ଜୋଇଁ ହତ୍ୟାକାରୀ ଶ୍ୱଶୁର, ଡାକ୍ତରଖାନାରୁ ଫେରାର

ବାରିପଦା : ସ୍ଥାନୀୟ ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ବାରିପଦା ମଣ୍ଡଳକାରାଗାରର ଜଣେ ବିଚାରାଧୀନ ବନ୍ଦୀ ଫେରାର ଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ମଣ୍ଡଳ କାରାଗାରର ବରିଷ୍ଠ ଅଧୀକ୍ଷକଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଥିଲେ ହେଁ ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ତାଙ୍କୁ ପୁନଶ୍ଚ ଗିରଫ କରାଯାଇନଥିବା ଜଣାପଡ଼ିଛି। ବନ୍ଦୀ ଜଣଙ୍କ ହେଲେ କୁଳିଅଣା ଥାନା ଅଧୀନ ଗାଙ୍ଗରାଜ ଗ୍ରାମର ଦାମଦୋର ସେଠୀ। […]

ବାରିପଦା : ସ୍ଥାନୀୟ ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ବାରିପଦା ମଣ୍ଡଳକାରାଗାରର ଜଣେ ବିଚାରାଧୀନ ବନ୍ଦୀ ଫେରାର ଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ମଣ୍ଡଳ କାରାଗାରର ବରିଷ୍ଠ ଅଧୀକ୍ଷକଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଥିଲେ ହେଁ ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ତାଙ୍କୁ ପୁନଶ୍ଚ ଗିରଫ କରାଯାଇନଥିବା ଜଣାପଡ଼ିଛି। ବନ୍ଦୀ ଜଣଙ୍କ ହେଲେ କୁଳିଅଣା ଥାନା ଅଧୀନ ଗାଙ୍ଗରାଜ ଗ୍ରାମର ଦାମଦୋର ସେଠୀ। ତାଙ୍କ ଘରକୁ ଆସିଥିବା ଜୋଇଁ ଶ୍ୟାମସୁନ୍ଦରଙ୍କୁ ସେ କୁରଢ଼ୀରେ ହାଣି ହତ୍ୟା କରିବା ପରେ ଥାନାରେ ଆତ୍ମ ସମର୍ପଣ କରିଥିଲେ।

ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅପ୍ରେଲ ୨୪ତାରିଖରେ ଗିରଫ ପୂର୍ବକ କୋର୍ଟ ଚାଲାଣ ପରେ ସେ ବିଚାରଧୀନ ହାଜତକୁ ଯାଇଥିଲେ। ତେବେ ହାଜତରେ ଅସୁସ୍ଥ ହେବାରୁ ଜେଲ ଡାକ୍ତରଙ୍କ ସୁପାରିଶରେ ମଇ୨୭ତାରିଖରେ ମଣ୍ଡଳ କାରାଗାର ପକ୍ଷରୁ ତାଙ୍କୁ ପିଆରଏମ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ନୂତନ ମେଡ଼ିସିନ ୱାର୍ଡ଼ ୧୦୬ନଂ ବେଡ଼ରେ ପୁଲିସ ହେପାଜତରେ ସେ ଚିକିତ୍ସଧୀନ ଥିବା ବେଳେ ମଙ୍ଗଳବାର ପୂର୍ବାହ୍ନରେ କୁଆଡ଼େ ଫେରାର ହୋଇଯାଇଛନ୍ତି। ଦାୟିତ୍ୱରେ ଥିବା ୱାଡ଼ର ଭୁଗୁଲୁ ସୋରେନଙ୍କ ଦାୟିତ୍ୱ ହୀନତାର ସୁଯୋଗରେ ସେ ଫେରାର ହୋଇଥିବା ନେଇ ୱାଡ଼ର ତ୍ରିଦୀପ ପାଲ ବରିଷ୍ଠ ଅଧୀକ୍ଷକଙ୍କୁ ଅବଗତ କରିବା ପରେ ସେ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି।

About The Author: The Sakala