର: ଲୋନ୍‍ ଆପ୍‍ ରେ ଲୋନ୍‍ ନେଇ ଫସିଲେ ଏକ ପ୍ରତିଷ୍ଠିତ ଖବର କାଗଜର ସାମ୍ବାଦିକା। ଠକମାନେ ଅଧିକ ଟଙ୍କା ସୁଧ ମାଗିଲେ। ସାମ୍ବାଦିକା ଜଣକ ନ ଦେବାରୁ ତାଙ୍କ ମୋବାଇଲ୍‍କୁ ହ୍ୟାକ୍‍ କରି ସବୁ ଫଟୋ ଏବଂ ଫୋନ୍‍ ରେ ଥିବା ନମ୍ବର ନେଇଯାଇଥିଲେ। ପରବର୍ତ୍ତୀ ସମୟରେ ସାମ୍ବାଦିକାଙ୍କ ଫଟୋକୁ ଅଶ୍ଳୀଳ କରି କଲ୍‍ଗାର୍ଲ ବନାଇ ସୋସିଆଲ ମିଡିଆରେ ଛାଡ଼ିଦେଲେ। ଏଥିସହ ଉକ୍ତ ଅଫିସ୍‍ ରେ କାମ କରୁଥିବା ଅନ୍ୟ ଜଣେ ଯୁବକଙ୍କୁ ମଧ୍ୟ କଲ୍‍ଗାର୍ଲର […]

ଭୁବନେଶ୍ୱର: ଲୋନ୍‍ ଆପ୍‍ ରେ ଲୋନ୍‍ ନେଇ ଫସିଲେ ଏକ ପ୍ରତିଷ୍ଠିତ ଖବର କାଗଜର ସାମ୍ବାଦିକା। ଠକମାନେ ଅଧିକ ଟଙ୍କା ସୁଧ ମାଗିଲେ। ସାମ୍ବାଦିକା ଜଣକ ନ ଦେବାରୁ ତାଙ୍କ ମୋବାଇଲ୍‍କୁ ହ୍ୟାକ୍‍ କରି ସବୁ ଫଟୋ ଏବଂ ଫୋନ୍‍ ରେ ଥିବା ନମ୍ବର ନେଇଯାଇଥିଲେ। ପରବର୍ତ୍ତୀ ସମୟରେ ସାମ୍ବାଦିକାଙ୍କ ଫଟୋକୁ ଅଶ୍ଳୀଳ କରି କଲ୍‍ଗାର୍ଲ ବନାଇ ସୋସିଆଲ ମିଡିଆରେ ଛାଡ଼ିଦେଲେ। ଏଥିସହ ଉକ୍ତ ଅଫିସ୍‍ ରେ କାମ କରୁଥିବା ଅନ୍ୟ ଜଣେ ଯୁବକଙ୍କୁ ମଧ୍ୟ କଲ୍‍ଗାର୍ଲର ଏଜେଣ୍ଟ ବନାଇ ଉଭୟଙ୍କ ନମ୍ବର ସୋସିଆଲ ମିଡିଆରେ ଦେଇଦେଲେ। ଯାହାଫଳରେ ଉଭୟଙ୍କ ନିକଟକୁ ଏକାଧିକ ଫୋନ୍‍ କଲ୍‍ ଆସିବାରୁ ସେମାନେ ସହିଦ ନଗର ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ପୁଲିସ ଏନେଇ ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଏକ ଘରୋଇ ଖବରକାଗଜ ସଂସ୍ଥାରେ ଯୁବତୀ ଜଣକ ସାମ୍ବାଦିକା ଭାବେ କାର୍ଯ୍ୟ କରନ୍ତି। ଗତ ୧୫ ତାରିଖରେ ସାମ୍ବାଦିକାଙ୍କୁ ଏକ ମେସେଜ୍‍ ଓ ଫୋନ୍‍ କଲ୍‍ ଆସିଥିଲା। ସେପ୍ଟି ଲୋନ୍‍ ଆପ୍‍ ଜରିଆରେ ୩୫୦୦ ଟଙ୍କା ନେଇ ଏକ ମାସ ପରେ ୩୫୫୦ ଟଙ୍କା ଫେରାଇବାକୁ କୁହାଯାଇଥିଲା। ସାମ୍ବାଦିକା ରାଜି ହୋଇ ଆପ୍‍ ଇନ୍‍ଷ୍ଟଲ କରିବା ପରେ ତାଙ୍କର ଆକାଉଣ୍ଟକୁ ୨୧୦୦ ଟଙ୍କା ଆସିଥିଲା। ହେଲେ ଏତେ କମ୍‍ ଟଙ୍କା କାହିଁକି ଅସିଲା ପଚାରିବାରୁ ଓଲଟା ଗାଳିଗୁଲଜ ଆରମ୍ଭ ହୋଇଯାଇଥିଲା। ଏକ ବାଂଲାଦେଶୀ ମୋବଇଲ୍‍ ନମ୍ବରରୁ ତାଙ୍କୁ କଲ୍‍ ଆସୁଥିବା ଟ୍ରୁ କଲ୍‍ରୁ ଜଣାପଡ଼ିବା ପରେ ସାମ୍ବାଦିକା ଟଙ୍କା ଫେରାଇଥିଲେ। ହେଲେ ସେତେବେଳକୁ ସେ ସାଇବର ଠକଙ୍କ ଜାଲରେ ଫସି ସାରିଥିଲେ। ତାଙ୍କ ମୋବାଇଲ୍‍ରୁ ଜଣେ ସମ୍ପର୍କୀୟ ଭଉଣୀଙ୍କ ଫଟୋକୁ ସାଇବର ଅପରାଧୀ ଏଡିଟିଂ କରି ନଗ୍ନ ଫଟୋ ତିଆରି କରିଥିଲେ। ସେଥିରେ ତାଙ୍କୁ କଲ୍‍ଗାର୍ଲ ଉଲ୍ଲେଖ କରି ତାଙ୍କ ମୋବାଇଲ୍‍ ନମ୍ବର ଦେଇଥିଲେ। ଆଉ ତଳେ ସାମ୍ବାଦିକାଙ୍କୁ ଦେହ ବ୍ୟବସାୟୀ ସଜାଇ ତାଙ୍କର ନମ୍ବର ଉଲ୍ଲେଖ କରିଥିଲେ। ସାମ୍ବାଦିକାଙ୍କ ହ୍ୟାକ୍‍ ହୋଇଥିବା ମୋବଇଲ୍‍ କଣ୍ଟାକ୍ଟ ଲିଷ୍ଟରୁ କିଛି ସମ୍ପର୍କୀୟ ଓ ପରିବାର ଲୋକଙ୍କ ପାଖକୁ ଉକ୍ତ ଫଟୋକୁ ପଠାଇଥିଲେ। ଫଳରେ ଅନେକ ବେନାମୀ କଲ୍‍ ସାମ୍ବାଦିକା ଓ ତାଙ୍କ ଭଉଣୀଙ୍କ ପାଖକୁ ଯିବା ପରେ ଜୀବନ ଦୁର୍ବିର୍ସହ ହୋଇପଡ଼ିଛି। ବର୍ତ୍ତମାନ ୧୦ ହଜାର ଟଙ୍କା ପଇଠ ନ କଲେ ସାଇବର ଠକ ଉକ୍ତ ଫଟୋକୁ ଭାରିମାତ୍ରାରେ ଭାଇରାଲ କରିବାକୁ ଧମକ ଦେଉଛନ୍ତି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

