ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟକଳାପ: ୧୦ ଯୁବ ଓ ଛାତ୍ର ବିଜେଡି ନେତା ନିଲମ୍ବିତ

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ଥିବା କାରଣରୁ ୧୦ ଜଣ ଯୁବ ଓ ଛାତ୍ର ନେତାଙ୍କୁ ବିଜେଡି ଦଳରୁ ନିଲମ୍ବନ କରିଛି। ଏନେଇ ଦଳ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ନିର୍ଦ୍ଦେଶନାମା ଅନୁଯାୟୀ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଅଶୋକ ମିଶ୍ର, ଶୋଭନ ମହାନ୍ତି, ଅନୁପମ ଶତପଥୀଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ସେହିପରି ଛାତ୍ର ବିଜେଡିର ମହାସଚିବ ସୁଜିତ୍‌ ପାଲଟାସିଂହ, ଉପ ସଭାପତି ରଞ୍ଜିତ ଦାସ, ଅବିନାଶ ମହାନ୍ତି, ଦେବୀପ୍ରସାଦ ଲେଙ୍କା, ଅସିତ୍‌ ରଞ୍ଜନ ଦାସ, ସିଦ୍ଧାର୍ଥ ସ୍ୱାଇଁ ଓ ସାଧାରଣ ସମ୍ପାଦକ ଦେବପ୍ରସାଦ ରାଉତରାୟ ନିଲମ୍ବିତ ହୋଇଛନ୍ତି। ଅନୁରୂପ ଭାବରେ ପୁରୀ ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ଗୌରହରି ପ୍ରଧାନ ବିଜେଡିରୁ ନିଲମ୍ବିତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ଥିବା କାରଣରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି। 

About The Author: Madhusudan Das