କୁକୁର ପାଇଁ ଘଟିଲା ଦୁର୍ଘଟଣା: ନଥିଲା ହେଲମେଟ୍‌, ଚାଲିଗଲା ଯବାନଙ୍କ ଜୀବନ

ଖଣ୍ଡପଡ଼ା: ପୁଲିସ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ହେଲମେଣ୍ଟ ପିନ୍ଧି ବାଇକ ଚଳାଇବା ପାଇଁ ଲୋକମାନଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ଏହାକୁ ଲୋକେ ଭୃକ୍ଷେପ କରୁନାହାନ୍ତି । ଫଳରେ ଦୃର୍ଘଟଣାରେ ଅନେକ ଜୀବନ ଯାଉଛି । ଖଣ୍ଡପଡ଼ା ସହରାଞ୍ଚଳ ଅଧୀନ ପୂର୍ତ୍ତ ଡାକବଙ୍ଗଳା ନିକଟ ସାମନ୍ତ ଚନ୍ଦ୍ରଶେଖର ବିଦ୍ୟାଳୟ ସମ୍ମୁଖ ମୁଖ୍ୟରାସ୍ତାରେ ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ମୃତ ଯୁବକ ହେଲେ ଶାଳଝରିଆ ଗ୍ରାମର ସୋନୁ ନିଗମ ବେହେରା। […]

ଖଣ୍ଡପଡ଼ା: ପୁଲିସ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ହେଲମେଣ୍ଟ ପିନ୍ଧି ବାଇକ ଚଳାଇବା ପାଇଁ ଲୋକମାନଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ଏହାକୁ ଲୋକେ ଭୃକ୍ଷେପ କରୁନାହାନ୍ତି । ଫଳରେ ଦୃର୍ଘଟଣାରେ ଅନେକ ଜୀବନ ଯାଉଛି । ଖଣ୍ଡପଡ଼ା ସହରାଞ୍ଚଳ ଅଧୀନ ପୂର୍ତ୍ତ ଡାକବଙ୍ଗଳା ନିକଟ ସାମନ୍ତ ଚନ୍ଦ୍ରଶେଖର ବିଦ୍ୟାଳୟ ସମ୍ମୁଖ ମୁଖ୍ୟରାସ୍ତାରେ ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ମୃତ ଯୁବକ ହେଲେ ଶାଳଝରିଆ ଗ୍ରାମର ସୋନୁ ନିଗମ ବେହେରା। ବସୟ ୨୬ ବର୍ଷ । ସେ ପାଞ୍ଚ ବର୍ଷ ହେଲା ଇଣ୍ଡିଆନ୍ ରିଜର୍ଭ ବାଟାଲିୟନ(ଆଇଆରବି)ରେ କାର‌୍ୟ୍ୟରତ ଥିଲେ।

ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତକାଲି ସୋନୁ ଖାଇସାରି ଡ୍ୟୁଟି ଥିବା ଯୋଗୁଁ ରାତି ପ୍ରାୟ ୧୨ ଟାରେ ଖୋର୍ଦ୍ଧା ବାହାରିଥିଲେ। ସାମନ୍ତ ଚନ୍ଦ୍ରଶେଖର ବିଦ୍ୟାଳୟ ସମ୍ମୁଖ ରାସ୍ତା ନିକଟରେ ଏକ କୁକୁର ହଠାତ ପଶି ଆସିବାରୁ ବାଇକ ଦୁର୍ଘଟଣା ଗ୍ରସ୍ତ ହେବା ସହିତ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା । କୌଣସି ସୂତ୍ରରୁ ଖବରପାଇ ଖଣ୍ଡପଡା ପୁଲିସ ସୋନୁଙ୍କୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ କୁକୁରଟିର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାଅନୁଯାୟୀ ସୋନୁ ଦେଢ଼ ମାସ ତଳେ ଖୋର୍ଦ୍ଧା ଅଞ୍ଚଳରେ ବିବାହ କରିଥିବା ବେଳେ ତାଙ୍କ ଅକାଳ ବିୟୋଗରେ ସ୍ତ୍ରୀ ହତବାକ ହୋଇ ପଡିଛି। ଅନ୍ୟପକ୍ଷରେ ଏକମାତ୍ର ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଥିବା ଜଣାପଡ଼ିଛି। ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମୃତ ସୋନୁଙ୍କର ଶବ ବ୍ୟବଛେଦ ହେବା ସହ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିବା ସୂଚନା ମିଳିଛି। ହେଲେମେଟ୍ ପିନ୍ଧିଥିଲେ ଅକାଳ ମୃତ୍ୟୁକୁ ଏଡ଼ାଯାଇ ପାରିଥାନ୍ତା ବୋଲି ଆଲୋଚନା ହେଉଛି ।

About The Author: The Sakala