ଭୁବନେଶ୍ବର: ରାଜ୍ଯର ବିଭିନ୍ନ ନିିଗମ ଓ ବୋର୍ଡ ପାଇଁ ଅଧ୍ୟକ୍ଷ / ପରମର୍ଶଦାତା ନିଯୁକ୍ତ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ଯାଳୟ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। କଳିକେଶ ସିଂଦେଓଙ୍କୁ ହାଉସିଂ ବୋର୍ଡ ଅଧ୍ୟକ୍ଷ ଦାୟିତ୍ବ ମିଳିଛି। ପ୍ରଭାତ ମିଶ୍ରଙ୍କୁ ଏପିକଲର ଅଧ୍ୟକ୍ଷ ଦାୟିତ୍ବ ମିଳିଛି। ଲେନିନ ମାହାନ୍ତିଙ୍କୁ ଓଡ଼ିଶା ପର୍ଯ୍ଯଟନ ଉନ୍ନୟନ ନିଗମ (ଓଟିଡିସି ) ଅଧ୍ୟକ୍ଷ ଦାୟିତ୍ବ ମିଳିଛି। କୁନା ତ୍ରିପାଠୀଙ୍କୁ ଓଏଫଡିସି ଅଧ୍ୟକ୍ଷ ଦାୟିତ୍ବ ମିଳିଛି। ଦେବାଶିଷ ମହାନ୍ତିଙ୍କୁ ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଅଧ୍ୟକ୍ଷ ଦାୟିତ୍ବ ମିଳିଛି। ଚିନ୍ମୟ ସାହୁଙ୍କୁ ଓଏସଆଇସି ଅଧ୍ୟକ୍ଷ ଦାୟିତ୍ବ ମିଳିଛି। ସେହିପରି ମିନତି ବେହେରାଙ୍କୁ ରାଜ୍ଯ ମହିଳା କମିଶନ ଅଧ୍ୟକ୍ଷା ଦାୟିତ୍ବ ମିଳିଛି। ବିଜୟ ନାୟକଙ୍କୁ ଓଡ଼ିଶା ବିହନ ନିଗମରେ ଅଧ୍ୟକ୍ଷ କରାଯାଇଛି।
ଡି ବିଶ୍ବନାଥଙ୍କୁ ଓଆରଏଚ୍ଡିସି, ଅମରେଶ ପତ୍ରିଙ୍କୁ ଉଠାଜଳ ସେଚନ, ଶ୍ରୀମୟୀ ମିଶ୍ରଙ୍କୁ ଓଡ଼ିଶା ଷ୍ଟେଟ ବିଲ୍ଡିଂ ଆଣ୍ଡ ଆଣ୍ଡ କନଷ୍ଟ୍ରକସନ ୱାର୍କରର୍ସ, ସଂଗ୍ରାମ ପାଇକରାୟଙ୍କୁ ଓଡ଼ିଶା ଖଦୀ ଓ ଗ୍ରାମଦ୍ୟୋଗରେ ଏବଂ ଓଡ଼ିଶା ରାଜ୍ୟ ଯୁବ କଲ୍ୟାଣ ବୋର୍ଡରେ ଅଧ୍ୟକ୍ଷ ପଦରେ ନିଯୁକ୍ତି ମିଳିଛି।
ସୁରେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶା ଷ୍ଟେଟ ଏଗ୍ରିକଲଚର ମାର୍କେଟିଂ ବୋର୍ଡରେ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିବା ବେଳେ ସନ୍ତୋଷ ବେଜ୍ଙ୍କୁ ଓଡ଼ିଶା ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନରେ ଉପାଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଛି। ଡ. ପ୍ରଦୀପ ମାଝୀଙ୍କୁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ଦାୟିତ୍ବ ମିଳିଛି। ଡ. ରାମଚନ୍ଦ୍ର ପଣ୍ଡା କୃଷି ଓ କୃଷକ ସଶକ୍ତକରଣ ବିଭାଗ ଉପଦେଷ୍ଟା ହୋଇଛନ୍ତି। ଅନୁଭବ ପଟ୍ଟନାୟକ E & IT ବିଭାଗ ଉପଦେଷ୍ଟା ଦାୟିତ୍ବ ମିଳିଛି। ସୁଧୀର ଦାସ, ନିବେଦିତା ନାୟକଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ଦାୟିତ୍ବ ଦିଆଯାଇଛି। ଡ. ଲୋପାମୁଦ୍ରା ବକ୍ସିପାତ୍ର ଓ ଗୀତା ବସ୍ତିଆଙ୍କୁ ମିଶନ ଶକ୍ତି ଉପଦେଷ୍ଟା ଦାୟିତ୍ବ ଦିଆଯାଇଛି।
ସେହପରି, ଯୋଜନା ବୋର୍ଡ ସଦସ୍ଯ ଡ. ରମେଶ ଚନ୍ଦ୍ର ଚ୍ଯାଉପଟ୍ଟନାୟ, ଡ. ପ୍ରସନ୍ନ ପାଟ୍ଟଶାଣୀ ଓ ସାଧୁ ନେପାକ ହୋଇଛନ୍ତି। ଚ୍ଯାଉପଟ୍ଟନାୟ ଓ ପ୍ରସନ୍ନ ପାଟ୍ଟଶାଣୀଙ୍କୁ କ୍ଯାବିନେଟ ପାହ୍ଯା ମିଳିଥିବା ବେଳେ। ସାଧୁ ନେପାକଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି।
ସେହିପରି ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଏକ୍ସପର୍ଟ ମେମ୍ବର ରଘୁନାଥ ନାଇଡୁ ଓ ତୁମ୍ବନାଥ ପଣ୍ଡା ହୋଇଛନ୍ତି। ସାରଦା ଜେନାଙ୍କୁ ଜଗତସିଂହପୁର ଜିଲ୍ଲା ଯୋଜନା ବୋର୍ଡ ଏକ୍ସପର୍ଟ ମେମ୍ବର ଦାୟିତ୍ବ ମିଳିଥିବା ବେଳେ ଜିତେନ୍ଦ୍ର ମହାନ୍ତିଙ୍କୁ ମୟୁରଭଞ୍ଜ ଜିଲ୍ଲା ଯୋଜନା ବୋର୍ଡ ଏକ୍ସପର୍ଟ ଦାୟିତ୍ବ ମିଳିଛି।