ବଢୁଛି ହୃଦ୍ ରୋଗୀଙ୍କ ସଂଖ୍ୟା: ଜାଣନ୍ତୁ କେଉଁସବୁ ଖାଦ୍ୟ ଖାଇଲେ ହୃତ୍‌ପିଣ୍ଡ ରହିଥାଏ ସୁସ୍ଥ

ହୃତ୍‌ପିଣ୍ଡ ଆମ ଶରୀରର ମୁଖ୍ୟ ଅଙ୍ଗ। ହୃତ୍‌ପିଣ୍ଡ ସୁସ୍ଥ ରହିଲେ, ଆମେ ସୁସ୍ଥ ରହିପାରିବା। ଆଜିକାଲିର ଅନିୟମିତ ଓ ଅନିୟନ୍ତ୍ରିତ ଖାଦ୍ୟ ଶୈଳୀ ଏବଂ ପରିବେଶ ପ୍ରଦୂଷଣ ଯୋଗୁଁ ହୃଦ୍‌ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ ସହିତ ବିଭିନ୍ନ ପ୍ରକାର ପୋଷକତତ୍ତ୍ବ ଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି। ତେଣୁ ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖକୁ ବିଶ୍ବ ହୃଦୟ ଦିବସ ବା ୱାଲର୍ଡ […]

ହୃତ୍‌ପିଣ୍ଡ ଆମ ଶରୀରର ମୁଖ୍ୟ ଅଙ୍ଗ। ହୃତ୍‌ପିଣ୍ଡ ସୁସ୍ଥ ରହିଲେ, ଆମେ ସୁସ୍ଥ ରହିପାରିବା। ଆଜିକାଲିର ଅନିୟମିତ ଓ ଅନିୟନ୍ତ୍ରିତ ଖାଦ୍ୟ ଶୈଳୀ ଏବଂ ପରିବେଶ ପ୍ରଦୂଷଣ ଯୋଗୁଁ ହୃଦ୍‌ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ ସହିତ ବିଭିନ୍ନ ପ୍ରକାର ପୋଷକତତ୍ତ୍ବ ଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି। ତେଣୁ ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖକୁ ବିଶ୍ବ ହୃଦୟ ଦିବସ ବା ୱାଲର୍ଡ ହାର୍ଟ ଡେ’ ଭାବେ ପାଳନ କରାଯାଉଛି। ତେବେ କେଉଁସବୁ ଖାଦ୍ୟ ହୃତ୍‌ପିଣ୍ଡକୁ ସୁସ୍ଥ ରଖେ, ତାହା ନିମ୍ନରେ ଦିଆଯାଇଛି।

-ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ପାଇଁ ପାଳଙ୍ଗ ବହୁତ ହିତକାରୀ। ଏଥିରେ ଥିବା ଓମେଗା ୩ ଫ୍ୟାଟି ଏସିଡ୍‌ ହୃତ୍‌ପିଣ୍ଡକୁ ସୁସ୍ଥ ରଖେ।

-ଅଖରୋଟ୍‌କୁ ପ୍ରତିଦିନ ସୀମିତ ପରିମାଣରେ ଖାଇବା ଦ୍ବାରା ଖରାପ କୋଲେଷ୍ଟ୍ରଲ୍‌ର ସ୍ତର ହ୍ରାସ ହୁଏ। ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ ଏବଂ ହୃଦ୍‌ଘାତର ଆଶଙ୍କା କମ୍ ହୁଏ।

-ଟମାଟୋ ଖାଇବା ଦ୍ବାରା ରକ୍ତ ଜମାଟ ବାନ୍ଧିପାରେ ନାହିଁ, ଯାହାକି ରକ୍ତ ସଞ୍ଚାଳନ ସଠିକ୍‌ କରିଥାଏ ଏବଂ ହୃତ୍‌ପିଣ୍ଡ ସୁସ୍ଥ ରହେ।

-ବାଦାମ୍‌ ହେଉଛି ମୋନୋଅନ୍‌ସାଚୁରେଟେଡ୍‌ ଫ୍ୟାଟ୍‌ ଏବଂ ଫାଇବର୍‌ର ମୁଖ୍ୟ ସ୍ରୋତ। ଏହା ଦ୍ବାରା ଅତିରିକ୍ତ କୋଲେଷ୍ଟ୍ରଲ୍‌ ହ୍ରାସ ହୋଇ ହୃତ୍‌ପିଣ୍ଡର ରକ୍ତ ସଞ୍ଚାଳନ ନିୟନ୍ତ୍ରଣରେ ରହିଥାଏ।

-ରସୁଣରେ ପ୍ରଚୁର ମାତ୍ରାରେ ମାଙ୍ଗାନିଜ୍‌, କ୍ୟାଲ୍‌ସିୟମ୍‌, ସେଲେନିୟମ୍‌, ଭିଟାମିନ୍‌ ସି’ ଆଦି ରହିଛି, ଯାହାକି ହୃତପିଣ୍ଡ ପାଇଁ ବେଶ୍‌ ଜରୁରି।

-ବ୍ରକୋଲିରେ ଥିବା ଫାଇବର୍‌ ଓ ପୋଟାସିୟମ୍‌ ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

-ପ୍ରତିଦିନ ଗାଜରକୁ ଖାଦ୍ୟରେ ସାମିଲ କରିବା ଦ୍ବାରା ହୃତ୍‌ପିଣ୍ଡ ସୁସ୍ଥସବଳ ରହିଥାଏ।

-ଏଭୋକାଡୋ ମଧ୍ୟ ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ବେଶ୍‌ ସହାୟକ ହୋଇଥାଏ।

-ବିଭିନ୍ନ ପ୍ରକାର ଫଳ ଏବଂ ଶସ୍ୟଜାତୀୟ ଖାଦ୍ୟକୁ ମଧ୍ୟ ପ୍ରତିଦିନ ଖାଇବା ଉଚିତ।

-କ୍ଷୀର ଚା’ ପରବର୍ତ୍ତେ ବ୍ଲାକ୍‌ ଟି’ ବା ଗ୍ରୀନ୍‌ ଟି’ ପିଇବା ହୃତ୍‌ପିଣ୍ଡ ପାଇଁ ହିତକର।

About The Author: The Sakala