ବନ ବିଭାଗ ସ୍କାନରରେ ଲୋନଲି ଟସ୍କର, ୩୦୦ରୁ ଅଧିକ ଦନ୍ତା ହାତୀ ମଧ୍ୟରୁ ୧୨ ଚିହ୍ନଟ

ଭୁବନେଶ୍ବର: ବନ ବିଭାଗ ସ୍କାନରରେ ରାଜ୍ୟର ଲୋନଲି ଟସ୍କର। ରାଜ୍ୟରେ ଥିବା ୩୦୦ରୁ ଅଧିକ ଦନ୍ତା ହାତୀ ମଧ୍ୟରୁ ଚିହ୍ନଟ ହୋଇଛନ୍ତି ଏଭଳି ୧୨ ଟସ୍କର। ଦନ୍ତା ହାତୀଙ୍କ ପ୍ରୋଫାଇଲିଂରୁ ୧୨ଟି ଲୋନଲି ଟସ୍କର ଚିହ୍ନଟ ହୋଇଛି। ରାଉରକେଲା, ବାରିପଦା, ଭୁବନେଶ୍ଵର ଓ ଅନୁଗୁଳ ଭଳି ୪ଟି ସର୍କଲରେ ଏଭଳି ୩ ଟି ଲେଖାଏଁ ଦନ୍ତା ହାତୀ ଚିହ୍ନଟ ହୋଇଛନ୍ତି, ଯେଉଁଗୁଡ଼ିକ ମଣିଷ ପାଇଁ ବିପଦପୂର୍ଣ୍ଣ ହେଉଛନ୍ତି ତଥା ବାରମ୍ବାର ଜନବସତି ମୁହାଁ ହୋଇ ଘର ଭାଙ୍ଗୁଛନ୍ତି […]

ଭୁବନେଶ୍ବର: ବନ ବିଭାଗ ସ୍କାନରରେ ରାଜ୍ୟର ଲୋନଲି ଟସ୍କର। ରାଜ୍ୟରେ ଥିବା ୩୦୦ରୁ ଅଧିକ ଦନ୍ତା ହାତୀ ମଧ୍ୟରୁ ଚିହ୍ନଟ ହୋଇଛନ୍ତି ଏଭଳି ୧୨ ଟସ୍କର। ଦନ୍ତା ହାତୀଙ୍କ ପ୍ରୋଫାଇଲିଂରୁ ୧୨ଟି ଲୋନଲି ଟସ୍କର ଚିହ୍ନଟ ହୋଇଛି। ରାଉରକେଲା, ବାରିପଦା, ଭୁବନେଶ୍ଵର ଓ ଅନୁଗୁଳ ଭଳି ୪ଟି ସର୍କଲରେ ଏଭଳି ୩ ଟି ଲେଖାଏଁ ଦନ୍ତା ହାତୀ ଚିହ୍ନଟ ହୋଇଛନ୍ତି, ଯେଉଁଗୁଡ଼ିକ ମଣିଷ ପାଇଁ ବିପଦପୂର୍ଣ୍ଣ ହେଉଛନ୍ତି ତଥା ବାରମ୍ବାର ଜନବସତି ମୁହାଁ ହୋଇ ଘର ଭାଙ୍ଗୁଛନ୍ତି । ସେଗୁଡ଼ିକୁ ଟ୍ରାଙ୍କୁଲାଇଜ କରି ରେଡ଼ିଓକଲାର ଲଗାଇ ବିଭିନ୍ନ ଅଭୟାରଣ୍ୟରେ ଛଡ଼ାଯିବ।

ଯଦି ସେଥିରେ ସେମାନଙ୍କ ବ୍ୟବହାର ସୁଧାର ନ ଆସିଲା, ସେଗୁଡ଼ିକୁ ହାତୀ ସୁଧାର କେନ୍ଦ୍ରରେ ରଖି ସେମାନଙ୍କ ବ୍ୟବହାରରେ ସୁଧାର ଅଣାଯିବା ସହ ଜଙ୍ଗଲ ବିଭାଗର କାର୍ଯ୍ୟରେ ବ୍ୟବହାର କରାଯିବ। ଚନ୍ଦକାର ଦୁଇଟି ଓ ଖୋର୍ଦ୍ଧା ଚନ୍ଦକାରେ ବୁଲୁଥିବା ମାଖନାକୁ ଟ୍ରାଙ୍କୁଲାଇଜ କରିବାକୁ ଅନୁମତି ଦିଆସରିଛି। ଏମାନଙ୍କୁ ଶୀଘ୍ର ଚନ୍ଦକାର ହାତୀ ସୁଧାର କେନ୍ଦ୍ର କୁ ନିଆଯାଇଥିବ କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ। ସେହିପରି ଅନ୍ୟ ୯ଟି ହାତୀ କେତେ ଘର ଭାଙ୍ଗିଛନ୍ତି ଓ ଲୋକଙ୍କ ଜୀବନ ନେଇଛନ୍ତି, ତାହାର ରିପୋର୍ଟ ଡିଏଫଓମାନଙ୍କୁ ମଗାଯାଇଛି ବୋଲି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି।

About The Author: The Sakala