ପୁଣି ଲଜ୍ଜା; ବିଶ୍ବକର୍ମା ପୂଜାରୁ ଫେରୁଥିବା ନାବାଳିକାକୁ ଜଙ୍ଗଲକୁ ଟେକି ନେଇ ଗଣଦୁଷ୍କର୍ମ

ରାଉରକେଲା: ରାଉରକେଲାରେ ପୁଣି ଲଜ୍ଜା। ପୂଜା ଦେଖି ଫେରୁଥିବା ଜଣେ ନାବାଳିକାକୁ ବାଟ ମଝିରୁ ଟେକିନେଇ ଜଙ୍ଗଲ‌ରେ ଗଣଦୁଷ୍କର୍ମ। ୨ ଦିନ ତଳେ ଏହି ଘଟଣା ଘଟିଥିଲେ ହେଁ କେ.ବଲାଙ୍ଗ ଥାନାରେ ଅଭିଯୋଗ ହେବା ପରେ ଆଜି ପଦାକୁ ଆସିଛି। ଏହି ଘଟଣାରେ ପୁଲିସ୍‌ ଏକ ମାମଲା ରୁଜୁ କରି ଦୁଇ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି। କେ. ବଲାଙ୍ଗ ଅଞ୍ଚଳର ନାବାଳିକା ଜଣକ ଦୁଇ ସାଙ୍ଗଙ୍କ ସହ ବରସୁଆଁରୁ ବିଶ୍ୱକର୍ମା ପୂଜା ଦେଖି ଘରକୁ […]

ରାଉରକେଲା: ରାଉରକେଲାରେ ପୁଣି ଲଜ୍ଜା। ପୂଜା ଦେଖି ଫେରୁଥିବା ଜଣେ ନାବାଳିକାକୁ ବାଟ ମଝିରୁ ଟେକିନେଇ ଜଙ୍ଗଲ‌ରେ ଗଣଦୁଷ୍କର୍ମ। ୨ ଦିନ ତଳେ ଏହି ଘଟଣା ଘଟିଥିଲେ ହେଁ କେ.ବଲାଙ୍ଗ ଥାନାରେ ଅଭିଯୋଗ ହେବା ପରେ ଆଜି ପଦାକୁ ଆସିଛି। ଏହି ଘଟଣାରେ ପୁଲିସ୍‌ ଏକ ମାମଲା ରୁଜୁ କରି ଦୁଇ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି।

କେ. ବଲାଙ୍ଗ ଅଞ୍ଚଳର ନାବାଳିକା ଜଣକ ଦୁଇ ସାଙ୍ଗଙ୍କ ସହ ବରସୁଆଁରୁ ବିଶ୍ୱକର୍ମା ପୂଜା ଦେଖି ଘରକୁ ଫେରୁଥିବା ବେଳେ ଦୁଇ ଯୁବକ ବାଟ ମଝିରେ ଅଟକାଇ ଧମକଚମକ ଦେଇ ଭୟଭୀତ କରାଇଥିଲେ। ପରେ ନାବାଳିକାକୁ ନିକଟସ୍ଥ ଏକ ଜଙ୍ଗଲକୁ ଟେକି ନେଇ ସେଠାରେ ଗଣଦୁଷ୍କର୍ମ କରିଥିଲେ। ଏ ସଂପର୍କରେ କାହାରିକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ତେବେ ଅଭିଯୁକ୍ତମାନେ ସେଠାରୁ ପଳାଇବା ପରେ ନାବାଳିକାଜଣଙ୍କ ଘରକୁ ଫେରି ଏ ସଂପର୍କରେ ପରିବାର‌ଲୋକଙ୍କୁ ଜଣାଇଥିଲେ। ପରେ ପରିବାର ପକ୍ଷରୁ ଏନେଇ କେ.ବଲାଙ୍ଗ ଥାନାରେ ଅଭିଯୋଗ କରାଯାଇଥିଲା।

About The Author: The Sakala