23 Sep 2022 By The Sakala

ଅଧିକ ଟଙ୍କା ସୁଧ ନ ଦେବାରୁ ସାମ୍ବାଦିକାଙ୍କୁ କଲ୍‍ଗାର୍ଲ ସଜେଇଦେଲା ଲୋନ୍‍ ଆପ୍‍

ଭୁବନେଶ୍ୱର: ଲୋନ୍‍ ଆପ୍‍ ରେ ଲୋନ୍‍ ନେଇ ଫସିଲେ ଏକ ପ୍ରତିଷ୍ଠିତ ଖବର କାଗଜର ସାମ୍ବାଦିକା। ଠକମାନେ ଅଧିକ ଟଙ୍କା ସୁଧ ମାଗିଲେ। ସାମ୍ବାଦିକା ଜଣକ ନ ଦେବାରୁ ତାଙ୍କ ମୋବାଇଲ୍‍କୁ ହ୍ୟାକ୍‍ କରି ସବୁ ଫଟୋ ଏବଂ ଫୋନ୍‍ ରେ ଥିବା ନମ୍ବର ନେଇଯାଇଥିଲେ। ପରବର୍ତ୍ତୀ ସମୟରେ ସାମ୍ବାଦିକାଙ୍କ ଫଟୋକୁ ଅଶ୍ଳୀଳ କରି କଲ୍‍ଗାର୍ଲ ବନାଇ ସୋସିଆଲ ମିଡିଆରେ ଛାଡ଼ିଦେଲେ। ଏଥିସହ ଉକ୍ତ ଅଫିସ୍‍ ରେ କାମ କରୁଥିବା ଅନ୍ୟ ଜଣେ ଯୁବକଙ୍କୁ ମଧ୍ୟ କଲ୍‍ଗାର୍ଲର ଏଜେଣ୍ଟ ବନାଇ ଉଭୟଙ୍କ ନମ୍ବର ସୋସିଆଲ ମିଡିଆରେ ଦେଇଦେଲେ। ଯାହାଫଳରେ ଉଭୟଙ୍କ ନିକଟକୁ ଏକାଧିକ ଫୋନ୍‍ କଲ୍‍ ଆସିବାରୁ ସେମାନେ ସହିଦ ନଗର ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ପୁଲିସ ଏନେଇ ତଦନ୍ତ କରୁଛି।

