ଭୁବନେଶ୍ବର: ଅସଲି ପୁଲିସ ପଞ୍ଝାରେ ନକଲି ପୁଲିସ । ପୁଲିସ ପୋଷାକ ପିନ୍ଧି ବିଭିନ୍ନ ଅପରାଧରେ ସାମିଲ ଥିଲା ଗ୍ୟାଙ୍ଗ । ୭ ଜଣିଆ ନକଲି ପୁଲିସ ଗ୍ୟାଙ୍ଗକୁ ଅଟକ ରଖିଛି ସ୍ପେଶାଲ ସ୍କ୍ୱାର୍ଡ।ଗିରଫ ୭ ଅଭିଯୁକ୍ତଙ୍କ ଘର ମଧ୍ୟପ୍ରଦେଶ ବୋଲି ଜାଣିବାକୁ ପାଇଛି ସ୍ପେଶାଲ ସ୍କ୍ୱାର୍ଡ। ଗିରଫ ଅଭିଯୁକ୍ତ ମାନେ କଟକ ଓ ଭୁବନେଶ୍ବରରେ ଅନେକ ଲୁଟ ଘଟଣାରେ ସାମିଲ ଅଛନ୍ତି। ଅଟକ ଅଭିଯୁକ୍ତଙ୍କ ବ୍ୟାକଗ୍ରାଉଣ୍ଡ ଜାଣିବା ପାଇଁ ମଧ୍ୟପ୍ରଦେଶ ପୁଲିସ ସହିତ ଯୋଗାଯୋଗରେ ଅଛି ସ୍କ୍ୱାର୍ଡ । ଅଟକ ଅଭିଯୁକ୍ତ ମାନଙ୍କ ନିକଟରୁ ଗୋଟିଏ କାର, ୨ ବାଇକ ଓ ଲୁଟ ଟଙ୍କା ଜବତ କରାଯାଇଛି।
ଅସଲି ପୁଲିସ ପଞ୍ଝାରେ ନକଲି ପୁଲିସ, ୭ ଅଟକ
ଭୁବନେଶ୍ବର: ଅସଲି ପୁଲିସ ପଞ୍ଝାରେ ନକଲି ପୁଲିସ । ପୁଲିସ ପୋଷାକ ପିନ୍ଧି ବିଭିନ୍ନ ଅପରାଧରେ ସାମିଲ ଥିଲା ଗ୍ୟାଙ୍ଗ । ୭ ଜଣିଆ ନକଲି ପୁଲିସ ଗ୍ୟାଙ୍ଗକୁ ଅଟକ ରଖିଛି ସ୍ପେଶାଲ ସ୍କ୍ୱାର୍ଡ।ଗିରଫ ୭ ଅଭିଯୁକ୍ତଙ୍କ ଘର ମଧ୍ୟପ୍ରଦେଶ ବୋଲି ଜାଣିବାକୁ ପାଇଛି ସ୍ପେଶାଲ ସ୍କ୍ୱାର୍ଡ। ଗିରଫ ଅଭିଯୁକ୍ତ ମାନେ କଟକ ଓ ଭୁବନେଶ୍ବରରେ ଅନେକ ଲୁଟ ଘଟଣାରେ ସାମିଲ ଅଛନ୍ତି। ଅଟକ ଅଭିଯୁକ୍ତଙ୍କ ବ୍ୟାକଗ୍ରାଉଣ୍ଡ ଜାଣିବା ପାଇଁ ମଧ୍ୟପ୍ରଦେଶ ପୁଲିସ ସହିତ ଯୋଗାଯୋଗରେ ଅଛି ସ୍କ୍ୱାର୍ଡ […]