ସଂକ୍ରମଣ ପାଇଁ କଟକଣା: ଆସନ୍ତା କାଲିଠୁ ୨୧ ତାରିଖ ଯାଏଁ ବନ୍ଦ ରହିବ ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ

ବ୍ରହ୍ମପୁର: ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ନୂଆ କରୋନା କଟକଣା ଜାରି କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ଆସନ୍ତା କାଲି ଠାରୁ ୨୧ ତାରିଖ ପର୍ଯ୍ଯନ୍ତ ବନ୍ଦ ରହିବ। ଏହି ବନ୍ଦ ସମୟରେ ଧାର୍ମିକ ଅନୁଷ୍ଠାନ ଗୁଡିକ ସାନିଟାଇଜ କରାଯିବ। ବନ୍ଦ ସମୟରେ କେବଳ ପୂଜକ ମାନେ ରୀତିନୀତିରେ ପୂଜା କରିପାରିବେ। ଜିଲ୍ଲାର ସମସ୍ତ ପାର୍କ, ସମୁଦ୍ର ବେଳାଭୂମି, ପଡିଆ, ହ୍ରଦ ଆସନ୍ତା କାଲି ଠାରୁ ୨୧ ତାରିଖ ପର୍ଯ୍ଯନ୍ତ ବନ୍ଦ […]

ବ୍ରହ୍ମପୁର: ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ନୂଆ କରୋନା କଟକଣା ଜାରି କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ଆସନ୍ତା କାଲି ଠାରୁ ୨୧ ତାରିଖ ପର୍ଯ୍ଯନ୍ତ ବନ୍ଦ ରହିବ। ଏହି ବନ୍ଦ ସମୟରେ ଧାର୍ମିକ ଅନୁଷ୍ଠାନ ଗୁଡିକ ସାନିଟାଇଜ କରାଯିବ। ବନ୍ଦ ସମୟରେ କେବଳ ପୂଜକ ମାନେ ରୀତିନୀତିରେ ପୂଜା କରିପାରିବେ। ଜିଲ୍ଲାର ସମସ୍ତ ପାର୍କ, ସମୁଦ୍ର ବେଳାଭୂମି, ପଡିଆ, ହ୍ରଦ ଆସନ୍ତା କାଲି ଠାରୁ ୨୧ ତାରିଖ ପର୍ଯ୍ଯନ୍ତ ବନ୍ଦ ରହିବ। ଜିଲ୍ଲାରେ ପାଳନ ହେବ ନାହିଁ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି। ଯେଉଁମାନେ ଏହି ନିୟମକୁ ଅବମାନନା କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ନିଆଯିବ। ।ଜିଲ୍ଲା ଜରୁରୀ କାଳୀନ ବିଭାଗ ପକ୍ଷରୁ ଏ ନେଇ ସୂଚିତ କରାଯାଇଛି।

About The Author: The Sakala