ଭୁବନେଶ୍ୱର: ଘର ମାଲିକାନା ହାତେଇବା ପାଇଁ ନିଜ ଭାଇକୁ ହାଣିଲା ଭାଇ। ସାନ ଭାଇର ହାତ ହାଣିଦେଇଛି ବଡ ଭାଇ। ଘଟଣା ଘଟିଛି ଭରତପୁର ଅଞ୍ଚଳରେ। ରବିବାର ସଂଧ୍ୟାରେ ଅଶୋକ ମହାରଣାଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ନିଜ ଭାଇ ସୂର୍ଯ୍ୟ ମହାରଣା। ବଞ୍ଚେଇବାକୁ ଆସିଥିବା ପଡ଼ୋଶୀଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଛି ସୂର୍ଯ୍ୟ। ଭରତପୁରରେ ଥିବା ଏକ ଘରକୁ ହାତେଇବାକୁ ନେଇ ଦୀର୍ଘ ଦିନ ଧରି ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖିବାକୁ ମିଳୁଥିଲା। ହେଲେ ଗତ ସନ୍ଧ୍ୟାରେ ଏହା ଉଗ୍ରରୂପ ନେଇଥିଲା। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଆକ୍ରମଣ କରିବା ପରେ ଅଭିଯୁକ୍ତ ମାନେ ସେହି ଘର ଭିତରେ ଲୁଚିଥିଲେ। ଆଉ ବାହାରେ ଜଗି ରହିଥିଲେ ସ୍ଥାନୀୟ ଲୋକେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଆଣିବା ସମୟରେ ଉତ୍ୟକ୍ତ ଲୋକେ ଅଭିଯୁକ୍ତଙ୍କୁ ମାଡ ମାରିବା ସହିତ ପୋଲିସ ଭ୍ୟାନ ଭାଙ୍ଗିଥିଲେ। ଘଟଣାରେ ଥାନାଧିକାରୀଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।
ଜମି ବାଡ଼ି ବିବାଦକୁ ନେଇ ସାନ ଭାଇକୁ ହାଣିଲା ବଡ ଭାଇ
ଭୁବନେଶ୍ୱର: ଘର ମାଲିକାନା ହାତେଇବା ପାଇଁ ନିଜ ଭାଇକୁ ହାଣିଲା ଭାଇ। ସାନ ଭାଇର ହାତ ହାଣିଦେଇଛି ବଡ ଭାଇ। ଘଟଣା ଘଟିଛି ଭରତପୁର ଅଞ୍ଚଳରେ। ରବିବାର ସଂଧ୍ୟାରେ ଅଶୋକ ମହାରଣାଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ନିଜ ଭାଇ ସୂର୍ଯ୍ୟ ମହାରଣା। ବଞ୍ଚେଇବାକୁ ଆସିଥିବା ପଡ଼ୋଶୀଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଛି ସୂର୍ଯ୍ୟ। ଭରତପୁରରେ ଥିବା ଏକ ଘରକୁ ହାତେଇବାକୁ ନେଇ ଦୀର୍ଘ ଦିନ ଧରି ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖିବାକୁ ମିଳୁଥିଲା। ହେଲେ ଗତ ସନ୍ଧ୍ୟାରେ […]