ଏକ ଘରୋଇ ଖବରକାଗଜ ସଂସ୍ଥାରେ ଯୁବତୀ ଜଣକ ସାମ୍ବାଦିକା ଭାବେ କାର୍ଯ୍ୟ କରନ୍ତି। ଗତ ୧୫ ତାରିଖରେ ସାମ୍ବାଦିକାଙ୍କୁ ଏକ ମେସେଜ୍‍ ଓ ଫୋନ୍‍ କଲ୍‍ ଆସିଥିଲା। ସେପ୍ଟି ଲୋନ୍‍ ଆପ୍‍ ଜରିଆରେ ୩୫୦୦ ଟଙ୍କା ନେଇ ଏକ ମାସ ପରେ ୩୫୫୦ ଟଙ୍କା ଫେରାଇବାକୁ କୁହାଯାଇଥିଲା। ସାମ୍ବାଦିକା ରାଜି ହୋଇ ଆପ୍‍ ଇନ୍‍ଷ୍ଟଲ କରିବା ପରେ ତାଙ୍କର ଆକାଉଣ୍ଟକୁ ୨୧୦୦ ଟଙ୍କା ଆସିଥିଲା। ହେଲେ ଏତେ କମ୍‍ ଟଙ୍କା କାହିଁକି ଅସିଲା ପଚାରିବାରୁ ଓଲଟା ଗାଳିଗୁଲଜ ଆରମ୍ଭ ହୋଇଯାଇଥିଲା। ଏକ ବାଂଲାଦେଶୀ ମୋବଇଲ୍‍ ନମ୍ବରରୁ ତାଙ୍କୁ କଲ୍‍ ଆସୁଥିବା ଟ୍ରୁ କଲ୍‍ରୁ ଜଣାପଡ଼ିବା ପରେ ସାମ୍ବାଦିକା ଟଙ୍କା ଫେରାଇଥିଲେ। ହେଲେ ସେତେବେଳକୁ ସେ ସାଇବର ଠକଙ୍କ ଜାଲରେ ଫସି ସାରିଥିଲେ। ତାଙ୍କ ମୋବାଇଲ୍‍ରୁ ଜଣେ ସମ୍ପର୍କୀୟ ଭଉଣୀଙ୍କ ଫଟୋକୁ ସାଇବର ଅପରାଧୀ ଏଡିଟିଂ କରି ନଗ୍ନ ଫଟୋ ତିଆରି କରିଥିଲେ। ସେଥିରେ ତାଙ୍କୁ କଲ୍‍ଗାର୍ଲ ଉଲ୍ଲେଖ କରି ତାଙ୍କ ମୋବାଇଲ୍‍ ନମ୍ବର ଦେଇଥିଲେ। ଆଉ ତଳେ ସାମ୍ବାଦିକାଙ୍କୁ ଦେହ ବ୍ୟବସାୟୀ ସଜାଇ ତାଙ୍କର ନମ୍ବର ଉଲ୍ଲେଖ କରିଥିଲେ। ସାମ୍ବାଦିକାଙ୍କ ହ୍ୟାକ୍‍ ହୋଇଥିବା ମୋବଇଲ୍‍ କଣ୍ଟାକ୍ଟ ଲିଷ୍ଟରୁ କିଛି ସମ୍ପର୍କୀୟ ଓ ପରିବାର ଲୋକଙ୍କ ପାଖକୁ ଉକ୍ତ ଫଟୋକୁ ପଠାଇଥିଲେ। ଫଳରେ ଅନେକ ବେନାମୀ କଲ୍‍ ସାମ୍ବାଦିକା ଓ ତାଙ୍କ ଭଉଣୀଙ୍କ ପାଖକୁ ଯିବା ପରେ ଜୀବନ ଦୁର୍ବିର୍ସହ ହୋଇପଡ଼ିଛି। ବର୍ତ୍ତମାନ ୧୦ ହଜାର ଟଙ୍କା ପଇଠ ନ କଲେ ସାଇବର ଠକ ଉକ୍ତ ଫଟୋକୁ ଭାରିମାତ୍ରାରେ ଭାଇରାଲ କରିବାକୁ ଧମକ ଦେଉଛନ୍ତି।

https://www.thesakala.in/latest-odisha-news/journalist-trapped-by-loan-app-after-geting-loan-in-bhubaneswar/article-15197
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର